ପ୍ରକାଶ ପାଇଲା ICSE ଦଶମ ଓ ICS ଦ୍ୱାଦଶ ରେଜଲ୍ଟ : CISCEର ୱେବସାଇଟ୍ରେ ରେଜଲ୍ଟ ପ୍ରକାଶ
ନୂଆଦିଲ୍ଲୀ : : କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍ସଜାମିନେସନ (ସିଆଇଏସ୍ସିଇ) ଦ୍ୱାରା ପରିଚାଳିତ ଇଣ୍ଡିଆନ୍ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ICSE) ଦଶମ ଏବଂ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ (ISC) ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ CISCEର ଅଫିସିଆଲ୍ ୱେବସାଇଟ୍ cisce.org ପରିଦର୍ଶନ କରି ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ଏ ନେଇ ସିଆଇଏସ୍ସିଇ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଦଶମରେ ପାସ ହାର ୯୯.୦୯ […]
ନୂଆଦିଲ୍ଲୀ : : କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍ସଜାମିନେସନ (ସିଆଇଏସ୍ସିଇ) ଦ୍ୱାରା ପରିଚାଳିତ ଇଣ୍ଡିଆନ୍ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ICSE) ଦଶମ ଏବଂ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ (ISC) ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ CISCEର ଅଫିସିଆଲ୍ ୱେବସାଇଟ୍ cisce.org ପରିଦର୍ଶନ କରି ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ଏ ନେଇ ସିଆଇଏସ୍ସିଇ ପକ୍ଷରୁ ସୂଚନା ଦିଆଯାଇଛି।
ଚଳିତ ବର୍ଷ ଦଶମରେ ପାସ ହାର ୯୯.୦୯ ରହିଛି। ଦଶମ ଶ୍ରେଣୀରେ ୯୯.୩୭ ପ୍ରତିଶତ ଝିଅ ଏବଂ ୯୮.୮୪ ପ୍ରତିଶତ ପୁଅ ପାସ୍ କରିଛନ୍ତି। ସେହିପରି ISC ଦ୍ୱାଦଶ ଶ୍ରେଣୀରେ, ପୁଅମାନଙ୍କ ପାସ୍ ହାର ୯୮.୬୪ ପ୍ରତିଶତ ଥିବା ବେଳେ ଝିଅମାନେ ୯୯.୪୫ ପ୍ରତିଶତ ରହିଛି। ଉଭୟ ଦଶମ ଓ ଦ୍ବାଦଶରେ ଛାତ୍ରଙ୍କଠାରୁ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି।
ପରୀକ୍ଷା ଫଳାଫଳ କିପରି ଦେଖିବେ
୧. ଫଳାଫଳ ଯାଞ୍ଚ କରିବା ପାଇଁ, ସର୍ବପ୍ରଥମେ ଛାତ୍ରଛାତ୍ରୀମାନଙ୍କୁ ବୋର୍ଡର ଅଫିସିଆଲ୍ ୱେବସାଇଟ୍, cisce.org ପରିଦର୍ଶନ କରିବାକୁ ପଡିବ।
୨. ପୃଷ୍ଠାଟି ଖୋଲିବା ପରେ, ଆପଣଙ୍କୁ ପାଠ୍ୟକ୍ରମ, UID, ଇଣ୍ଡେକ୍ସ ନମ୍ବର ଏବଂ କ୍ୟାପଚା କୋଡ୍ ପ୍ରବେଶ କରି ଦାଖଲ କରିବାକୁ ପଡିବ।
୩. ନୂତନ ପୃଷ୍ଠା ଖୋଲିଲେ, ଆପଣଙ୍କର ରୋଲ୍ ନମ୍ବର ଦାଖଲ କରନ୍ତୁ।
୪. ଏହା କରିବା ଦ୍ଵାରା ଆପଣଙ୍କର ଫଳାଫଳ ସ୍କ୍ରିନରେ ଦେଖାଯିବ।






