ମୋତିର ଦାମ୍‌ ୨ କୋଟି !

The Sakala Picture
Published On

ବ୍ୟାଙ୍କକ: ଥାଇଲ୍ୟାଣ୍ଡର ଜଣେ ମତ୍ସ୍ୟଜୀବୀ ହାଚାଇ ନିଓମଡଚା(୩୭)ଙ୍କ ଭାଗ୍ୟ ଖୋଲିଯାଇଛି। ସେ ମାଛ ମାରିବାକୁ ସମୁଦ୍ରକୁ ଯିବା ସମୟରେ କୂଳରୁ ଏକ ମୋତି ପାଇଛନ୍ତି। ଏହାର ମୂଲ୍ୟ କୋଟି କୋଟି ଟଙ୍କା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହା ଏକ ଶାମୁକା ଭିତରେ ଥିଲା। ପରେ ସେ ନିଜ ଭାଇଙ୍କୁ ଡାକି ଏହା ଦେଖିବାକୁ କହିଥିଲେ। ପରେ ଦୁଇ ଭାଇ ମୋତିକୁ ନେଇ ଘରକୁ ଯାଇଥିଲେ। ତାଙ୍କ ପିତା ଏହି ଶାମୁକାକୁ ଖୋଲି ଦେଖିବା ପରେ ଆଶ୍ଚର୍ଯ୍ୟ […]

ବ୍ୟାଙ୍କକ: ଥାଇଲ୍ୟାଣ୍ଡର ଜଣେ ମତ୍ସ୍ୟଜୀବୀ ହାଚାଇ ନିଓମଡଚା(୩୭)ଙ୍କ ଭାଗ୍ୟ ଖୋଲିଯାଇଛି। ସେ ମାଛ ମାରିବାକୁ ସମୁଦ୍ରକୁ ଯିବା ସମୟରେ କୂଳରୁ ଏକ ମୋତି ପାଇଛନ୍ତି। ଏହାର ମୂଲ୍ୟ କୋଟି କୋଟି ଟଙ୍କା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହା ଏକ ଶାମୁକା ଭିତରେ ଥିଲା। ପରେ ସେ ନିଜ ଭାଇଙ୍କୁ ଡାକି ଏହା ଦେଖିବାକୁ କହିଥିଲେ। ପରେ ଦୁଇ ଭାଇ ମୋତିକୁ ନେଇ ଘରକୁ ଯାଇଥିଲେ। ତାଙ୍କ ପିତା ଏହି ଶାମୁକାକୁ ଖୋଲି ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ଭିତରେ ଏକ କମଳା ରଙ୍ଗର ମୋତି ଥିଲା। ବଜାରରେ ଏହାର ମୂଲ୍ୟ କୋଟି କୋଟି ଟଙ୍କା ହେବ। ସାଧାରଣତଃ ଦାମୀ ଅଳଙ୍କାର ପ୍ରସ୍ତୁତିରେ ଏହି ମୋତି ବ୍ୟବହାର କରାଯାଇଥାଏ । ଶାମୁକା ମଧ୍ୟରେ ଉତ୍ତେଜନା ସମୟରେ ଏକ ସାମୁଦ୍ରିକ ପଦାର୍ଥ ଏହାର କୋଷିକା ଭିତରେ ପଶିବାରୁ କମଳା ରଙ୍ଗ ସୃଷ୍ଟି ହୋଇଥାଏ । ଏହା ସୃଷ୍ଟି ହେବା ପାଇଁ ଅନେକ ବର୍ଷ ଲାଗିଥାଏ ।

ଆହୁରି ପଢ଼ନ୍ତୁ: ବାୟୁ ପ୍ରଦୂଷଣ ରୋକିବାକୁ କଡ଼ା ପଦକ୍ଷେପ: ବିନା ପିୟୁସି (PUC) ସାର୍ଟିଫିକେଟ୍‌ରେ ମିଳିବନି ଇନ୍ଧନ

ହାଚାଇ କହିଛନ୍ତି ଯେ ଲମ୍ବା ନିଶ ରଖିଥିବା ଜଣେ ବୃଦ୍ଧ ମୋତେ ସମୁଦ୍ର କୂଳକୁ ଆସିବାକୁ କହିଥିଲେ। ବୃଦ୍ଧଙ୍କ ଲାଗି ଏହି ମୋତି ମୋତେ ମିଳିଛି। ସେ ମୋତିକୁ ଅଧିକରୁ ଅଧିକ ଦାମରେ ବିକ୍ରି କରିବାକୁ ଚାହୁଁଛନ୍ତି। ଏହା ଦ୍ବାରା ତାଙ୍କର ଏବଂ ପରିବାର ଜୀବନ ବଦଳିଯିବ। ଏଥିଲାଗି ସେ ଚୀନର ଏକ ବ୍ୟବସାୟୀଙ୍କ ସହ କଥା ହୋଇଛନ୍ତି। ଏହା ବଦଳରେ ତାଙ୍କୁ ୧୦ ମିଲିୟନ ଥାଇ (୨କୋଟି ଟଙ୍କାରୁ ଊର୍ଦ୍ଧ୍ବ) ମିଳିବ ବୋଲି ସେ ଆଶା କରୁଛନ୍ତି।

ଆହୁରି ପଢ଼ନ୍ତୁ: ଫ୍ଲାଏ ଦୁବାଇ ବିମାନ କ୍ରାସ୍ ଉଦ୍ୟମ ପଣ୍ଡ: ଛୁରାମାଡ଼ ସତ୍ତ୍ୱେ ୧୮୦ ଯାତ୍ରୀଙ୍କ ଜୀବନ ବଞ୍ଚାଇ ହିରୋ ସାଜିଲେ ମୁମ୍ବାଇର ପାଇଲଟ୍ ସ୍ମିତ୍ ମଚ୍ଛର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp