ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଇସ୍ତଫା

The Sakala Picture
Published On

ମୁମ୍ବାଇ: ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ ନିଜ ପଦରୁ ଇସ୍ତଫା ଦେଇଛନ୍ତି।  ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସେ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଚାନ୍ଦା ଆଦାୟ ଘଟଣାରେ ବମ୍ୱେ ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଅନୀଲ ଦେଶମୁଖ  ଇସ୍ତଫା ଦେଇଛନ୍ତି । ସୂଚନାଯୋଗ୍ଯ, ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ହୋଇଥିବା ୧୦୦ କୋଟି ଟଙ୍କା ଆଦାୟ ମାମଲାରେ ଶୁଣାଣି କରି ବମ୍ବେ ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦେଶ ଦେଇଥିଲେ। ଏଥିସହିତ ଯାଞ୍ଚ ରିପୋର୍ଟ ୧୫ […]

ମୁମ୍ବାଇ: ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ ନିଜ ପଦରୁ ଇସ୍ତଫା ଦେଇଛନ୍ତି।  ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସେ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଚାନ୍ଦା ଆଦାୟ ଘଟଣାରେ ବମ୍ୱେ ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଅନୀଲ ଦେଶମୁଖ  ଇସ୍ତଫା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଗୋରଖପୁରରେ ନୃଶଂସ କାଣ୍ଡ: କୁରାଢ଼ିରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ, ପୁଅକୁ ମାରିବାକୁ ଗୋଡ଼ାଇ ନିଜେ ପୋଲିସକୁ କଲା ଫୋନ୍

ସୂଚନାଯୋଗ୍ଯ, ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ହୋଇଥିବା ୧୦୦ କୋଟି ଟଙ୍କା ଆଦାୟ ମାମଲାରେ ଶୁଣାଣି କରି ବମ୍ବେ ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦେଶ ଦେଇଥିଲେ। ଏଥିସହିତ ଯାଞ୍ଚ ରିପୋର୍ଟ ୧୫ ଦିନ ଭିତରେ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏହାପରେ ନୈତିକତା ଦୃଷ୍ଟିରୁ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ଆଜି ବମ୍ବେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, କମିଶନର ପରମବୀର ସିଂଙ୍କ ଆବେଦନ ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ । ତେଣୁ ଏହି ମାମଲାର ଏଫଆଇଆର୍ ହୋଇଯାଇଛି ଏବଂ ପୁଲିସ୍ ଯାଞ୍ଚ ପାଇଁ ଆବେଦନ ମଧ୍ୟ କରାଯାଇଛି । ଯେହେତୁ ଅନିଲ ଦେଶମୁଖ ହେଉଛନ୍ତି ରାଜ୍ୟର ଗୃହମନ୍ତ୍ରୀ, ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି । ଏହାକୁ ନଜରରେ ରଖି ଏବେ ସିବିଆଇ ହସ୍ତାନ୍ତର କରାଯାଇଛି । ତେବେ କୋର୍ଟର ନିର୍ଦ୍ଦେଶ ଅନୁସାରେ ସିବିଆଇ ପ୍ରାଥମିକ ସ୍ତରରୁ ତଦନ୍ତ ଆରମ୍ଭ କରୁ ଏବଂ ସମସ୍ତେ ତାଙ୍କୁ ସହଯୋଗ ମଧ୍ୟ କରନ୍ତୁ ।

ସୁଚନା ଥାଉ କି, ଆଣ୍ଟିଲିୟା କେସ୍ ରେ ମୁମ୍ବାଇ ପୁଲିସ୍ ଅଧିକାରୀ ସଚିନ ବାଜେଙ୍କ ଗିରଫଦାରୀ ପରେ ପୁର୍ବତନ ପୋଲିସ୍ ଅଧିକାରୀ ପରମବୀର ସିଂଙ୍କୁ ବଦଳି କରାଯାଇଥିଲା । ଏହି ମାମଲାରେ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖିଥିଲେ । ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ୧୦୦ କୋଟି ଟଙ୍କା ଆଦାୟ କରାଯିବା କଥା ମଧ୍ୟ ଉଲ୍ଲେଖ କରାଯାଇଥିଲା । ଏହା ବ୍ୟତୀତ ସେ ଗୃହମନ୍ତ୍ରୀଙ୍କ ଉପରେ ଅନେକ ଗୁଡିଏ ଆରୋପ ଲଗାଇଥିଲେ ।

05 Apr 2021 By The Sakala

ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଇସ୍ତଫା

ମୁମ୍ବାଇ: ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ ନିଜ ପଦରୁ ଇସ୍ତଫା ଦେଇଛନ୍ତି।  ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସେ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଚାନ୍ଦା ଆଦାୟ ଘଟଣାରେ ବମ୍ୱେ ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଅନୀଲ ଦେଶମୁଖ  ଇସ୍ତଫା ଦେଇଛନ୍ତି ।

ସୂଚନାଯୋଗ୍ଯ, ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ହୋଇଥିବା ୧୦୦ କୋଟି ଟଙ୍କା ଆଦାୟ ମାମଲାରେ ଶୁଣାଣି କରି ବମ୍ବେ ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦେଶ ଦେଇଥିଲେ। ଏଥିସହିତ ଯାଞ୍ଚ ରିପୋର୍ଟ ୧୫ ଦିନ ଭିତରେ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏହାପରେ ନୈତିକତା ଦୃଷ୍ଟିରୁ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ଆଜି ବମ୍ବେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, କମିଶନର ପରମବୀର ସିଂଙ୍କ ଆବେଦନ ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ । ତେଣୁ ଏହି ମାମଲାର ଏଫଆଇଆର୍ ହୋଇଯାଇଛି ଏବଂ ପୁଲିସ୍ ଯାଞ୍ଚ ପାଇଁ ଆବେଦନ ମଧ୍ୟ କରାଯାଇଛି । ଯେହେତୁ ଅନିଲ ଦେଶମୁଖ ହେଉଛନ୍ତି ରାଜ୍ୟର ଗୃହମନ୍ତ୍ରୀ, ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି । ଏହାକୁ ନଜରରେ ରଖି ଏବେ ସିବିଆଇ ହସ୍ତାନ୍ତର କରାଯାଇଛି । ତେବେ କୋର୍ଟର ନିର୍ଦ୍ଦେଶ ଅନୁସାରେ ସିବିଆଇ ପ୍ରାଥମିକ ସ୍ତରରୁ ତଦନ୍ତ ଆରମ୍ଭ କରୁ ଏବଂ ସମସ୍ତେ ତାଙ୍କୁ ସହଯୋଗ ମଧ୍ୟ କରନ୍ତୁ ।

ସୁଚନା ଥାଉ କି, ଆଣ୍ଟିଲିୟା କେସ୍ ରେ ମୁମ୍ବାଇ ପୁଲିସ୍ ଅଧିକାରୀ ସଚିନ ବାଜେଙ୍କ ଗିରଫଦାରୀ ପରେ ପୁର୍ବତନ ପୋଲିସ୍ ଅଧିକାରୀ ପରମବୀର ସିଂଙ୍କୁ ବଦଳି କରାଯାଇଥିଲା । ଏହି ମାମଲାରେ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖିଥିଲେ । ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ୧୦୦ କୋଟି ଟଙ୍କା ଆଦାୟ କରାଯିବା କଥା ମଧ୍ୟ ଉଲ୍ଲେଖ କରାଯାଇଥିଲା । ଏହା ବ୍ୟତୀତ ସେ ଗୃହମନ୍ତ୍ରୀଙ୍କ ଉପରେ ଅନେକ ଗୁଡିଏ ଆରୋପ ଲଗାଇଥିଲେ ।

https://www.thesakala.in/national-international/maharashtra-home-minister-anil-deshmukh-submits-resignation-to-cm-uddhav-thackeray/article-1258
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର