ହୋଟେଲକୁ ନେଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଯୁବ ନେତା ଗିରଫ

Madhusudan Das Picture
Published On

ଭୁବନେଶ୍ୱର: ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବ ନେତା ଗିରଫ । ବିଭିନ୍ନ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ନିଆଳି ଅଞ୍ଚଳର ଶଶିକାନ୍ତ ଲେଙ୍କାଙ୍କୁ ଗିରଫ କରାଯାଇଛି। ଶଶିକାନ୍ତ ଲେଙ୍କା ଓରଫ ଆଲୋକଙ୍କ ବିରୋଧରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ ପୀଡିତା। ବମୀଖାଲ ଅଞ୍ଚଳରେ ଥିବା ହୋଟେଲରେ ଜୋରଜବରଦସ୍ତ ଦୁଷ୍କର୍ମ ନେଇ ଥାନାରେ ଏତଲା ଦେଇଥିଲେ ପୀଡିତାଜଣକ । ପୀଡିତାଙ୍କ ଡାକ୍ତରୀମାଇନା ପରେ ପୋଲିସ ଚଳାଇଥିଲା ପୁଙ୍ଖାନୁପୁଙ୍ଖ ତଦନ୍ତ । ଆଜି ଅଭିଯୁକ୍ତ ଜଣଙ୍କୁ ଗିରଫ କରାଯାଇଛି । ନିଆଳି ତିହୁଡ଼ି ଅଞ୍ଚଳର ସମିତି ସଭ୍ୟ ଅଛନ୍ତି ଶଶିକାନ୍ତ । ଶଶିକାନ୍ତଙ୍କ ବିରୋଧରେ ଏଭଳି ଅଭିଯୋଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ବଢିଛି ଚର୍ଚ୍ଚା।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ସୁଦୃଶ୍ୟ ଲଘୁଚାପ, ଆଜି ନେବ ଅବପାତର ରୂପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର