୧୬ରୁ ଫାସ୍‌ଟ୍ୟାଗ୍ ବାଧ୍ୟତାମୂଳକ, ନଥିଲେ ଗଣିବେ ଦୁଇଗୁଣା ଟୋଲ୍‌ ‌ଟିକସ

The Sakala Picture
Published On

ଚଳିତମାସ ୧୬ରୁ ସମଗ୍ର ଦେଶରେ ଲାଗୁ ହେବାକୁ ଯାଉଛି ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା। ଏଣିକି ଦେଶର ଜାତୀୟ ରାଜପଥରେ ଯାତ୍ରା କରୁଥିଲେ ଆପଣଙ୍କ ଲାଗି ଗାଡିରେ ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା ରଖିବା ବାଧ୍ୟତାମୂଳକ କରାଯାଇଛି। ଏହାଫଳରେ ଦେଶର ଭାରତର ଜାତୀୟ ରାଜପଥରେ ୭୨୦ରୁ ଅଧିକ ଟୋଲ୍‌ ପ୍ଲାଜାରେ ଫାସଟ୍ୟାଗ୍‌ରେ ଟୋଲ୍‌ ଟିକସ ପୈଠ ବିକଳ୍ପ ଅନିବାର୍ଯ୍ୟ ହୋଇଯିବ। ଯଦି ଆପଣ ରାସ୍ତାରେ ଟୋଲ୍ ପ୍ଲାଜାକୁ ଅତିକ୍ରମ କରୁଛନ୍ତି ତେବେ ଆପଣଙ୍କ କାର ପାଇଁ ଫାସଟ୍ୟାଗ୍‌ ଆବଶ୍ୟକତା ଅତି  ଜରୁରୀ। ଏହି […]

ଚଳିତମାସ ୧୬ରୁ ସମଗ୍ର ଦେଶରେ ଲାଗୁ ହେବାକୁ ଯାଉଛି ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା। ଏଣିକି ଦେଶର ଜାତୀୟ ରାଜପଥରେ ଯାତ୍ରା କରୁଥିଲେ ଆପଣଙ୍କ ଲାଗି ଗାଡିରେ ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା ରଖିବା ବାଧ୍ୟତାମୂଳକ କରାଯାଇଛି। ଏହାଫଳରେ ଦେଶର ଭାରତର ଜାତୀୟ ରାଜପଥରେ ୭୨୦ରୁ ଅଧିକ ଟୋଲ୍‌ ପ୍ଲାଜାରେ ଫାସଟ୍ୟାଗ୍‌ରେ ଟୋଲ୍‌ ଟିକସ ପୈଠ ବିକଳ୍ପ ଅନିବାର୍ଯ୍ୟ ହୋଇଯିବ। ଯଦି ଆପଣ ରାସ୍ତାରେ ଟୋଲ୍ ପ୍ଲାଜାକୁ ଅତିକ୍ରମ କରୁଛନ୍ତି ତେବେ ଆପଣଙ୍କ କାର ପାଇଁ ଫାସଟ୍ୟାଗ୍‌ ଆବଶ୍ୟକତା ଅତି  ଜରୁରୀ। ଏହି ନୂଆ ନିୟମ ରବିବାର ମଧ୍ୟ ରାତ୍ରଠାରୁ ଲାଗୁ ହୋଇଯାଇଛି। ଯଦି ଆପଣଙ୍କ ଗାଡିରେ ଫେବୃଆରୀ ୧୫ ମଧ୍ୟରାତ୍ରି ପରଠୁ ଫାସଟ୍ୟାଗ୍ ନ ଥିବ ଏବଂ ଟୋଲ୍ ପ୍ଲାଜା ଅତିକ୍ରମ କରିବେ ତେବେ ଆପଣଙ୍କୁ ଦୁଇ ଗୁଣ ଜୋରିମାନା ଦେବାକୁ ହେବ। ଏ ନେଇ ନିୟମ କଡ଼ାକଡ଼ି କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦିଆଯାଇଛି। ଜାତୀୟ ରାଜପଥ ଫି ନିୟମ ୨୦୦୮ ଅନୁଯାୟୀ ଏହି ନୂଆ ବ୍ୟବସ୍‌ତା କେନ୍ଦ୍ର ସରକାର ଲାଗୁ କରିଛନ୍ତି।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ଏହା ପୂର୍ବରୁ କେନ୍ଦ୍ର ସରକାର ଚଳିତବର୍ଷ ନୂଆ ବର୍ଷଠାରୁ ଦେଶରେ ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା ବାଧ୍ୟତାମୂଳକ କରିଥିଲେ। କେନ୍ଦ୍ରୀୟ ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ବିଗତ ଦିନରେ କହିଥିଲେ ଯେ, ଦେଶର ସମସ୍ତ  ଟୋଲ୍ ପ୍ଲାଜାରେ ଏବେ ଫାସଟ୍ୟାଗ୍ ବାଧ୍ୟତାମୂଳକ। ତେବେ ସେ ସ୍ପଷ୍ଟ କହିଥିଲେ ଯେ, ଏବେ କେନ୍ଦ୍ର ସରକାର ଫାସଟ୍ୟାଗ କାର୍ଯ୍ୟକାରିତାର ଅନ୍ତିମ ତାରିଖ ଆଉ ବଢାଇବେ ନାହିଁ। ଏମିତିରେ ଯେଉଁମାନେ ଏ ପର୍ଯ୍ୟନ୍ତ ନିଜ ଗାଡିରେ ଫାସଟ୍ୟାଗ୍‌ ଲଗାଇ ନାହାନ୍ତି ତେବେ ସେମାନେ ଖୁବ୍ ଲଗାଇ ଦିଅନ୍ତୁ, ନଚେତ୍ ସେମାନଙ୍କ ପାଇଁ ମୁସ୍କିଲ ଆହୁରି ବଢିବ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ବର୍ତ୍ତମାନ ଚଳିତମାସ ୧୫ ପରଠୁ ସମସ୍ତ ଟୋଲ୍‌ ପ୍ଲାଜାରେ ଫାସଟ୍ୟାଗ୍‌ ବାଧ୍ୟତାମୂଳକ ହୋଇଯିବ। ମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ , କିଛି ଲୋକ ଭାବୁଛନ୍ତି ଯେ, ସରକାର ପୁଣି ଥରେ ଫାସଟ୍ୟାଗ୍‌ର ଶେଷ ତାରିଖ ବଢାଇବେ। ସେମାନେ ଜାଣି ରଖନ୍ତୁ ଯେ ଏବେ ଫାସଟ୍ୟାଗର ଅବଧି ବଢିବ ନାହିଁ। ଦେଶର ଜାତୀୟ ରାଜପଥଗୁଡିକରେ ଯାନବାହାନ ଚଳାଚଳ ବାଧାବିହୀନ କରିବା ପାଇଁ କେନ୍ଦ୍ର ସରକାର ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏହାଦ୍ବାରା ଟୋଲ୍‌ ପ୍ଲାଜାରେ ଡିଜିଟାଲ ମୋଡ୍‌ରେ ପେମେଣ୍ଟ ବଢ଼ିବାରେ ଲାଗିଛି। ଏହା ଟୋଳଖ୍‌ ପ୍ଲାଜାରେ ଗାଡିଗୁଡିକର ୱେଟିଂ ସମୟ କମ୍‌ କରିବା ସହ ତୈଳ ସାଶ୍ରୟତା କମ୍‌ କରୁଛି। ଫାସଟ୍ୟାଗ୍‌ ଲଗାଇଥିବା ଗାଡିଗୁଡିକୁ ଏହା ଏକ ସୀମ୍‌ ବିହୀନ ଚଳାଚଳ ସୁବିଧା ଦେଉଛି। ଫାସ୍‌ଟ୍ୟାଗ୍‌ ଲାଗୁ ଫଳରେ କେବଳ ଯାନବାହନ ଚଳାଚଳ ସହଜ ହେବ ତାହା ନୁହେଁ ଜାତୀୟ ରାଜପଥରେ ଭିଡ଼ ଯୋଗୁଁ ହେଉଥିବା ଦୂର୍ଘଟଣା ହାର କମିବ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର