କୋଇଲା ବୋଝେଇ ଟ୍ରେନରୁ ପାଲ ଚୋରୀ କରୁଥିଲେ, ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ଜୀବନ୍ତ ଦଗ୍ଧ
ଆଠଗଡ଼: ଗୁରୁଡ଼ିଝାଟିଆ ରେଳ ଷ୍ଟେସନରେ ଅଘଟଣ । ଟ୍ରେନ୍ ଉପରେ ଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜିଅଁନ୍ତା ଜଳିଗଲେ ଯୁବକ । ରେଳ ଷ୍ଟେସନରେ ଛିଡା ହୋଇଥିବା କୋଇଲା ବୋଝେଇ ଟ୍ରେନରୁ ପାଲ ଚୋରୀ କରୁଥିବା ସମୟରେ ହାଇ-ଭୋଲଟେଜ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହୁତ୍ ହୁତ୍ ହୋଇ ଜଳିଗଲେ ଯୁବକ । ଘଟଣା ସ୍ଥଳରେ ଯୁବକ ଜଣକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାପଡିଛି । ତେବେ ଯୁବକ ଜଣଙ୍କ କିପରି ବିଦ୍ୟୁତ୍ ସଂସ୍ପର୍ଶରେ ଆସିଲେ […]
ଆଠଗଡ଼: ଗୁରୁଡ଼ିଝାଟିଆ ରେଳ ଷ୍ଟେସନରେ ଅଘଟଣ । ଟ୍ରେନ୍ ଉପରେ ଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜିଅଁନ୍ତା ଜଳିଗଲେ ଯୁବକ । ରେଳ ଷ୍ଟେସନରେ ଛିଡା ହୋଇଥିବା କୋଇଲା ବୋଝେଇ ଟ୍ରେନରୁ ପାଲ ଚୋରୀ କରୁଥିବା ସମୟରେ ହାଇ-ଭୋଲଟେଜ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହୁତ୍ ହୁତ୍ ହୋଇ ଜଳିଗଲେ ଯୁବକ । ଘଟଣା ସ୍ଥଳରେ ଯୁବକ ଜଣକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାପଡିଛି । ତେବେ ଯୁବକ ଜଣଙ୍କ କିପରି ବିଦ୍ୟୁତ୍ ସଂସ୍ପର୍ଶରେ ଆସିଲେ ଜଣାପଡ଼ି ନାହିଁ । । ଯୁବକ ଜଣଙ୍କ ଛଗାଁ ଅଞ୍ଚଳର ବୋଲି ସନ୍ଦେହ । ଘଟଣା ସ୍ଥଳରେ ରେଳ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ।
ସୂଚନା ଅନୁସାରେ ଆଠଗଡ଼ ଅଞ୍ଚଳର ଗୁରୁଡିଝାଟିଆ ରେଳ ଷ୍ଟେସନ ପାର୍କିଂରେ ଏକ ମାଲବାହୀ ଟ୍ରେନ ଅଟକି ରହିଥିଲା । ଏହି ସମୟରେ କୋଇଲା ଉପରେ ଆଚ୍ଛାଦିତ ପାଲ ଚୋରି କରିବା ପାଇଁ ଯୁବକ ଜଣକ ମାଲବାହୀ ଟ୍ରେନର ଗୋଟିଏ ୱାଗନ ଉପରେ ଚଢ଼ିଥିଲେ। ଏହି ସମୟରେ ଯୁବକ ହାଇ-ଭୋଲଟେଜ୍ ବୈଦ୍ୟୁତିକ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ନିଆଁ ଲାଗି ତାଙ୍କ ଶରୀର ସମ୍ପୂର୍ଣ୍ଣ ଭାବ ଜଳିଯାଇଛି । ଏ ସମ୍ପର୍କରେ ସୂଚନା ପାଇ ରେଳବାଇ ପୋଲିସ ଏବଂ ରେଳ ବିଭାଗର ଅଧିକାରୀମାନେ ଘଟଣାସ୍ଥଳକୁ ପହଁଞ୍ଚି ମାମଲାରେ ତଦନ୍ତ ଆରମ୍ଭ କରିଛି ।