୧୧ରୁ ତିନି ଦିନ ବର୍ଷିବ, ଅମଳ ଫସଲକୁ ସୁରକ୍ଷିତ ସ୍ଥାନରେ ସାଇତି ରଖିବାକୁ ଏସ୍‌ଆରସିଙ୍କ ପରାମର୍ଶ

The Sakala Picture
Published On

ଭୁବନେଶ୍ୱର : ଆସନ୍ତା ୧୧ତାରିଖ ଠାରୁ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ କୁଆପଥର ମାଡ ସହିତ ପ୍ରବଳ ବର୍ଷା ଓ ବଜ୍ରପାତର ଚେତାବନୀ ଦିଆଯାଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‍ଡି) ସତର୍କ ସୂଚନା ଜାରି କରି ଚାଷୀଙ୍କୁ ଫସଲ ଅମଳ ସହିତ ଏହାକୁ ଏକ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ କହିଛି । ପଶ୍ଚିମା ବାୟୁ ପ୍ରବାହ ଏବଂ ବଙ୍ଗୋପସାଗରରୁ ଆର୍ଦ୍ରତା ହେତୁ ଏଭଳି ବର୍ଷାର ଆଶା କରାଯାଉଥିବାରୁ କୃଷି ଉପରେ କିଛି ପ୍ରଭାବ ପଡ଼ିବ ବୋଲି […]

ଭୁବନେଶ୍ୱର : ଆସନ୍ତା ୧୧ତାରିଖ ଠାରୁ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ କୁଆପଥର ମାଡ ସହିତ ପ୍ରବଳ ବର୍ଷା ଓ ବଜ୍ରପାତର ଚେତାବନୀ ଦିଆଯାଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‍ଡି) ସତର୍କ ସୂଚନା ଜାରି କରି ଚାଷୀଙ୍କୁ ଫସଲ ଅମଳ ସହିତ ଏହାକୁ ଏକ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ କହିଛି । ପଶ୍ଚିମା ବାୟୁ ପ୍ରବାହ ଏବଂ ବଙ୍ଗୋପସାଗରରୁ ଆର୍ଦ୍ରତା ହେତୁ ଏଭଳି ବର୍ଷାର ଆଶା କରାଯାଉଥିବାରୁ କୃଷି ଉପରେ କିଛି ପ୍ରଭାବ ପଡ଼ିବ ବୋଲି ଆଇଏମଡି କହିଛି ।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ପଶ୍ଚିମା ଝଡର ଆଗମନ ଓ ପୂର୍ବ ଦିଗରେ ବଙ୍ଗୋପସାଗରରୁ ଓଡଶାକୁ ପ୍ରବଳ ମାତ୍ରାରେ ଉଷ୍ମ ଜଳୀୟ ବାଷ୍ପର ଅନୁପ୍ରବେଶ ଯୋଗୁଁ ଆଗାମୀ ୧୧ରୁ ୧୪ ଜାନୁଆରୀ ମଧ୍ୟରେ ବର୍ଷା ସମ୍ଭାବନା ରହିଛି । ଓଡିଶାର ଜିଲ୍ଲାଗୁଡିକରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ସହ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା କହିଛି ଆଞ୍ଚଳିକ ପାଣିପାଗ ବିଭାଗ । ଅର୍ଥାତ ୬ରୁ ୧୧ ସେଣ୍ଟିମିଟର ମଧ୍ୟରେ ବର୍ଷା ହୋଇପାରେ । ଏହି ଅଦିନିଆ ବର୍ଷା ପ୍ରଭାବରେ ଚାଷବାସ ନଷ୍ଟ ହେବା ଆଶଙ୍କା କରି ସତର୍କ ସୂଚନା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଏକ ବୁଲେଟିନ୍‍ରେ କହିଛି ଯେ, ୧୧ ରୁ ୧୪ ଜାନୁଆରୀ ମଧ୍ୟରେ ଓଡିଶାର ବିଭିନ୍ନ ଜିଲ୍ଲାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବୃଷ୍ଟିପାତ ସମ୍ଭାବନା ରହିଛି । ମଙ୍ଗଳବାର ଦିନ ସାତୋଟି ଜିଲ୍ଲା – ବରଗଡ, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଏବଂ ଦେବଗଡରେ ବଜ୍ରପାତ ଏବଂ କୁଆପଥର ମାଡ଼ ହେବାର ସମ୍ଭାବନା ରହିଛି । ବୁଧବାର ଦିନ କଳାହାଣ୍ଡି, କନ୍ଧମାଳ, ବୌଦ, ଅନୁଗୁଳ, ଢେଙ୍କାନାଳ, କଟକ ଏବଂ ନୟାଗଡ଼ ଜିଲ୍ଲାରେ ବଜ୍ରପାତ ଏବଂ ପ୍ରବଳ ବର୍ଷା ହୋଇପାରେ ।ଗୁରୁବାର ଦିନ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ନୟାଗଡ଼ ଏବଂ କନ୍ଧମାଳ ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ଆଇଏମଡି ପୂର୍ବାନୁମାନ କରିଛି ।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ଜାନୁଆରୀ ୧୦ ରୁ ବର୍ଷା ଆରମ୍ଭ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି । ଆଇଏମ୍‍ଡି ପକ୍ଷରୁ କୃଷକମାନଙ୍କୁ ସୋମବାର ମଧ୍ୟରେ ଅମଳ ହୋଇଥିବା ଧାନକୁ ଏକ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଏବଂ ରବି ଡାଲି ଏବଂ ତୈଳବୀଜ ବିହନ ବୁଣିବା କାର୍ଯ୍ୟ କିଛି ଦିନ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଛି । ଫୁଲକୋବି, କୋବି, ଟମାଟୋ, ବିନ୍‌, ମଟର, ଗାଜର, ଏବଂ ମୂଳା ପରି ପନିପରିବା ମଧ୍ୟ ଅମଳ କରାଯାଇ ଏକ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପରାମର୍ଶ ଦେଇଛନ୍ତି।

ପିଆଜ, ଟମାଟୋ, ଲଙ୍କା ଏବଂ ଫୁଲକୋବି ପରି ପନିପରିବା ଘୋଡାଇବା ପାଇଁ ବ୍ୟବସ୍ଥା କରାଯିବା ଉଚିତ, ଯାହାକି ବିହନ ବୁଣିବା ଅବସ୍ଥାରେ ଅଛି, କୁଆପଥର ମାଡରୁ ସୁରକ୍ଷାପାଇଁ ଜାଲ, ପ୍ଲାଷ୍ଟିକ ଘୋଡଣି କିମ୍ବା ପଲିଥିନ ସିଟ୍ ସହିତ ମୁଖ୍ୟ କ୍ଷେତ୍ର ପରି ନର୍ସରୀରେ ଅଧିକ ଜଳ ନିଷ୍କାସନ ପାଇଁ ସଠିକ୍ ଡ୍ରେନେଜ୍ ଚ୍ୟାନେଲଗୁଡିକ ନିଶ୍ଚିତ କରାଯିବା ଉଚିତ । ଚିନା ବାଦାମ ଏବଂ ସୋରିଶ ଫସଲ ପାଇଁ ଜଳସେଚନ ବନ୍ଦ କରାଯିବା ଉଚିତ କାରଣ ସେମାନଙ୍କ ମଧ୍ୟରୁ ଅଧିକାଂଶରେ ଫୁଲ ଫୁଟିବାରେ ଲାଗିଛି ଏବଂ ଏହାକୁ ବର୍ଷା ସହାୟକ ହେବ ବୋଲି ଆଇଏମଡି ସୂଚିତ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର