ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ; ଟ୍ରାକ୍ଟର ଚଢ଼ାଇ ଯୁବକଙ୍କୁ ହତ୍ୟା

The Sakala Picture
Published On

ଆଠଗଡ଼: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଖୁଣ୍ଟୁଣୀ ଥାନା ରାଧାକୃଷ୍ଣପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଗଣ୍ଡଗୋଳରେ ଜଣେ ଯୁବକଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା କରାଯାଇଛି। ଏହି ଘଟଣା ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତର କୁକୁଡ଼ା ଫାର୍ମ ଓ ୪ଟି ଗାଡ଼ିକୁ ନିଆଁ ଲଗାଇ ଜାଳିଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବୁଧବାର କୁଲାଇଲୋ ପଞ୍ଚାୟତ ରାଧାକୃଷ୍ଣପୁର ଗ୍ରାମ (ଅଡାଳ)ର ବ୍ରଜବନ୍ଧୁ ସ୍ୱାଇଁଙ୍କ ପୁଅର ତଳଗଡ଼ସ୍ଥିତ ଶିବ ମନ୍ଦିରରେ ମୁଦିପିନ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। […]

ଆଠଗଡ଼: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଖୁଣ୍ଟୁଣୀ ଥାନା ରାଧାକୃଷ୍ଣପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଗଣ୍ଡଗୋଳରେ ଜଣେ ଯୁବକଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା କରାଯାଇଛି। ଏହି ଘଟଣା ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତର କୁକୁଡ଼ା ଫାର୍ମ ଓ ୪ଟି ଗାଡ଼ିକୁ ନିଆଁ ଲଗାଇ ଜାଳିଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଅନୁଗୁଳର ନରହନ୍ତା ଦନ୍ତାକୁ ସାତକୋଶିଆରେ ଛାଡିବାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର କୁଲାଇଲୋ ପଞ୍ଚାୟତ ରାଧାକୃଷ୍ଣପୁର ଗ୍ରାମ (ଅଡାଳ)ର ବ୍ରଜବନ୍ଧୁ ସ୍ୱାଇଁଙ୍କ ପୁଅର ତଳଗଡ଼ସ୍ଥିତ ଶିବ ମନ୍ଦିରରେ ମୁଦିପିନ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଠାରୁ ଫେରିବା ବେଳେ ଗାଁ ସ୍କୁଲ ପାଖ କଲଭର୍ଟ ନିକଟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଉଭୟ ପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଗୋଟିଏ ଗୋଷ୍ଠୀର ନିରାକାର ସ୍ୱାଇଁ ଅପର ଗୋଷ୍ଠୀର ସୁଶାନ୍ତ ରଣା (୫୦) ଓ ତାଙ୍କ ଭାଇ ସନ୍ତୋଷ ରଣାଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଇଥିଲେ। ଫଳରେ ସନ୍ତୋଷ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସୁଶାନ୍ତଙ୍କ ମୃତ୍ୟୁ ଘଟିଥିଲା। ଖବର ପ୍ରଚାରିତ ହେବା ପରେ ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତର କୁକୁଡ଼ା ଫାର୍ମରେ ନିଅାଁ ଲଗାଇବା ସହ ଟ୍ରାକ୍ଟର, କାର୍‌‌ ଓ ଦୁଇଟି ମଟରସାଇକଲରେ ନିଅାଁ ଲଗାଇ ଦେଇଥିଲେ। ଖବର ପାଇଁ ଘଟଣାସ୍ଥଳକୁ ଅଗ୍ନିଶମ ବାହିନୀର କର୍ମଚାରୀ ଓ ଗାଡ଼ି ଯାଇଥିଲେ ମଧ୍ୟ ଉତ୍ତ୍ୟକ୍ତ ଲୋକ ଅଗ୍ନିଶମ କର୍ମଚାରୀଙ୍କୁ ଗାଁ ଭିତରକୁ ଛାଡ଼ି ନ ଥିଲେ। ଫଳରେ କୁକୁଡ଼ା ଫାର୍ମ ଓ ଗାଡ଼ିଗୁଡ଼ିକ ସମ୍ପୂର୍ଣ୍ଣ ଜଳିଯାଇଥିଲା। ସୁଶାନ୍ତଙ୍କ ମୃତଦେହକୁ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲ୍ଲା ଡାକ୍ତରଖାନାରେ ରଖା ଯାଇଥିବା ବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ପୁଲିସ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ TPCODL ଲାଇନମ୍ୟାନ୍, ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

15 Feb 2024 By The Sakala

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ; ଟ୍ରାକ୍ଟର ଚଢ଼ାଇ ଯୁବକଙ୍କୁ ହତ୍ୟା

ଆଠଗଡ଼: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଖୁଣ୍ଟୁଣୀ ଥାନା ରାଧାକୃଷ୍ଣପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଗଣ୍ଡଗୋଳରେ ଜଣେ ଯୁବକଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା କରାଯାଇଛି। ଏହି ଘଟଣା ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତର କୁକୁଡ଼ା ଫାର୍ମ ଓ ୪ଟି ଗାଡ଼ିକୁ ନିଆଁ ଲଗାଇ ଜାଳିଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର କୁଲାଇଲୋ ପଞ୍ଚାୟତ ରାଧାକୃଷ୍ଣପୁର ଗ୍ରାମ (ଅଡାଳ)ର ବ୍ରଜବନ୍ଧୁ ସ୍ୱାଇଁଙ୍କ ପୁଅର ତଳଗଡ଼ସ୍ଥିତ ଶିବ ମନ୍ଦିରରେ ମୁଦିପିନ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଠାରୁ ଫେରିବା ବେଳେ ଗାଁ ସ୍କୁଲ ପାଖ କଲଭର୍ଟ ନିକଟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଉଭୟ ପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଗୋଟିଏ ଗୋଷ୍ଠୀର ନିରାକାର ସ୍ୱାଇଁ ଅପର ଗୋଷ୍ଠୀର ସୁଶାନ୍ତ ରଣା (୫୦) ଓ ତାଙ୍କ ଭାଇ ସନ୍ତୋଷ ରଣାଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଇଥିଲେ। ଫଳରେ ସନ୍ତୋଷ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସୁଶାନ୍ତଙ୍କ ମୃତ୍ୟୁ ଘଟିଥିଲା। ଖବର ପ୍ରଚାରିତ ହେବା ପରେ ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତର କୁକୁଡ଼ା ଫାର୍ମରେ ନିଅାଁ ଲଗାଇବା ସହ ଟ୍ରାକ୍ଟର, କାର୍‌‌ ଓ ଦୁଇଟି ମଟରସାଇକଲରେ ନିଅାଁ ଲଗାଇ ଦେଇଥିଲେ। ଖବର ପାଇଁ ଘଟଣାସ୍ଥଳକୁ ଅଗ୍ନିଶମ ବାହିନୀର କର୍ମଚାରୀ ଓ ଗାଡ଼ି ଯାଇଥିଲେ ମଧ୍ୟ ଉତ୍ତ୍ୟକ୍ତ ଲୋକ ଅଗ୍ନିଶମ କର୍ମଚାରୀଙ୍କୁ ଗାଁ ଭିତରକୁ ଛାଡ଼ି ନ ଥିଲେ। ଫଳରେ କୁକୁଡ଼ା ଫାର୍ମ ଓ ଗାଡ଼ିଗୁଡ଼ିକ ସମ୍ପୂର୍ଣ୍ଣ ଜଳିଯାଇଥିଲା। ସୁଶାନ୍ତଙ୍କ ମୃତଦେହକୁ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲ୍ଲା ଡାକ୍ତରଖାନାରେ ରଖା ଯାଇଥିବା ବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ପୁଲିସ ସୂଚନା ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର