ଉତ୍ତର କୋରିଆର ପୁଣି ଶକ୍ତି ପ୍ରଦର୍ଶନ: ସମୁଦ୍ରକୁ କ୍ଷେପଣାସ୍ତ୍ର ମାଡ଼ କଲେ କିମ୍ ଜୋଙ୍ଗ୍ ଉନ୍

Suryakanta Picture
Published On

ଏକ ବଡ଼ ଧରଣର ସାମରିକ ଉତ୍ତେଜନା ମଧ୍ୟରେ ଉତ୍ତର କୋରିଆ ପକ୍ଷରୁ ପୁଣି ଥରେ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି। ସୂଚନା ଅନୁଯାୟୀ, ଉତ୍ତର କୋରିଆ ଜାପାନ ସାଗର ଅଭିମୁଖେ ଏକ ଅଜ୍ଞାତ ପ୍ରୋଜେକ୍ଟାଇଲ୍ ଉତକ୍ଷେପଣ କରିଛି, ଯାହା ସମଗ୍ର ଏସିଆ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ:  ରୁଷ ଓ ୟୁକ୍ରେନ ଆପରେ ସାଇବର ଆକ୍ରମଣ; ନକଲି ପରମାଣୁ ବିପତ୍ତି ଆଲର୍ଟକୁ ନେଇ ଆତଙ୍କ

ଦକ୍ଷିଣ କୋରିଆର ସାମରିକ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବୁଧବାର ସକାଳେ ଏହି ଉତକ୍ଷେପଣ ଚିହ୍ନଟ କରାଯାଇଥିଲା। ଏହି କ୍ଷେପଣାସ୍ତ୍ରଟି କେତେ ଦୂରତା ଅତିକ୍ରମ କରିଛି ଏବଂ ଏହାର ପ୍ରକୃତି କ’ଣ, ସେ ନେଇ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି। ଜାପାନ ଏବଂ ଦକ୍ଷିଣ କୋରିଆର ସୁରକ୍ଷା ବାହିନୀ ବର୍ତ୍ତମାନ ହାଇ ଆଲର୍ଟରେ ରହିଛନ୍ତି।

ଆହୁରି ପଢ଼ନ୍ତୁ: ତାମିଲନାଡୁରେ ବଡ଼ ରେଳ ଅଘଟଣ: ବିନା ଇଞ୍ଜିନରେ ୬ କିମି ଗଡ଼ିବା ପରେ ଲାଇନଚ୍ୟୁତ ହେଲା ୭ ବଗି

ଉତ୍ତର କୋରିଆର ଏହି କାର୍ଯ୍ୟାନୁଷ୍ଠାନ ଆମେରିକା ଏବଂ ଏହାର ସହଯୋଗୀ ଦେଶମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ବିଶ୍ୱସ୍ତରୀୟ ପ୍ରତିବନ୍ଧକ ସତ୍ତ୍ୱେ କିମ୍ ଜୋଙ୍ଗ୍ ଉନ୍‌ଙ୍କ ସରକାର ନିଜର ପରମାଣୁ ଏବଂ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ଜାରି ରଖିଛନ୍ତି। ଏହି ପରୀକ୍ଷଣ ଯୋଗୁଁ ଆଞ୍ଚଳିକ ସୁରକ୍ଷା ପରିସ୍ଥିତି ଜଟିଳ ହୋଇପଡିଛି।

ଆହୁରି ପଢ଼ନ୍ତୁ: ଜନ୍ତର ମନ୍ତର ପ୍ରତିବାଦ: ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର