ଆହୁରି ୫ ଦିନ ଗୁଳୁଗୁଳି; ଅପରାହ୍ଣରେ ବର୍ଷା ସତର୍କତା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟସାରା ଏବେ ଗରମ ଓ ଗୁଳୁଗୁଳି ଜାରି ରହିଛି। ଆଗାମୀ ୫ ଦିନ ଯାଏଁ ସ୍ଥିତି ଏଭଳି ରହିବ। ବିଶେଷକରି ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଆଗାମୀ ୫ ଦିନ ଯାଏଁ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବ। ୧୧ଟି ଉପକୂଳ ଜିଲ୍ଲାକୁ ବାଦ୍‌ ଦେଲେ, ଅନ୍ୟ ଜିଲ୍ଲାଗୁଡ଼ିକରେ ସାମାନ୍ୟତମ ତ୍ରାହି ମିଳିବ। ଦିନରେ ଗୁଳୁଗୁଳି ଅନୁଭୂତ ହେବ ଓ ଅପରାହ୍ଣରେ […]

ଭୁବନେଶ୍ୱର: ରାଜ୍ୟସାରା ଏବେ ଗରମ ଓ ଗୁଳୁଗୁଳି ଜାରି ରହିଛି। ଆଗାମୀ ୫ ଦିନ ଯାଏଁ ସ୍ଥିତି ଏଭଳି ରହିବ। ବିଶେଷକରି ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଆଗାମୀ ୫ ଦିନ ଯାଏଁ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବ। ୧୧ଟି ଉପକୂଳ ଜିଲ୍ଲାକୁ ବାଦ୍‌ ଦେଲେ, ଅନ୍ୟ ଜିଲ୍ଲାଗୁଡ଼ିକରେ ସାମାନ୍ୟତମ ତ୍ରାହି ମିଳିବ। ଦିନରେ ଗୁଳୁଗୁଳି ଅନୁଭୂତ ହେବ ଓ ଅପରାହ୍ଣରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଆଗାମୀ ୭ ଦିନ ଯାଏଁ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ଲାଗି ରହିବ। ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଘଣ୍ଟା ପ୍ରତି ୩୦ରୁ ୪୦କିମି ଝଟ୍‌କା ପବନ ବହିବାର ସମ୍ଭାବନା ରହିଛି। ଆଗାମୀ ୨୪ଘଣ୍ଟା ପାଇଁ ମଧ୍ୟ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ଓ ପବନ ହେବାର ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ୫ ଦିନ ପରେ ନିଖୋଜ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର: ଗଳାକାଟି ହତ୍ୟା କରିଥିବା ସନ୍ଦେହ

ପାଣିପାଗ ବିଭାଗ ସୂଚନାନୁସାରେ, ଆସନ୍ତାକାଲି ରାଜ୍ୟର ସମସ୍ତ ଜିଲ୍ଲାରେ କାଳବୈଶାଖୀଜନିତ ବର୍ଷା ପବନ ଓ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ା ଜିଲ୍ଲାରେ ୯ ଓ ୧୦ ତାରିଖରେ ବର୍ଷା ଏବଂ ୧୧ ଓ ୧୨ ତାରିଖରେ ପଶ୍ଚିମ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ରହିଛି। ତେବେ ଉପକୂଳ ଓଡ଼ିଶା ପାଇଁ ଆଗାମୀ ୫ ଦିନ କାଳବୈଶାଖୀ ସତର୍କତା ନ ଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥାନେ ସ୍ଥାନେ ଅଧିକ ବର୍ଷାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଆହୁରି ପଢ଼ନ୍ତୁ: ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଚାକିରିରୁ ନିଲମ୍ବିତ

ଉଲ୍ଲେଖଥାଉ କି, ଗତ ୨୪ଘଣ୍ଟାରେ ଉପକୂଳ ଓଡିଶାର ଚାରି ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଜଗତସିଂହପୁରରେ ସର୍ବାଧିକ ୮୬.୮ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ଗଜପତିରେ ୮୨ମିମି, ଭଦ୍ରକରେ ୭୯.୧ମିମି, ପୁରୀରେ ୬୯.୧ମିମି ବର୍ଷା ରେକର୍ଡ ହୋଇଛି। ନୟାଗଡ଼ରେ ୪୮.୨ମିମି, କେନ୍ଦ୍ରାପଡାରେ ୪୫ମିମି, ଖୋର୍ଦ୍ଧାରେ ୪୦ ମିମି ବର୍ଷା ସହ ଗଞ୍ଜାମରେ ୩୭.୪ମିମି ବାଲେଶ୍ୱରରେ ୩୫ ମିମି ବର୍ଷା ରେକର୍ଡ ହୋଇଛି। ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯାଇ ନାହିଁ। ପୂର୍ବପରି ପ୍ରାୟ ସମସ୍ତ ଜିଲ୍ଲାରେ ୩୩ ଡିଗ୍ରି ଉପରେ ତାପମାତ୍ରା ରହୁଛି। କେବଳ ଫୁଲବାଣୀରେ ସର୍ବନିମ୍ନ ୨୨ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ସମ୍ୱଲପୁରରେ ସର୍ବାଧିକ ୩୯.୮ଡିଗ୍ରୀ ରେକର୍ଡ ହୋଇଛି। ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ୩୬.୭ ଡିଗ୍ରୀ ଓ କଟକରେ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଆସନ୍ତାକାଲିଠୁ ଏକାଧିକ ଜିଲ୍ଲାରେ ତାପମାତ୍ରା ୪୦ଡିଗ୍ରୀ ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ଅଧିକ ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ଆସନ୍ତାକାଲି ପାଇଁ ବର୍ଷା ଥିବାବେଳେ ଅଗାମୀ ୭ ଦିନ ପାଇଁ ବିଶେଷ ବର୍ଷା ନ ହେଲେ ବି ପାଗ କୋହଲା ରହିବ ବୋଲି ବିଭାଗ କହିଛି।

ଆହୁରି ପଢ଼ନ୍ତୁ: ରାଜସ୍ଥାନରେ ବିଜେପିର ବଡ଼ ପରାଜୟ ପରେ ବିଜେଡିର କଟାକ୍ଷ: ଓଡ଼ିଶା ପଞ୍ଚାୟତ ନିର୍ବାଚନରେ ବି ସମଦଶା ଭୋଗିବ ବିଜେପି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର