କାନାଡାରେ ମା’ ଓ ଝିଅଙ୍କୁ ମାରିଥିବା ୪ଭାଲୁଙ୍କୁ ମୃତ୍ୟୁଦଣ୍ଡ: ଡିଏନଏ ପରୀକ୍ଷାରୁ ମିଳିଲା ସାଂଘାତିକ ସତ୍ୟ

Madhusudan Das Picture
Published On

ନୂଆଦିଲ୍ଲୀ: କାନାଡାର ପଶ୍ଚିମ ଭାଗରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ମା’ ଓ ତାଙ୍କ ଝିଅଙ୍କ ମୃତ୍ୟୁ ପାଇଁ ଦାୟୀ ଥିବା ୪ଟି ଗ୍ରିଜଲି ଭାଲୁ (Grizzly Bears)ଙ୍କୁ କର୍ତ୍ତୃପକ୍ଷ ମୃତ୍ୟୁଦଣ୍ଡ ଦେଇଛନ୍ତି । ତଦନ୍ତକାରୀ ଦଳ ଡିଏନଏ ପରୀକ୍ଷା ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ଯେ ଏହି ଭାଲୁମାନେ ହିଁ ମହିଳା ଓ ତାଙ୍କ ଝିଅଙ୍କ ଉପରେ ଆକ୍ରମଣ କରିଥିଲେ । 

ଆହୁରି ପଢ଼ନ୍ତୁ: ଆମେରିକା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଭାରତୀୟ-ବଂଶୋଦ୍ଭବ ପିଆ ଡାଣ୍ଡିଆ, ଅରୁଣା ମିଲର ଏବଂ ସୁହାସ ସୁବ୍ରମଣ୍ୟମଙ୍କ ବିଜୟ

ବ୍ରିଟିଶ କଲମ୍ବିଆ କନଜରଭେସନ ଅଫିସର ସର୍ଭିସ ପକ୍ଷରୁ କୁହାଯାଇଛି ଯେ, ୪୮ ବର୍ଷୀୟା ଜେନି ବାଲକାରାସ ଏବଂ ତାଙ୍କର ୨୦ ବର୍ଷୀୟା ଝିଅ ସେଲା ରିଡ୍ ଙ୍କ ମୃତ୍ୟୁ ପାଇଁ ଏକ ମାଈ ଭାଲୁ ଏବଂ ତାର ତିନୋଟି ଛୁଆ ଦାୟୀ ଥିଲେ । ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚାରୋଟିଯାକ ଭାଲୁଙ୍କୁ ମାରି ଦିଆଯାଇଛି । ଇନ୍ସପେକ୍ଟର ଜେଫ୍ ଟାୟାର କହିଛନ୍ତି ଯେ, ଏହି ଆକ୍ରମଣ ଏକ ଶିକାରୀ ମନୋଭାବରୁ ହୋଇଥିଲା, ଯାହା ଅତ୍ୟନ୍ତ ବିରଳ । 

ଆହୁରି ପଢ଼ନ୍ତୁ: ଅଗ୍ନିବୀରଙ୍କ ପାଇଁ ବଡ଼ ଖବର: ପ୍ରଥମ ବ୍ୟାଚ୍‌ର ସେବା ଅବଧି ୨ ବର୍ଷ ବୃଦ୍ଧି କଲେ CDS ରାଜା ସୁବ୍ରମଣୀ

ସୂଚନା ଅନୁଯାୟୀ, ଜେନି ଓ ସେଲା ଭାଙ୍କୁଭରରୁ ପ୍ରାୟ ୧୦୦୦ କିଲୋମିଟର ଦୂରରେ ଥିବା ବେଲା କୁଲା (Bella Coola) ନିକଟସ୍ଥ ନିଜ ଘର ପାଖରେ ବୁଲିବାକୁ ଯାଇଥିଲେ । ସେମାନଙ୍କ ମୃତଦେହ ଚଲାପଥ ନିକଟରେ ପ୍ରାୟ ୧୫୦ ମିଟର ଦୂରତାରେ ପଡିଥିବା ଦେଖିବାକୁ ମିଳିଥିଲା । ସେଲା ପ୍ରତି ଶନିବାର ନିଜ ଭଉଣୀଙ୍କୁ କଲ୍ କରନ୍ତି, ମାତ୍ର ସେଦିନ କଲ୍ ନଆସିବାରୁ ପରିବାର ଲୋକେ ପୋଲିସକୁ ଜଣାଇଥିଲେ । ତଦନ୍ତ ପରେ ସନ୍ଧାନକାରୀମାନେ ପ୍ରଥମେ ମା’ଙ୍କ ମୃତଦେହ ପାଇଥିଲେ, ଏବଂ ତା’ପରେ ରିଡ୍‌ଙ୍କ ମୃତଦେହ ଏପରି ଏକ ସ୍ଥାନରେ ପାଇଥିଲେ ଯେଉଁଠାରେ ଭାଲୁ ଖାଦ୍ୟ ସଂରକ୍ଷଣ କରନ୍ତି। ବର୍ଷର ଏହି ସମୟରେ ଗ୍ରିଜଲି ଭାଲୁ ଆକ୍ରମଣାତ୍ମକ ହୋଇପାରେ, କାରଣ ସେମାନେ ଶୀତକାଳୀନ ଶୀତନିଦ୍ରା ପୂର୍ବରୁ ମେଦ ବୃଦ୍ଧି କରିଥାନ୍ତି। ତେଣୁ ବେଳେବେଳେ ଖାଦ୍ୟ ସନ୍ଧାନରେ ହିଂସ୍ର ହୋଇପଡ଼ିଥାନ୍ତି। 

ଆହୁରି ପଢ଼ନ୍ତୁ: ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଡିଭାଇଡରରେ ପିଟି ହୋଇ ଜଳିଗଲା କାର, ୬ ଜଣଙ୍କ ମୃତ୍ୟୁ

ତଦନ୍ତକାରୀ ଦଳ ସ୍ପଷ୍ଟ କରିଛନ୍ତି ଯେ, ଏହି ଭାଲୁମାନେ ଗତ ନଭେମ୍ବର ମାସରେ ସେହି ଅଞ୍ଚଳରେ ଘଟିଥିବା ଅନ୍ୟ ଏକ ଆକ୍ରମଣରେ ସାମିଲ ନଥିଲେ । ସେହି ଆକ୍ରମଣରେ ପ୍ରାୟ ୨୦ ଜଣ ସ୍କୁଲ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ଉପରେ ଭାଲୁ ଆକ୍ରମଣ କରିଥିଲା, ଯେଉଁଥିରେ ୪ ଜଣ ଆହତ ହୋଇଥିଲେ । ଏହି ତାଜା ଘଟଣା ଯୋଗୁଁ ସ୍ଥାନୀୟ ନୁକ୍ସାଲ୍କ ନେସନ୍ ସମ୍ପ୍ରଦାୟ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର