ଖେଳାଳିଙ୍କ ପାଇଁ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ, ୱେବ୍ ସାଇଟକୁ ଯାଇ କରିପାରିବେ ଆବେଦନ

The Sakala Picture
Published On

ଭୁବନେଶ୍ବର: ସ୍ପୋର୍ଟସ ହବ ପାଲଟିଛି ଓଡିଶା । ଖେଳ ଓ ଖେଳାଳିଙ୍କୁ ଆଗକୁ ନେବା ପାଇଁ ରାଜ୍ୟ ସରକାରଙ୍କ ନୂଆ କଯ୍ୟକ୍ରମ । ଖେଳ ପ୍ରତି ଥିବା ଉତ୍ସାହ ଓ ଭିତ୍ତିଭୂମିକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି କ୍ରମରେ ଯୁବ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ହାତକୁ ନେଇଛି କ୍ରୀଡା ବିଭାଗ । ବ୍ଲକ୍, ବିଜ୍ଞାପିତ ଅଞ୍ଚଳ ପରିଷଦ, ମ୍ୟୁନିସିପାଲିଟି, ମହାନଗର ନିଗମ ଅଞ୍ଚଳର ମହିଳା ଓ ପୁରୁଷକୁ ନେଇ ହେବ କ୍ରୀଡ଼ା ପ୍ରତିଯୋଗିତା […]

ଭୁବନେଶ୍ବର: ସ୍ପୋର୍ଟସ ହବ ପାଲଟିଛି ଓଡିଶା । ଖେଳ ଓ ଖେଳାଳିଙ୍କୁ ଆଗକୁ ନେବା ପାଇଁ ରାଜ୍ୟ ସରକାରଙ୍କ ନୂଆ କଯ୍ୟକ୍ରମ । ଖେଳ ପ୍ରତି ଥିବା ଉତ୍ସାହ ଓ ଭିତ୍ତିଭୂମିକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି କ୍ରମରେ ଯୁବ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ହାତକୁ ନେଇଛି କ୍ରୀଡା ବିଭାଗ । ବ୍ଲକ୍, ବିଜ୍ଞାପିତ ଅଞ୍ଚଳ ପରିଷଦ, ମ୍ୟୁନିସିପାଲିଟି, ମହାନଗର ନିଗମ ଅଞ୍ଚଳର ମହିଳା ଓ ପୁରୁଷକୁ ନେଇ ହେବ କ୍ରୀଡ଼ା ପ୍ରତିଯୋଗିତା । କ୍ରିକେଟ୍, ହକି, ଫୁଟବଲ୍, କବାଡ଼ି, ଖୋଖୋ, ଭଲିବଲ ଲାଗି ଉଭୟ ମହିଳା ଓ ପୁରୁଷ ଅଂଶଗ୍ରହଣ କରିପାରିବେ । ଗତକାଲିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଥିବା ବେଳେ ଆସନ୍ତା ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଅବଧି ରହିଛି ।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

ଯୁବ ଓଡ଼ିଶା ନବୀନ ଓଡ଼ିଶା । କ୍ରୀଡ଼ା ପାଇଁ ଯୁବଗୋଷ୍ଠୀ, ଭବିଷ୍ୟତ ପାଇଁ ବଡ଼ ଶକ୍ତି । ଗ୍ରାମାଞ୍ଚଳରୁ ମହାନଗର ଚିହ୍ନଟ ହେବେ ପ୍ରତିଭା । ଫିଟନେସ, ଶୃଙ୍ଖଳା ଖେଳ ପାଇଁ ମାଧ୍ୟମ । ରାଜ୍ୟରେ  ଯୁବବର୍ଗଙ୍କ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ, ଓଡ଼ିଶା ସରକାର ରାଜ୍ୟର ସମସ୍ତ ବ୍ଲକ ଓ  ସହରାଞ୍ଚଳର ବିଜ୍ଞାପିତ ଅଞ୍ଚଳ ପରିଷଦ, ମ୍ୟୁନିସିପାଲିଟି, ମହାନଗର ନିଗମରେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଛନ୍ତି । କ୍ରିକେଟ୍, ହକି, ଫୁଟବଲ୍, କବାଡ଼ି, ଖୋ-ଖୋ, ଭଲିବଲ ଲାଗି ଉଭୟ ମହିଳା ଓ ପୁରୁଷ ଅଂଶଗ୍ରହଣ କରିପାରିବେ । ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ଅଧ୍ୟକ୍ଷଙ୍କ ନେତୃତ୍ୱରେ  ସାରା ଦେଶରେ କ୍ରୀଡା କ୍ଷେତ୍ରରେ ଓଡିଶା ଶିଖର ଛୁଇଁଛି । ବିଭିନ୍ନ ଖେଳ ପାଇଁ ରାଜଧାନୀରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାରେ ଷ୍ଟାଡିୟମ ଓ ଭିତ୍ତିଭୂମି ବିକାଶ ହୋଇଛି । ଏହି ପ୍ରତିଯୋଗିତା ଦ୍ୱାରା ଗ୍ରାମାଞ୍ଚଳରୁ ଯୁବ ପ୍ରତିଭା ଚିହ୍ନଟ ହେବେ ବୋଲି କ୍ରୀଡାମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

କ୍ରିକେଟ, ହକି ଓ ଫୁଟବଲ ୧୫ ଜଣ ଖେଳାଳି, ଭଲିବଲ୍ ଓ କବାଡି ୧୦ ଜଣ ଖେଳାଳି,  ଖୋଖୋ ରେ ୧୨ ଜଣ ଖେଳାଳି ପ୍ରତିଯୋଗିତାରେ ଅଶଂଗ୍ରହଣ କରିବେ । ଖେଳାଳିଙ୍କ ବୟସ ୧୩ ରୁ ୩୫ ବର୍ଷ ରଖାଯାଇଛି । ଜଣେ ବ୍ୟକ୍ତି ଏକାଧିକ କ୍ରୀଡ଼ା ଶୃଙ୍ଖଳାରେ ଭାଗ ନେଇପାରିବେ । ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଖେଳାଳି ବ୍ଲକ୍, ବିଜ୍ଞାପିତ ଅଞ୍ଚଳ ପରିଷଦ, ମ୍ୟୁନିସିପାଲିଟି, ମହାନଗର ନିଗମ ଅଞ୍ଚଳର ହୋଇଥିବା ଆବଶ୍ୟକ । sports.odisha.gov.in ୱେବ୍ ସାଇଟ୍ ଯାଇ ଟିମ୍ ରେଜିଷ୍ଟ୍ରେସନ୍ ଲିଙ୍କ୍ ଉପରେ କ୍ଲିକ୍ କରିବେ । ସହାରଞ୍ଚଳ ଓ ଗ୍ରାମଞ୍ଚଳର ଲିଙ୍କ ବକ୍ସରେ କ୍ଳିକ କରିବେ । କ୍ରୀଡ଼ା ଶୃଙ୍ଖଳା ନାମ, ଦଳର ନାମ, ଠିକଣା, ଟିମ୍ ସଂଯୋଜକଙ୍କ ବିବରଣୀ, ଅଧିନାୟକ ଓ ଉପ ଅଧିନାୟକଙ୍କ ନାମ ସହିତ ଅନଲାଇନ୍ ପଞ୍ଜୀକରଣ ଫର୍ମରେ ଫିଲଅପ କରିବେ । ପଞ୍ଜୀକରଣ ବେଳେ କୌଣସି ଅସୁବିଧା ହେଲେ ୧୮୦୦୩୪୫୬୭୭୦ କିମ୍ବା ୧୫୫୩୩୫ ଟୋଲ୍ ଫ୍ରି ନମ୍ବର ସହ ଯୋଗାଯୋଗ କରିବେ ଖେଳାଳି । ପଞ୍ଜୀକରଣ ଅବଧି ନଭେମ୍ବର ୫ରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରହିଛି।

ଆହୁରି ପଢ଼ନ୍ତୁ: ନିଶା ଔଷଧ ସ୍ପ୍ରେ କରି ଘରୁ ୨୫ ଲକ୍ଷର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

06 Nov 2023 By The Sakala

ଖେଳାଳିଙ୍କ ପାଇଁ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ, ୱେବ୍ ସାଇଟକୁ ଯାଇ କରିପାରିବେ ଆବେଦନ

ଭୁବନେଶ୍ବର: ସ୍ପୋର୍ଟସ ହବ ପାଲଟିଛି ଓଡିଶା । ଖେଳ ଓ ଖେଳାଳିଙ୍କୁ ଆଗକୁ ନେବା ପାଇଁ ରାଜ୍ୟ ସରକାରଙ୍କ ନୂଆ କଯ୍ୟକ୍ରମ । ଖେଳ ପ୍ରତି ଥିବା ଉତ୍ସାହ ଓ ଭିତ୍ତିଭୂମିକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି କ୍ରମରେ ଯୁବ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ହାତକୁ ନେଇଛି କ୍ରୀଡା ବିଭାଗ । ବ୍ଲକ୍, ବିଜ୍ଞାପିତ ଅଞ୍ଚଳ ପରିଷଦ, ମ୍ୟୁନିସିପାଲିଟି, ମହାନଗର ନିଗମ ଅଞ୍ଚଳର ମହିଳା ଓ ପୁରୁଷକୁ ନେଇ ହେବ କ୍ରୀଡ଼ା ପ୍ରତିଯୋଗିତା । କ୍ରିକେଟ୍, ହକି, ଫୁଟବଲ୍, କବାଡ଼ି, ଖୋଖୋ, ଭଲିବଲ ଲାଗି ଉଭୟ ମହିଳା ଓ ପୁରୁଷ ଅଂଶଗ୍ରହଣ କରିପାରିବେ । ଗତକାଲିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଥିବା ବେଳେ ଆସନ୍ତା ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଅବଧି ରହିଛି ।

ଯୁବ ଓଡ଼ିଶା ନବୀନ ଓଡ଼ିଶା । କ୍ରୀଡ଼ା ପାଇଁ ଯୁବଗୋଷ୍ଠୀ, ଭବିଷ୍ୟତ ପାଇଁ ବଡ଼ ଶକ୍ତି । ଗ୍ରାମାଞ୍ଚଳରୁ ମହାନଗର ଚିହ୍ନଟ ହେବେ ପ୍ରତିଭା । ଫିଟନେସ, ଶୃଙ୍ଖଳା ଖେଳ ପାଇଁ ମାଧ୍ୟମ । ରାଜ୍ୟରେ  ଯୁବବର୍ଗଙ୍କ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ, ଓଡ଼ିଶା ସରକାର ରାଜ୍ୟର ସମସ୍ତ ବ୍ଲକ ଓ  ସହରାଞ୍ଚଳର ବିଜ୍ଞାପିତ ଅଞ୍ଚଳ ପରିଷଦ, ମ୍ୟୁନିସିପାଲିଟି, ମହାନଗର ନିଗମରେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଛନ୍ତି । କ୍ରିକେଟ୍, ହକି, ଫୁଟବଲ୍, କବାଡ଼ି, ଖୋ-ଖୋ, ଭଲିବଲ ଲାଗି ଉଭୟ ମହିଳା ଓ ପୁରୁଷ ଅଂଶଗ୍ରହଣ କରିପାରିବେ । ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ଅଧ୍ୟକ୍ଷଙ୍କ ନେତୃତ୍ୱରେ  ସାରା ଦେଶରେ କ୍ରୀଡା କ୍ଷେତ୍ରରେ ଓଡିଶା ଶିଖର ଛୁଇଁଛି । ବିଭିନ୍ନ ଖେଳ ପାଇଁ ରାଜଧାନୀରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାରେ ଷ୍ଟାଡିୟମ ଓ ଭିତ୍ତିଭୂମି ବିକାଶ ହୋଇଛି । ଏହି ପ୍ରତିଯୋଗିତା ଦ୍ୱାରା ଗ୍ରାମାଞ୍ଚଳରୁ ଯୁବ ପ୍ରତିଭା ଚିହ୍ନଟ ହେବେ ବୋଲି କ୍ରୀଡାମନ୍ତ୍ରୀ କହିଛନ୍ତି ।

କ୍ରିକେଟ, ହକି ଓ ଫୁଟବଲ ୧୫ ଜଣ ଖେଳାଳି, ଭଲିବଲ୍ ଓ କବାଡି ୧୦ ଜଣ ଖେଳାଳି,  ଖୋଖୋ ରେ ୧୨ ଜଣ ଖେଳାଳି ପ୍ରତିଯୋଗିତାରେ ଅଶଂଗ୍ରହଣ କରିବେ । ଖେଳାଳିଙ୍କ ବୟସ ୧୩ ରୁ ୩୫ ବର୍ଷ ରଖାଯାଇଛି । ଜଣେ ବ୍ୟକ୍ତି ଏକାଧିକ କ୍ରୀଡ଼ା ଶୃଙ୍ଖଳାରେ ଭାଗ ନେଇପାରିବେ । ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଖେଳାଳି ବ୍ଲକ୍, ବିଜ୍ଞାପିତ ଅଞ୍ଚଳ ପରିଷଦ, ମ୍ୟୁନିସିପାଲିଟି, ମହାନଗର ନିଗମ ଅଞ୍ଚଳର ହୋଇଥିବା ଆବଶ୍ୟକ । sports.odisha.gov.in ୱେବ୍ ସାଇଟ୍ ଯାଇ ଟିମ୍ ରେଜିଷ୍ଟ୍ରେସନ୍ ଲିଙ୍କ୍ ଉପରେ କ୍ଲିକ୍ କରିବେ । ସହାରଞ୍ଚଳ ଓ ଗ୍ରାମଞ୍ଚଳର ଲିଙ୍କ ବକ୍ସରେ କ୍ଳିକ କରିବେ । କ୍ରୀଡ଼ା ଶୃଙ୍ଖଳା ନାମ, ଦଳର ନାମ, ଠିକଣା, ଟିମ୍ ସଂଯୋଜକଙ୍କ ବିବରଣୀ, ଅଧିନାୟକ ଓ ଉପ ଅଧିନାୟକଙ୍କ ନାମ ସହିତ ଅନଲାଇନ୍ ପଞ୍ଜୀକରଣ ଫର୍ମରେ ଫିଲଅପ କରିବେ । ପଞ୍ଜୀକରଣ ବେଳେ କୌଣସି ଅସୁବିଧା ହେଲେ ୧୮୦୦୩୪୫୬୭୭୦ କିମ୍ବା ୧୫୫୩୩୫ ଟୋଲ୍ ଫ୍ରି ନମ୍ବର ସହ ଯୋଗାଯୋଗ କରିବେ ଖେଳାଳି । ପଞ୍ଜୀକରଣ ଅବଧି ନଭେମ୍ବର ୫ରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର