ରାତିରେ ବଢିବ ତାତି, ୧୫ ତାରିଖରେ ୪୨ ଡିଗ୍ରୀ ଟପିପାରେ ତାପମାତ୍ରା

The Sakala Picture
Published On

ଭୁବନେଶ୍ୱର: ସୋମବାରଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ କ୍ରମାଗତ ଭାବେ ଗରମ ବଢ଼ିବ। ସୋମବାର ଓ ମଙ୍ଗଳବାର  ମଧ୍ୟରେ ଆଭ୍ୟନ୍ତରୀଣ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାର କେତକ ସ୍ଥାନରେ ଯଥା ଟିଟିଲାଗଡ଼, ଅନୁଗୁଳ ଓ ମାଲକାନାଗିରି ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରିବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ପ୍ରଫେସର ଶ୍ରୀ ପଶୁପାଳକ କହିଛନ୍ତି, ଭୁବନେଶ୍ୱର ସମେତ ସମସ୍ତ ଉପକୂଳ ଓ ଦକ୍ଷିଣ ଉପକୂଳ ସଂଲଗ୍ନ ଜିଲ୍ଲାରେ ୮ରୁ ୧୦ ତାରିଖ ଯାଏ ତାପମାତ୍ରା […]

ଭୁବନେଶ୍ୱର: ସୋମବାରଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ କ୍ରମାଗତ ଭାବେ ଗରମ ବଢ଼ିବ। ସୋମବାର ଓ ମଙ୍ଗଳବାର  ମଧ୍ୟରେ ଆଭ୍ୟନ୍ତରୀଣ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାର କେତକ ସ୍ଥାନରେ ଯଥା ଟିଟିଲାଗଡ଼, ଅନୁଗୁଳ ଓ ମାଲକାନାଗିରି ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରିବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ପ୍ରଫେସର ଶ୍ରୀ ପଶୁପାଳକ କହିଛନ୍ତି, ଭୁବନେଶ୍ୱର ସମେତ ସମସ୍ତ ଉପକୂଳ ଓ ଦକ୍ଷିଣ ଉପକୂଳ ସଂଲଗ୍ନ ଜିଲ୍ଲାରେ ୮ରୁ ୧୦ ତାରିଖ ଯାଏ ତାପମାତ୍ରା କମ୍‌ ରହିବ । ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୭ରୁ ୩୮ଡିଗ୍ରୀ ରହିବ । ଏଠାରେ ୧୧ରୁ ୧୪ ତାରିଖ ଯାଏ ତାତି ବଢିବ। ଏହି ସମୟ ଭିତରେ ତାପମାତ୍ରା ପାଖାପାଖି ୪୦ଡିଗ୍ରୀ ରହିବ । ୧୫ ତାରିଖରେ ପୁଣି ବଢି ୪୦ଡିଗ୍ରୀ ଟପିବ । ତେବେ ସାମୁଦ୍ରିକ ପବନର ଅସ୍ଥିରତା ଯୋଗୁ ତାତି ବଢିବା ହାରରେ ସାମାନ୍ଯ ପରିବର୍ତ୍ତନ ହୋଇପାରେ ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ସେପଟେ ସମସ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ(ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ବୌଦ୍ଧ) ସୋମବାରଠାରୁ ତାତି କ୍ରମଶଃ ବଢିବ। ସୋମବାର ଓ ମଙ୍ଗଳବାର ଭିତରେ ଆଭ୍ୟନ୍ତରୀଣ ଦକ୍ଷିଣ ଓ କେନ୍ଦ୍ରୀୟ ଓଡିଶାର କିଛି ସ୍ଥାନ(ଟିଟିଲାଗଡ, ଅନୁଗୁଳ ଓ ମାଲକାନଗିରି)ରେ ସର୍ବାଧିକ ୪ ଡିଗ୍ରୀ ଅତିକ୍ରମ କରିବ । ୧୪ ତାରିଖ ଯାଏ ସର୍ବାଧିକ ୪୧ଡିଗ୍ରୀ ଭିତରେ ରହିବ । ୧୫ ତାରିଖରେ ଏହା ପୁଣି ବଢି ୪୧ଡିଗ୍ରୀ ଛୁଇଁପାରେ । ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୧୨ ତାରିଖ ସୁଦ୍ଧା ୨ଡିଗ୍ରୀ ବଢିବ । ଉପକୂଳରେ ୮ ଓ ୧୨ ତାରିଖରେ କୁହୁଡି ହେବାର ସମ୍ଭାବନା ଅଛି ବୋଲି ସେ ପୂର୍ବାନୁମାନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସୂଚନା ଅନୁଯାୟୀ, ରବିବାର ରାଜ୍ୟରେ ୭ଟି ଜିଲ୍ଲା ୩୮ଡିଗ୍ରୀ ଉପରେ ରହିଥିଲା । ସମ୍ବଲପୁର ଓ ଅନୁଗୁଳର ତାପମାତ୍ରା ସର୍ବାଧିକ ୩୮.୭ ଡିଗ୍ରୀ ରେକର୍ଡ ହୋଇଛି । ଟିଟିଲାଗଡ଼ ଓ ମାଲକାନଗିରିର ତାପମାତ୍ରା ୩୮.୫ଡିଗ୍ରୀ ରହିଛି । ଭୁବନେଶ୍ୱରର ୩୮.୪ ଓ ତାଳଚେରର ତାପମାତ୍ରା ୩୮.୪ ଡିଗ୍ରୀ ରହିଥିଲା ।

08 Mar 2021 By The Sakala

ରାତିରେ ବଢିବ ତାତି, ୧୫ ତାରିଖରେ ୪୨ ଡିଗ୍ରୀ ଟପିପାରେ ତାପମାତ୍ରା

ଭୁବନେଶ୍ୱର: ସୋମବାରଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ କ୍ରମାଗତ ଭାବେ ଗରମ ବଢ଼ିବ। ସୋମବାର ଓ ମଙ୍ଗଳବାର  ମଧ୍ୟରେ ଆଭ୍ୟନ୍ତରୀଣ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାର କେତକ ସ୍ଥାନରେ ଯଥା ଟିଟିଲାଗଡ଼, ଅନୁଗୁଳ ଓ ମାଲକାନାଗିରି ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରିବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।

ପ୍ରଫେସର ଶ୍ରୀ ପଶୁପାଳକ କହିଛନ୍ତି, ଭୁବନେଶ୍ୱର ସମେତ ସମସ୍ତ ଉପକୂଳ ଓ ଦକ୍ଷିଣ ଉପକୂଳ ସଂଲଗ୍ନ ଜିଲ୍ଲାରେ ୮ରୁ ୧୦ ତାରିଖ ଯାଏ ତାପମାତ୍ରା କମ୍‌ ରହିବ । ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୭ରୁ ୩୮ଡିଗ୍ରୀ ରହିବ । ଏଠାରେ ୧୧ରୁ ୧୪ ତାରିଖ ଯାଏ ତାତି ବଢିବ। ଏହି ସମୟ ଭିତରେ ତାପମାତ୍ରା ପାଖାପାଖି ୪୦ଡିଗ୍ରୀ ରହିବ । ୧୫ ତାରିଖରେ ପୁଣି ବଢି ୪୦ଡିଗ୍ରୀ ଟପିବ । ତେବେ ସାମୁଦ୍ରିକ ପବନର ଅସ୍ଥିରତା ଯୋଗୁ ତାତି ବଢିବା ହାରରେ ସାମାନ୍ଯ ପରିବର୍ତ୍ତନ ହୋଇପାରେ ବୋଲି ସେ କହିଛନ୍ତି ।

ସେପଟେ ସମସ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ(ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ବୌଦ୍ଧ) ସୋମବାରଠାରୁ ତାତି କ୍ରମଶଃ ବଢିବ। ସୋମବାର ଓ ମଙ୍ଗଳବାର ଭିତରେ ଆଭ୍ୟନ୍ତରୀଣ ଦକ୍ଷିଣ ଓ କେନ୍ଦ୍ରୀୟ ଓଡିଶାର କିଛି ସ୍ଥାନ(ଟିଟିଲାଗଡ, ଅନୁଗୁଳ ଓ ମାଲକାନଗିରି)ରେ ସର୍ବାଧିକ ୪ ଡିଗ୍ରୀ ଅତିକ୍ରମ କରିବ । ୧୪ ତାରିଖ ଯାଏ ସର୍ବାଧିକ ୪୧ଡିଗ୍ରୀ ଭିତରେ ରହିବ । ୧୫ ତାରିଖରେ ଏହା ପୁଣି ବଢି ୪୧ଡିଗ୍ରୀ ଛୁଇଁପାରେ । ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୧୨ ତାରିଖ ସୁଦ୍ଧା ୨ଡିଗ୍ରୀ ବଢିବ । ଉପକୂଳରେ ୮ ଓ ୧୨ ତାରିଖରେ କୁହୁଡି ହେବାର ସମ୍ଭାବନା ଅଛି ବୋଲି ସେ ପୂର୍ବାନୁମାନ କରିଛନ୍ତି ।

ସୂଚନା ଅନୁଯାୟୀ, ରବିବାର ରାଜ୍ୟରେ ୭ଟି ଜିଲ୍ଲା ୩୮ଡିଗ୍ରୀ ଉପରେ ରହିଥିଲା । ସମ୍ବଲପୁର ଓ ଅନୁଗୁଳର ତାପମାତ୍ରା ସର୍ବାଧିକ ୩୮.୭ ଡିଗ୍ରୀ ରେକର୍ଡ ହୋଇଛି । ଟିଟିଲାଗଡ଼ ଓ ମାଲକାନଗିରିର ତାପମାତ୍ରା ୩୮.୫ଡିଗ୍ରୀ ରହିଛି । ଭୁବନେଶ୍ୱରର ୩୮.୪ ଓ ତାଳଚେରର ତାପମାତ୍ରା ୩୮.୪ ଡିଗ୍ରୀ ରହିଥିଲା ।

https://www.thesakala.in/latest-odisha-news/weather-update-in-odisha/article-515
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର