ରାଜ୍ୟର ବେଳାଭୂମି ଅସୁରକ୍ଷିତ : ହେଉନାହିଁ ପାଟ୍ରୋଲିଂ, ଲାଗିନାହିଁ ସିସିଟିଭି

The Sakala Picture
Published On

ଭୁବନେଶ୍ୱର : ଗୋପାଳପୁର ଗଣଦୁଷ୍କର୍ମ ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ଗଭୀର ଆଘାତ ପହଞ୍ଚାଇଛି। ରାଜ୍ୟର ବେଳାଭୂମିକୁ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି। ଏହି ସମୟରେ ଆମେରିକା ପ୍ରଶାସନ ଓଡ଼ିଶାକୁ ପରୋକ୍ଷରେ ଦୁଷ୍କର୍ମ ପ୍ରବଣ ରାଜ୍ୟ ଭାବରେ ଉଲ୍ଲେଖ କରି ନିଜ ଦେଶର ପର୍ଯ୍ୟଟକଙ୍କୁ ଓଡ଼ିଶାକୁ ଆସିବା ଉପରେ ଅଙ୍କୁଶ ଲଗାଇଛି । ଯାହା ଫଳରେ ରାଜ୍ୟ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ନିନ୍ଦିତ ହୋଇଛି । ସାମ୍ପ୍ରତିକ ସ୍ଥିତିରେ ରାଜ୍ୟର ବେଳାଭୂମିଗୁଡ଼ିକ ମହିଳାଙ୍କ ପାଇଁ ଅସୁରକ୍ଷିତ ସାବ୍ୟସ୍ତ ହୋଇଛି। […]

ଭୁବନେଶ୍ୱର : ଗୋପାଳପୁର ଗଣଦୁଷ୍କର୍ମ ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ଗଭୀର ଆଘାତ ପହଞ୍ଚାଇଛି। ରାଜ୍ୟର ବେଳାଭୂମିକୁ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି। ଏହି ସମୟରେ ଆମେରିକା ପ୍ରଶାସନ ଓଡ଼ିଶାକୁ ପରୋକ୍ଷରେ ଦୁଷ୍କର୍ମ ପ୍ରବଣ ରାଜ୍ୟ ଭାବରେ ଉଲ୍ଲେଖ କରି ନିଜ ଦେଶର ପର୍ଯ୍ୟଟକଙ୍କୁ ଓଡ଼ିଶାକୁ ଆସିବା ଉପରେ ଅଙ୍କୁଶ ଲଗାଇଛି । ଯାହା ଫଳରେ ରାଜ୍ୟ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ନିନ୍ଦିତ ହୋଇଛି । ସାମ୍ପ୍ରତିକ ସ୍ଥିତିରେ ରାଜ୍ୟର ବେଳାଭୂମିଗୁଡ଼ିକ ମହିଳାଙ୍କ ପାଇଁ ଅସୁରକ୍ଷିତ ସାବ୍ୟସ୍ତ ହୋଇଛି।

ଆହୁରି ପଢ଼ନ୍ତୁ: ପ୍ରେମଜନିତ ବିବାଦ: ନିଜ ଦେହରେ ନିଆଁ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ପୁରୁଷ ବନ୍ଧୁଙ୍କୁ ପଚରାଉଚରା

ଓଡ଼ିଶାରେ ଗୋପାଳପୁର, ଚାନ୍ଦିପୁର, ରାଜନଗର ପେଣ୍ଠ, ପାରାଦ୍ୱୀପ, ଶିଆଳି, ପୀର ଜାହାନିଆ, ପୁରୀ,କୋଣାର୍କ ଆଦି ପ୍ରମୁଖ ବେଳାଭୂମି ରହିଛି। ଏଠାକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସିଥାଆନ୍ତି । ବେଳାଭୂମିର ମନୋରମ ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ସୁନେଲି ସୂର୍ଯ୍ୟୋଦୟରୁ ରକ୍ତିମ ସୂର୍ଯ୍ୟାସ୍ତ ଯାଏଁ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହେ। ସମୁଦ୍ର ସ୍ନାନ ସାଙ୍ଗକୁ ବଣଭୋଜି ଆସର ଜମେ। ମାତ୍ର ଗୋପାଳପୁର,ଚାନ୍ଦିପୁର, ପେଣ୍ଠ, ଶିଆଳି, କୋଣାର୍କ ଏବଂ ପୀର ଜାହାନିଆ ଆଦିକୁ ସମ୍ପ୍ରତି ପର୍ଯ୍ୟଟକଙ୍କ ପାଇଁ ସମ୍ବେଦନଶୀଳ ମନେ କରାଯାଉଛି। ଏହି ବେଳାଭୂମିରେ ଆଲୋକ ବ୍ୟବସ୍ଥା ନାହିଁ ଓ ପୁଲିସ ପାଟ୍ରୋଲିଂ ମଧ୍ୟ କରାଯାଉ ନାହିଁ। ସଞ୍ଜ ନଇଁବା ସହ ଏହି ବେଳାଭୂମିଗୁଡ଼ିକ ଅପରାଧୀ ଓ ନିଶାଡ଼ିଙ୍କ ଚରାଭୂଇଁ ପାଲଟିଛି । ଅନେକ ସମୟରେ ପର୍ଯ୍ୟଟକ, ସେମାନଙ୍କ ପରିବାର ଏହି ଅପରାଧୀଙ୍କ ଦ୍ୱାରା ଲୁଣ୍ଠନ ଓ ଅସଦାଚରଣର ଶିକାର ହେଉଛନ୍ତି। ଅନକେ ନିଜ ସମ୍ମାନ ଦୃଷ୍ଟିରୁ ତୁଣ୍ଡ ଖୋଲୁ ନାହାନ୍ତି। ପୂର୍ବରୁ ପେଣ୍ଠ ବେଳାଭୂମିରେ ଅସଦାଚରଣ, ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ଭଳି ଘଟଣା ସାମ୍ନାକୁ ଆସିଛି।

ଆହୁରି ପଢ଼ନ୍ତୁ: କେନ୍ଦୁଝରରେ ହଜାର ହଜାର ଆଦିବାସୀଙ୍କ ଗର୍ଜନ: ନିଜ ସମ୍ପ୍ରଦାୟର ସମ୍ମାନ ଓ ଅଧିକାରର ସୁରକ୍ଷା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ପାରାଦ୍ୱୀପ ଏବଂ ପୁରୀ ବେଳାଭୂମିରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକ ରହୁଥିବା ଦୃଷ୍ଟିରୁ କିଛିଟା ସୁରକ୍ଷିତ ମନେ କରାଯାଉଛି। ମାତ୍ର ଅନ୍ୟ ବେଳାଭୂମିରେ ଆଲୋକର ଅଭାବ ଓ ପୁଲିସ ପାଟ୍ରୋଲିଂ ନ ଥିବାରୁ ସେଠାରେ ଏବେ ପର୍ଯ୍ୟଟକ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ସେହିପରି ଅପରାଧ ତତ୍ତ୍ୱମାନେ ଏଠାରେ ଆତଙ୍କରାଜ ଚଳାଇଥିବା ଅଭିଯୋଗ ହୋଇଛି। ଗୋପଳପୁର ଘଟଣା ପରେ ରାତି ୮ଟା ପର୍ଯ୍ୟନ୍ତ ପାଟ୍ରୋଲିଂ କରାଯାଉଥିଲେ ହେଁ ତାହା ପର୍ଯ୍ୟଟକମାନଙ୍କୁ ଆଶ୍ୱସ୍ତ କରିପାରି ନାହିଁ। ପୁରୀ ବେଳାଭୂମିରେ ୨୪ ଘଣ୍ଟା ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ। କିନ୍ତୁ ସେଠାରେ ପର୍ଯ୍ୟଟକଙ୍କ ପାଇଁ ସହାୟତା କେନ୍ଦ୍ର ନାହିଁ । ବାଲେଶ୍ୱର ଚାନ୍ଦିପୁର ବେଳାଭୂମିକୁ ସୁବର୍ଣ୍ଣ ବେଳାଭୂମି କୁହାଯାଇଥାଏ।

ଆହୁରି ପଢ଼ନ୍ତୁ: ୧.୨୩ କୋଟି ସରକାରୀ ଟଙ୍କା ହଡ଼ପ ମାମଲା: ଗିରଫ ହେଲେ ସାତକୋଶିଆ DFO ଅଫିସ୍‌ର ବରିଷ୍ଠ ସହାୟକ ଅଜୟ ନାୟକ

ଯେଉଁଠି ସମୁଦ୍ର ଅନେକ ଦୂରକୁ ଘୁଞ୍ଚି ଯାଇଥାଏ। ପର୍ଯ୍ୟଟକ ମାନେ ବାଲିରେ ଚାଲିଚାଲି ପାଣି ପାଖକୁ ଯାଇ ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିଥାନ୍ତି। ହେଲେ ଚାନ୍ଦିପୁର ବେଳାଭୂମିର ଲାଇଟ ଲାଗିଥିଲେ ମଧ୍ୟ ସବୁ ଖରାପ ହୋଇୁ ବନ୍ଦ ହୋଇଥିବାରୁ ବେଳାଭୂମି ଅନ୍ଧକାରମୟ ହୋଇଛି। ବ୍ୟବସାୟୀମାନଙ୍କୁ ରାତ୍ର ୧୦ଟା ସୁଦ୍ଧା ବନ୍ଦ କରିବାକୁ ପୁଲିସ ପକ୍ଷରୁ ନିର୍ଦ୍ଦେଶ ଥିବା ବେଳେ ୧୦ଟା ପରେ ସମୁଦ୍ର ବେଳାଭୂମି ସଂପୂର୍ଣ୍ଣ ଅନ୍ଧାର ଏବଂ ନିଛାଟିଆ ହୋଇଯାଉଛି। ବଡ଼ କଥା ହେଲା ଏହି ସବୁ ବେଳେଭୂମି ନିକଟରେ କୌଣସି ସିସିଟିଭି ଲାଗିନାହିଁ। ଯାହାର ଫାଇଦା ନେଉଛନ୍ତି ଅପରାଧୀ।

ଜଣେ ପୁଲିସ କର୍ମଚାରୀ କହିଛନ୍ତି ଯେ ବାଲିରେ ପାଟ୍ରୋଲିଂ କରିବା ପାଇଁ ସ୍ୱତନ୍ତ୍ର ଗାଡିର ଅଭାବ ରହିଛି। ତେଣୁ ବେଳାଭୂମି ପାଟ୍ରୋଲିଂ କରିବାକୁ ଏହି ଗାଡି ଯୋଗାଇ ଦେବା ସହ କର୍ମଚାରୀ ସଂଖ୍ୟା ବୃଦ୍ଧିର ଆବଶ୍ୟକତା ରହିଛି। ଆଗରୁ ଚାଲି ଚାଲି ପାଟ୍ରୋଲିଂ କରାଯାଉଥିଲା ଏବେ ଗାଡିରେ ପାଟ୍ରୋଲିଂ କରାଯାଉଛି ବୋଲି ପୁଲିସ କର୍ମଚାରୀ ଜଣଙ୍କ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର