ଅଳ୍ପକେ ବର୍ତ୍ତିଲା ବଡ ଦୁର୍ଘଟଣା: ଭୁବନେଶ୍ୱର ଷ୍ଟେସନ ନିକଟରେ ଗୋଟିଏ ଟ୍ରାକ୍‌ରେ ମୁହାଁମୁହିଁ ହେଲା ଦୁଇଟି ଟ୍ରେନ୍‌

Madhusudan Das Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ଗୋଟିଏ ଟ୍ରାକ ଉପରେ ମୁହାଁମୁହିଁ ହେଲା ଦୁଇ ଟ୍ରେନ । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଦୁଇ ଟ୍ରେନ । ଝାରପଡ଼ା ବ୍ରିଜ୍ ନିକଟରେ ଟ୍ରାକରେ ଗୋଟିଏ ଟ୍ରେନ ଠିଆ ହୋଇଥିବାବେଳେ ସାମ୍ନାପଟୁ ଆସିଲା ଆଉ ଏକ ଟ୍ରେନ । ଗୋଟିଏ ଟ୍ରେନ୍ କୋଣାର୍କ ଏକ୍ସପ୍ରେସ୍ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅନ୍ୟ ଟ୍ରେନ୍ ସଂପର୍କରେ କୌଣସି ସୂଚନା ମିଳିନାହିଁ। ବେଗ କମ୍ ଥିବାରୁ ଟଳିଗଲା ବଡ଼ ଦୁର୍ଘଟଣା ।  ଘଟଣାସ୍ଥଳରେ ରେଲୱେ କର୍ତ୍ତୃପକ୍ଷଙ୍କ ଛାନବିନ । ଅଳ୍ପକେ ଶତାଧିକ ଲୋକଙ୍କ ଜୀବନ ବଞ୍ଚି ଯାଇଥିବା ସୂଚନା । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଅନୁଗୋଳ ଗଣଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର କୋର୍ଟ

ଅଘଟଣ ସଂପର୍କରେ ଖବର ପାଇ ରେଳ ବିଭାଗର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ କାହାର ଦୋଷ ତ୍ରୁଟି ରହିଲା ସେ ନେଇ ଚାଲିଛି ଅଧିକ ଖୋଳତାଡ଼ ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ: ପତ୍ନୀଙ୍କ ତଣ୍ଟି କାଟିଲା ସ୍ୱାମୀ, ପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

11 Jun 2026 By Madhusudan Das

ଅଳ୍ପକେ ବର୍ତ୍ତିଲା ବଡ ଦୁର୍ଘଟଣା: ଭୁବନେଶ୍ୱର ଷ୍ଟେସନ ନିକଟରେ ଗୋଟିଏ ଟ୍ରାକ୍‌ରେ ମୁହାଁମୁହିଁ ହେଲା ଦୁଇଟି ଟ୍ରେନ୍‌

ଭୁବନେଶ୍ୱର: ଭୁବନେଶ୍ୱର ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ଗୋଟିଏ ଟ୍ରାକ ଉପରେ ମୁହାଁମୁହିଁ ହେଲା ଦୁଇ ଟ୍ରେନ । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଦୁଇ ଟ୍ରେନ । ଝାରପଡ଼ା ବ୍ରିଜ୍ ନିକଟରେ ଟ୍ରାକରେ ଗୋଟିଏ ଟ୍ରେନ ଠିଆ ହୋଇଥିବାବେଳେ ସାମ୍ନାପଟୁ ଆସିଲା ଆଉ ଏକ ଟ୍ରେନ । ଗୋଟିଏ ଟ୍ରେନ୍ କୋଣାର୍କ ଏକ୍ସପ୍ରେସ୍ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅନ୍ୟ ଟ୍ରେନ୍ ସଂପର୍କରେ କୌଣସି ସୂଚନା ମିଳିନାହିଁ। ବେଗ କମ୍ ଥିବାରୁ ଟଳିଗଲା ବଡ଼ ଦୁର୍ଘଟଣା ।  ଘଟଣାସ୍ଥଳରେ ରେଲୱେ କର୍ତ୍ତୃପକ୍ଷଙ୍କ ଛାନବିନ । ଅଳ୍ପକେ ଶତାଧିକ ଲୋକଙ୍କ ଜୀବନ ବଞ୍ଚି ଯାଇଥିବା ସୂଚନା । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି ।

ଅଘଟଣ ସଂପର୍କରେ ଖବର ପାଇ ରେଳ ବିଭାଗର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ କାହାର ଦୋଷ ତ୍ରୁଟି ରହିଲା ସେ ନେଇ ଚାଲିଛି ଅଧିକ ଖୋଳତାଡ଼ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର