କୃଷିକୁ କାଳ ଜଳବାୟୁ ପରିବର୍ତ୍ତନ

The Sakala Picture
Published On

ଆଗାମୀ କୋଡ଼ିଏ ବର୍ଷରେ ଚାଷ ତଥା ଚାଷୀଭାଇଙ୍କ ଲାଗି ସୃଷ୍ଟି ହୋଇପାରେ ଏକ ବଡ଼ ସମସ୍ୟା। ମୁଖ୍ୟତଃ ଜଳବାୟୁ ପରିବର୍ତ୍ତନ କୃଷିକୁ ପ୍ରଭାବିତ କରିବ। ମରୁଡ଼ି ଓ ବନ୍ୟା ସମସ୍ୟା ଦେଖାଦେବା ସହ ସୋୟାବିନ୍‌, ଗହମ, ମକା ଉତ୍ପାଦନ ହ୍ରାସ ପାଇବ। ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଦ୍ରୁତଗତିରେ ବୃଦ୍ଧି ପାଉଛି। ଏହା ଯୋଗୁ ବିଶ୍ବ ସ୍ତରରେ କୃଷିକାର୍ଯ୍ୟରେ ନାନାଦି ସମସ୍ୟା ଉପୁଜିବ। ୟୁନାଇଟେଡ୍ ଷ୍ଟେଟ‌ ଅଫ୍ ଆମେରିକା ଜର୍ଣ୍ଣାଲରେ ପ୍ରକାଶ ପାଇଛି ଯେ ପାଣିପାଗ ତଥା ଜଳବାୟୁ […]

ଆଗାମୀ କୋଡ଼ିଏ ବର୍ଷରେ ଚାଷ ତଥା ଚାଷୀଭାଇଙ୍କ ଲାଗି ସୃଷ୍ଟି ହୋଇପାରେ ଏକ ବଡ଼ ସମସ୍ୟା। ମୁଖ୍ୟତଃ ଜଳବାୟୁ ପରିବର୍ତ୍ତନ କୃଷିକୁ ପ୍ରଭାବିତ କରିବ। ମରୁଡ଼ି ଓ ବନ୍ୟା ସମସ୍ୟା ଦେଖାଦେବା ସହ ସୋୟାବିନ୍‌, ଗହମ, ମକା ଉତ୍ପାଦନ ହ୍ରାସ ପାଇବ।

ଆହୁରି ପଢ଼ନ୍ତୁ: ଉଜ୍ଜୈନର ଶାହୀ ମସଜିଦ୍ ଭଙ୍ଗାଯିବା ନେଇ ଉତ୍ତେଜନା ପରେ ପୋଲିସ ଉପରକୁ ପଥର ମାଡ଼, ୧୦ ଅଟକ

ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଦ୍ରୁତଗତିରେ ବୃଦ୍ଧି ପାଉଛି। ଏହା ଯୋଗୁ ବିଶ୍ବ ସ୍ତରରେ କୃଷିକାର୍ଯ୍ୟରେ ନାନାଦି ସମସ୍ୟା ଉପୁଜିବ। ୟୁନାଇଟେଡ୍ ଷ୍ଟେଟ‌ ଅଫ୍ ଆମେରିକା ଜର୍ଣ୍ଣାଲରେ ପ୍ରକାଶ ପାଇଛି ଯେ ପାଣିପାଗ ତଥା ଜଳବାୟୁ ପରିବର୍ତ୍ତନ ଯୋଗୁ ଫସଲ ଉତ୍ପାଦନ କମିବ ଓ ମୂଲ୍ୟ ଅହେତୁକ ବୃଦ୍ଧି ପାଇବ। ବିଶେଷକରି ମକାଚାଷ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହେବ। ଏହା ସହ ଗହମ, ସୋୟାବିନ୍‌, ଧାନ ଓ ମକା ଚାଷରେ ଏକପ୍ରକାର ପରିବର୍ତ୍ତନ ଦେଖାଦେବ। ଏହି ସବୁ ଶସ୍ୟ ଅଭାବ ଯୋଗୁ ଲୋକେ ଅନାହାର ତଥା କୁପୋଷଣର ସମ୍ମୁଖୀନ ହେବେ ।

ଆହୁରି ପଢ଼ନ୍ତୁ: ମିରଟ୍ 'ବ୍ଲୁ ଡ୍ରମ୍ ହତ୍ୟାକାଣ୍ଡ': ରାୟ ଶୁଣାଇବେ କୋର୍ଟ, ପତ୍ନୀ ମୁସ୍କାନ୍ ଓ ପ୍ରେମିକ ସାହିଲ୍‌ଙ୍କୁ ଫାଶୀ ଦେବାକୁ ପରିବାରର ଦାବି

ଭାରତୀୟ ଚାଷୀ ହେବେ ପ୍ରଭାବିତ: ଆଜି ବି ଦେଶରେ ୬୦ ପ୍ରତିଶତ ଚାଷ ବର୍ଷା ଉପରେ ନିର୍ଭରଶୀଳ। ଏହି କାରଣରୁ ଭାରତରେ ପ୍ରଚୁର ଗହମ, ସୋୟାବିନ୍‌, ଧାନ ଓ ମକା ଉତ୍ପାଦନ ହୁଏ। ଯଦି ଭାରତରେ ମରୁଡ଼ି ଦେଖାଦେବ ତେବେ ଏଠାକାର ୬୦ ପ୍ରତିଶତରୁ ଅଧିକ ଚାଷୀଭାଇ କ୍ଷତି ସହିବେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ବଦଳରେ ମୁମ୍ବାଇରୁ କାହିଁକି ଆନ୍ଦୋଳନ କରୁଛନ୍ତି ସିଜେପି ନେତା ଅଭିଜୀତ ଡିପକେ?

ଉତ୍ପାଦନ କମିବ: ଜଳବାୟୁ ପରିବର୍ତ୍ତନରେ ଉତ୍ପାଦନ ଢ଼େର କମିବ। ୧୦୦ ପ୍ରତିଶତ ଧାନଯୋଗ୍ୟ ଓ ୯୧ ପ୍ରତିଶତ ମକା ଚାଷ ଜମି ଜଳବାୟୁ ପରିବର୍ତ୍ତନ ସଙ୍କଟ ଦେଇ ଗତି କରିବ। ଫଳରେ ଫସଲ ବିଳମ୍ବରେ ହେବ। ଅର୍ଥାତ୍ ଠିକ୍ ସମୟରେ ହେବ ନାହିଁ ଆଉ ବଜାର ଦର ବୃଦ୍ଧି ପାଇବ।

ପଙ୍ଗପାଳ ମାଡ଼ିଯିବେ: ଅନ୍ୟପଟେ ଚାଷୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରନ୍ତି ପଙ୍ଗପାଳ। କାରଣ ଜଳବାୟୁ ପରିବର୍ତ୍ତନ ଯୋଗୁ ଗତବର୍ଷ ପୂର୍ବ ଆଫ୍ରିକାରେ ଲଗାଣ ବର୍ଷା ହୋଇଥିଲା। ଉପଯୁକ୍ତ ପରିବେଶ ମିଳିଲେ ହିଁ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଏ। ପଙ୍ଗପାଳ ଯୋଗୁ ଫସଲହାନି ହୁଏ ଓ ଚାଷୀଙ୍କୁ ଅଧିକ କ୍ଷତି ସହିବାକୁ ପଡ଼ିଥାଏ। ଏହା ବାଦ୍ ଅନ୍ୟାନ୍ୟ କୀଟ ମଧ୍ୟ ଫସଲକୁ କ୍ଷତି ପହଞ୍ଚାଇପାରନ୍ତି।

ପ୍ରାକୃତିକ ବିପର୍ଯ୍ୟୟ ବଢ଼ିବ: ପୁଣି ଏହା ଦ୍ବାରା ମରୁଡ଼ି ଓ ବନ୍ୟା ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ଜଳ ଓ ଭୂଜଳ ସ୍ତର କମିବା ଯୋଗୁ ଚାଷୀଙ୍କୁ ଜଳସେଚନ ଲାଗି ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ। ଏହା ବ୍ୟତୀତ ଜଳବାୟୁ ପରିବର୍ତ୍ତନ ଯୋଗୁ ସିନ୍ଧୁ, ଗଙ୍ଗା ଓ ବ୍ରହ୍ମପୁତ୍ରର କୃଷି କ୍ଷେତ୍ର ବି ପ୍ରଭାବିତ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର