ବାତ୍ୟା 'ଅର୍ଣ୍ଣବ' ପ୍ରଭାବ: ଗଞ୍ଜାମରେ ବିପଦ ସଙ୍କେତ ଉପରେ ବହୁଛି ଋଷିକୂଲ୍ୟା, ରାସ୍ତାଘାଟ ଜଳମଗ୍ନ

Madhusudan Das Picture
Published On

ଗଞ୍ଜାମ: ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଲାଗି ରହିଥିବା ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ବହୁ ତଳିଆ ଅଞ୍ଚଳ ଏବଂ ଗ୍ରାମାଞ୍ଚଳ ଜଳବନ୍ଦୀ ହୋଇପଡ଼ିଛି।

ଆହୁରି ପଢ଼ନ୍ତୁ: ସ୍ଥଳଭାଗ ମୁହାଁ ବାତ୍ୟା 'ଅର୍ଣ୍ଣବ': ସ୍ଥାନାନ୍ତର ହେବେ ୪୮ ହଜାର ଲୋକ, ମୁକାବିଲା ପାଇଁ ସରକାର ପ୍ରସ୍ତୁତ

ମିଳିଥିବା ସୂଚନା ଅନୁଯାୟୀ, ପୁରୁଷୋତ୍ତମପୁର ନିକଟରେ ଋଷିକୂଲ୍ୟା ନଦୀ ବିପଦ ସଙ୍କେତ ଅତିକ୍ରମ କରିଛି। ଏଠାରେ ବିପଦ ସଙ୍କେତ ୧୬.୮୩୫ ମିଟର ଥିବା ବେଳେ ବର୍ତ୍ତମାନ ଜଳସ୍ତର ୧୭.୫୦୦ ମିଟରରେ ପ୍ରବାହିତ ହେଉଛି। ଫଳରେ ଟଙ୍କଛାଇରୁ ହିଞ୍ଜିଳିକାଟୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ପ୍ରାୟ ୩ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି। ଅନେକ ଗାଁରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାରୁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ଆହୁରି ପଢ଼ନ୍ତୁ: ଚାମେଲି ଓଝାଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି: ଅନାସ୍ଥା ପ୍ରସ୍ତାବ ପ୍ରକ୍ରିୟାକୁ ବେଆଇନ ଘୋଷଣା କଲେ ଅଦାଲତ

ଜିଲ୍ଲାର ସୋରଡ଼ା ଅଞ୍ଚଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଗତ ତିନି ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ଋଷିକୂଲ୍ୟା ନଦୀର ବନ୍ୟାଜଳ ପାଲକଟୁ, ନୂଆଗାଁ, ତଟବାଲି ଏବଂ ସୁରମଣି ଭଳି ଗାଁଗୁଡ଼ିକୁ ବୁଡ଼ାଇ ରଖିଛି, ଯାହାଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ସେହିପରି ସାନଖେମୁଣ୍ଡି ଏବଂ ଦିଗପହଣ୍ଡିରେ ଘୋଡ଼ାହାଡ଼ ନଦୀର ଜଳସ୍ତର ବୃଦ୍ଧି ପାଇ ସ୍ଥିତି ସଙ୍ଗିନ ହୋଇଛି। ପଳାସପୁର ନିକଟସ୍ଥ ଘୋଡ଼ାହାଡ଼ ପୋଲ ଉପରେ ପ୍ରାୟ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ୩୨୬ ନମ୍ବର ଜାତୀୟ ରାଜପଥ (ଦିଗପହଣ୍ଡି-ଆସିକା ରାସ୍ତା) ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଛି।

ଆହୁରି ପଢ଼ନ୍ତୁ: ଆନ୍ଧ୍ରପ୍ରଦେଶରେ ବାତ୍ୟା 'ଅର୍ଣ୍ଣବ'ର ତାଣ୍ଡବ: ୭ ଜଣଙ୍କ ମୃତ୍ୟୁ, ଓଡ଼ିଶା ସମେତ ବହୁ ରାଜ୍ୟରେ ପ୍ରବଳ ବର୍ଷା ସତର୍କତା

ସ୍ଥିତିକୁ ନଜରରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ପଳାସପୁର ବ୍ରିଜ୍ ନିକଟରେ ବାରିକେଡ୍ ଲଗାଯାଇ ଲୋକଙ୍କୁ ବିପଦସଙ୍କୁଳ ଅବସ୍ଥାରେ ପାଣି ପାର ନହେବା ପାଇଁ ସତର୍କ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା କାର୍ଯ୍ୟ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଯେ, ବାତ୍ୟା 'ଅର୍ଣ୍ଣବ' ଆନ୍ଧ୍ର-ୟାନାମ ଉପକୂଳ ଦେଇ ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ହୋଇଥିଲେ ମଧ୍ୟ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର