ଜାମ୍ମୁ-କାଶ୍ମୀରର କୁଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣ: ୩ CRPF ଯବାନ ଆହତ

Madhusudan Das Picture
Published On

ଜାମ୍ମୁ-କାଶ୍ମୀର: ଜାମ୍ମୁ-କାଶ୍ମୀରର କୁଲଗାମ୍‌ ଜିଲ୍ଲାରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଘଟିଛି। ମିର ବଜାର ନିକଟସ୍ଥ ଅଖରାନ ଅଞ୍ଚଳରେ ମୋଟରସାଇକେଲରେ ଆସିଥିବା ଦୁଇଜଣ ଆତଙ୍କବାଦୀ ସିଆରପିଏଫ (CRPF) ଦଳ ଉପରକୁ ଅତର୍କିତ ଗୁଳିଚାଳନା କରିଛନ୍ତି। ଏହି ହିଟ୍-ଏଣ୍ଡ-ରନ୍ ଆକ୍ରମଣରେ ୩ ଜଣ ସିଆରପିଏଫ ଯବାନ ଆହତ ହୋଇଥିବା ଜଣାପଡିଛି। ଆକ୍ରମଣ ପରେ ସୁରକ୍ଷା ବଳ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ତଲାସି ଅଭିଯାନ ଜାରି ରଖିଛନ୍ତି। 

ଆହୁରି ପଢ଼ନ୍ତୁ: ପଞ୍ଜାବରେ କର୍ମଭୂମି ଏକ୍ସପ୍ରେସରେ ଭୟାବହ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଶହ ଶହ ଯାତ୍ରୀ

ସରକାରୀ ସୂତ୍ର ଅନୁଯାୟୀ, ବୁଧବାର ଅପରାହ୍ନ ପ୍ରାୟ ୨:୧୫ ମିନିଟ ସମୟରେ ଏହି ଘଟଣା ଘଟିଛି। ଆତଙ୍କବାଦୀମାନେ ବାଇକରେ ଆସି ସିଆରପିଏଫ ଯବାନଙ୍କୁ ଟାର୍ଗେଟ କରି ଗୁଳି ଚଳାଇବା ପରେ ସେଠାରୁ ତୁରନ୍ତ ଫେରାର ହୋଇଯାଇଥିଲେ। ଆହତ ଯବାନମାନେ ସିଆରପିଏଫର ୪୬ତମ ବାଟାଲିୟନର ବୋଲି ଜଣାପଡିଛି। ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଅନନ୍ତନାଗ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ଆହୁରି ପଢ଼ନ୍ତୁ: ମହିଳା ଶିଳ୍ପୋଦ୍ୟୋଗୀଙ୍କ ବଡ଼ ହୃଦୟ: ସମସ୍ତ ମହିଳା କର୍ମଚାରୀଙ୍କୁ ଦେଲେ ଆଇଫୋନ୍, ଭାବବିହ୍ବଳ ହେଲେ ହାଉସକିପିଂ ଷ୍ଟାଫ୍

ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। କୁଲଗାମ ଏବଂ ଏହାର ଆଖପାଖ ଅଞ୍ଚଳରେ ସାଧାରଣ ଆଲର୍ଟ ଜାରି କରାଯାଇଛି। ଭାରତୀୟ ସେନା, ସିଆରପିଏଫ ଏବଂ ଜାମ୍ମୁ-କାଶ୍ମୀର ପୋଲିସର ମିଳିତ ଦଳ ଆତଙ୍କବାଦୀଙ୍କୁ ଧରିବା ପାଇଁ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। 

ଆହୁରି ପଢ଼ନ୍ତୁ: ଆସାମରେ କୋଲକାତା-ସାଇରାଙ୍ଗ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ: ୬ଟି ବଗି ଧାରଣାରୁ ଚ୍ୟୁତ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର