ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ବିଦେଶ ଫେରନ୍ତାଙ୍କ ପାଇଁ କେନ୍ଦ୍ରର ନୂଆ ଗାଇଡଲାଇନ୍, ଜାନୁଆରୀ ୧୧ରୁ ଲାଗୁ ହେବ ନିୟମ

The Sakala Picture
Published On

ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ବଢ଼ୁଥିବା ବେଳେ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ନୂଆ ନିୟମ ଅନୁସାରେ, ଏବେ ଭାରତ ଆସିବା ପରେ ସମସ୍ତ ଆନ୍ତର୍ଜାତୀୟ ଯାତ୍ରୀଙ୍କୁ ୭ ଦିନ ପାଇଁ ହୋମ୍ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ଦେଶରେ ବଢି ଚାଲିଛି ଓମିକ୍ରନ ଭାରିଆଣ୍ଟ ସଂଖ୍ୟା। ଏନେଇ କେନ୍ଦ୍ର ସରକାର ମଧ୍ୟ ବିଦେଶ […]

ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ବଢ଼ୁଥିବା ବେଳେ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ନୂଆ ନିୟମ ଅନୁସାରେ, ଏବେ ଭାରତ ଆସିବା ପରେ ସମସ୍ତ ଆନ୍ତର୍ଜାତୀୟ ଯାତ୍ରୀଙ୍କୁ ୭ ଦିନ ପାଇଁ ହୋମ୍ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

ଦେଶରେ ବଢି ଚାଲିଛି ଓମିକ୍ରନ ଭାରିଆଣ୍ଟ ସଂଖ୍ୟା। ଏନେଇ କେନ୍ଦ୍ର ସରକାର ମଧ୍ୟ ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖିଛନ୍ତି । ଆଜି ଜାରି ହୋଇଥିବା ନୂଆ ଗାଇଡଲାିନ ଜାନୁଆରୀ ୧୧ ରୁ ଲାଗୁ ହେବ । ଏହି ଗାଇଡଲାଇନ ଅନୁସାରେ ବିଦେଶ ଫେରନ୍ତାରଙ୍କ ରିପୋର୍ଟ ନେଗେଟିଭ ଥିଲେ ମଧ୍ୟ ସେମାନଙ୍କୁ ୭ ଦିନ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟିନରେ ରହିବା ପଡ଼ିବ। ରିପୋର୍ଟ ପଜିଟିଭ ଆସିଲେ ନମୁନା ଜିନମ ସିକ୍ୱେନ୍ସିଂ ପାଇଁ ପଠାଯିବ । ନେଗେଟିଭ ଥିଲେ କ୍ୱାରେଣ୍ଟାଇନ ସରିବାର ୮ମ ଦିନରେ ଆରଟି-ପିସିଆର ଟେଷ୍ଟ କରାଇବେ ବିଦେଶ ଫେରନ୍ତା ।

ଆହୁରି ପଢ଼ନ୍ତୁ: 'ଭାରତୀୟ ଅସ୍ତ୍ରଶସ୍ତ୍ର କେବେ ୟୁରୋପର କ୍ଷତି କରିନାହିଁ': ରୁଷିଆ ତୈଳ କ୍ରୟ ଉପରେ ସମାଲୋଚନାର କଡ଼ା ଜବାବ ଦେଲେ ଜୟଶଙ୍କର

୮ମ ଦିନ ସେମାନେ କରିଥିବା ଆରଟିପିସିଆର ଟେଷ୍ଟ ରିପୋର୍ଟକୁ ଭାରତ ସରକାରଙ୍କ ଏୟାର ସୁବିଧା ପୋର୍ଟାଲରେ ଅପଲୋଡ କରିବେ। ଏହାକୁ ସଂପୃକ୍ତ ରାଜ୍ୟ ସରକାର ତଦାରଖ କରିବେ। ୮ମ ଦିନରେ ରିପୋର୍ଟ ନେଗେଟିଭ ଆସିଲେ ମଧ୍ୟ ଆଉ ୭ ଦିନ ବିଦେଶରୁ ଆସିଥିବା ଲୋକଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ହେବ। ଆଇସୋଲେସନ ପାଇଁ ଘରେ ସୁବିଧା ରହିଥିବା ଦରକାର। ଆଇସୋଲେସନ ବେଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ସମସ୍ତ ପ୍ରୋଟକଲକୁ ଅନୁପାଳନ କରିବାକୁ ପଡ଼ିବ।  କେନ୍ଦ୍ରର ଏହି ନୂଆ ଗାଇଡଲାଇନ୍ ୧୧ ଜାନୁଆରୀରୁ ଲାଗୁ ହେବ ।

କୌଣସି ଯାତ୍ରୀ ବିଦେଶରୁ ଫେରିବା ସମୟରେ ବିମାନରେ ବସିବା ପୂର୍ବରୁ ଗୋଟିଏ ଘୋଷଣାନାମା ଫର୍ମ ଓ ଆରଟିପିସିଆର ନେଗେଟିଭ ରିପୋର୍ଟ ଏୟାର ସୁବିଧା ପୋର୍ଟାଲରେ ଅପଲୋଡ କରିବେ। ଏଥିସହ ଏୟାରପୋର୍ଟରେ ଟେଷ୍ଟ କରିବା ପାଇଁ ସେମାନଙ୍କୁ ଆଗୁଆ ବୁକିଂ କରିବାକୁ ପଡ଼ିବ। ଏୟାରପୋର୍ଟରେ ପହଞ୍ଚିବା ପରେ ସ୍ୱାସ୍ଥ୍ୟକର୍ମୀମାନେ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ। ସ୍କ୍ରିନିଂ ବେଳେ ଲକ୍ଷଣ ଯୁକ୍ତ ଲୋକମାନଙ୍କୁ ତୁରନ୍ତ ଆଇସୋଲେସନ କରାଯିବ। ମେଡିକାଲ ସୁବିଧା ଯୋଗାଇ ଦିଆଯିବ। ଯଦି ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଲା, ତା’ହେଲେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ହେବ ଓ ଅନ୍ୟ ପ୍ରୋଟକଲର ପାଳନ କରାଯିବ। ଆଟ ରିସ୍କ ଦେଶରୁ ଆସୁଥିବା ଲୋକମାନେ ଟେଷ୍ଟ ରିପୋର୍ଟ ଆସିବା ଯାଏ ଏୟାରପୋର୍ଟରେ ଅପେକ୍ଷା କରିବେ ବୋଲି ଗାଇଡଲାଇନରେ କୁହାଯାଇଛି।

ଏଥିସହ କେନ୍ଦ୍ର ସରକାର ବିପଦପୂର୍ଣ୍ଣ ଦେଶ ତାଲିକାରେ ଆଉ କିଛି ରାଷ୍ଟ୍ର ନାଁ ଯୋଡ଼ିଛନ୍ତି । ସମସ୍ତ ୟୁରୋପ ଦେଶ ସହ ୟୁକେ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ୍, ବୋତ୍ସୱାନା, ଚୀନ, ଘାନା, ମରିସସ୍, ନ୍ୟୁଜିଲାଣ୍ଡ, ଜିମ୍ବାୱେ, ତାଞ୍ଜାନିଆ, ହଂକଂ, ଇସ୍ରାଏଲ୍, କଙ୍ଗୋ, ଇଥୋପିଆ, କାଜାଖାସ୍ତାନ, କେନିଆ, ନାଇଜେରିଆ, ତୁନିସିଆ ଓ ଜାମ୍ବିଆକୁ ସାମିଲ୍ କରାଯାଇଛି ।

07 Jan 2022 By The Sakala

ବିଦେଶ ଫେରନ୍ତାଙ୍କ ପାଇଁ କେନ୍ଦ୍ରର ନୂଆ ଗାଇଡଲାଇନ୍, ଜାନୁଆରୀ ୧୧ରୁ ଲାଗୁ ହେବ ନିୟମ

ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ବଢ଼ୁଥିବା ବେଳେ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ନୂଆ ନିୟମ ଅନୁସାରେ, ଏବେ ଭାରତ ଆସିବା ପରେ ସମସ୍ତ ଆନ୍ତର୍ଜାତୀୟ ଯାତ୍ରୀଙ୍କୁ ୭ ଦିନ ପାଇଁ ହୋମ୍ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି ।

ଦେଶରେ ବଢି ଚାଲିଛି ଓମିକ୍ରନ ଭାରିଆଣ୍ଟ ସଂଖ୍ୟା। ଏନେଇ କେନ୍ଦ୍ର ସରକାର ମଧ୍ୟ ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖିଛନ୍ତି । ଆଜି ଜାରି ହୋଇଥିବା ନୂଆ ଗାଇଡଲାିନ ଜାନୁଆରୀ ୧୧ ରୁ ଲାଗୁ ହେବ । ଏହି ଗାଇଡଲାଇନ ଅନୁସାରେ ବିଦେଶ ଫେରନ୍ତାରଙ୍କ ରିପୋର୍ଟ ନେଗେଟିଭ ଥିଲେ ମଧ୍ୟ ସେମାନଙ୍କୁ ୭ ଦିନ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟିନରେ ରହିବା ପଡ଼ିବ। ରିପୋର୍ଟ ପଜିଟିଭ ଆସିଲେ ନମୁନା ଜିନମ ସିକ୍ୱେନ୍ସିଂ ପାଇଁ ପଠାଯିବ । ନେଗେଟିଭ ଥିଲେ କ୍ୱାରେଣ୍ଟାଇନ ସରିବାର ୮ମ ଦିନରେ ଆରଟି-ପିସିଆର ଟେଷ୍ଟ କରାଇବେ ବିଦେଶ ଫେରନ୍ତା ।

୮ମ ଦିନ ସେମାନେ କରିଥିବା ଆରଟିପିସିଆର ଟେଷ୍ଟ ରିପୋର୍ଟକୁ ଭାରତ ସରକାରଙ୍କ ଏୟାର ସୁବିଧା ପୋର୍ଟାଲରେ ଅପଲୋଡ କରିବେ। ଏହାକୁ ସଂପୃକ୍ତ ରାଜ୍ୟ ସରକାର ତଦାରଖ କରିବେ। ୮ମ ଦିନରେ ରିପୋର୍ଟ ନେଗେଟିଭ ଆସିଲେ ମଧ୍ୟ ଆଉ ୭ ଦିନ ବିଦେଶରୁ ଆସିଥିବା ଲୋକଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ହେବ। ଆଇସୋଲେସନ ପାଇଁ ଘରେ ସୁବିଧା ରହିଥିବା ଦରକାର। ଆଇସୋଲେସନ ବେଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ସମସ୍ତ ପ୍ରୋଟକଲକୁ ଅନୁପାଳନ କରିବାକୁ ପଡ଼ିବ।  କେନ୍ଦ୍ରର ଏହି ନୂଆ ଗାଇଡଲାଇନ୍ ୧୧ ଜାନୁଆରୀରୁ ଲାଗୁ ହେବ ।

କୌଣସି ଯାତ୍ରୀ ବିଦେଶରୁ ଫେରିବା ସମୟରେ ବିମାନରେ ବସିବା ପୂର୍ବରୁ ଗୋଟିଏ ଘୋଷଣାନାମା ଫର୍ମ ଓ ଆରଟିପିସିଆର ନେଗେଟିଭ ରିପୋର୍ଟ ଏୟାର ସୁବିଧା ପୋର୍ଟାଲରେ ଅପଲୋଡ କରିବେ। ଏଥିସହ ଏୟାରପୋର୍ଟରେ ଟେଷ୍ଟ କରିବା ପାଇଁ ସେମାନଙ୍କୁ ଆଗୁଆ ବୁକିଂ କରିବାକୁ ପଡ଼ିବ। ଏୟାରପୋର୍ଟରେ ପହଞ୍ଚିବା ପରେ ସ୍ୱାସ୍ଥ୍ୟକର୍ମୀମାନେ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ। ସ୍କ୍ରିନିଂ ବେଳେ ଲକ୍ଷଣ ଯୁକ୍ତ ଲୋକମାନଙ୍କୁ ତୁରନ୍ତ ଆଇସୋଲେସନ କରାଯିବ। ମେଡିକାଲ ସୁବିଧା ଯୋଗାଇ ଦିଆଯିବ। ଯଦି ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଲା, ତା’ହେଲେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ହେବ ଓ ଅନ୍ୟ ପ୍ରୋଟକଲର ପାଳନ କରାଯିବ। ଆଟ ରିସ୍କ ଦେଶରୁ ଆସୁଥିବା ଲୋକମାନେ ଟେଷ୍ଟ ରିପୋର୍ଟ ଆସିବା ଯାଏ ଏୟାରପୋର୍ଟରେ ଅପେକ୍ଷା କରିବେ ବୋଲି ଗାଇଡଲାଇନରେ କୁହାଯାଇଛି।

ଏଥିସହ କେନ୍ଦ୍ର ସରକାର ବିପଦପୂର୍ଣ୍ଣ ଦେଶ ତାଲିକାରେ ଆଉ କିଛି ରାଷ୍ଟ୍ର ନାଁ ଯୋଡ଼ିଛନ୍ତି । ସମସ୍ତ ୟୁରୋପ ଦେଶ ସହ ୟୁକେ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ୍, ବୋତ୍ସୱାନା, ଚୀନ, ଘାନା, ମରିସସ୍, ନ୍ୟୁଜିଲାଣ୍ଡ, ଜିମ୍ବାୱେ, ତାଞ୍ଜାନିଆ, ହଂକଂ, ଇସ୍ରାଏଲ୍, କଙ୍ଗୋ, ଇଥୋପିଆ, କାଜାଖାସ୍ତାନ, କେନିଆ, ନାଇଜେରିଆ, ତୁନିସିଆ ଓ ଜାମ୍ବିଆକୁ ସାମିଲ୍ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର