ରାତି ପାହିଲେ ରଥଯାତ୍ରା, ତିନି ରଥରେ ବିଜେ ହେଲା ଆଜ୍ଞାମାଳ…

The Sakala Picture
Published On

ପୁରୀ: ରାତି ପାହିଲେ ରଥଯାତ୍ରା। ଶୁକ୍ରବାର ବଡ଼ଦାଣ୍ଡରେ ଗଡ଼ିବ ତିନିରଥ। ନବଦିନାତ୍ମକ ଯାତ୍ରା କରିବେ ମହାପ୍ରଭୁ। ଏଥିପାଇଁ ପ୍ରାୟ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଅନ୍ୟପକ୍ଷରେ ବିଧି ମୁତାବକ ଆଜି ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ନୀତି। ରଥଖଳାରେ ପ୍ରସ୍ତୁତ ୩ ରଥକୁ ବିଜେ ହେଲା ଆଜ୍ଞାମାଳ। ଆଜ୍ଞାମାଳ ବିଜେ ପରେ ସିଂହଦ୍ବାରକୁ ଯିବ ୩ ରଥ । ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଏବଂ […]

ପୁରୀ: ରାତି ପାହିଲେ ରଥଯାତ୍ରା। ଶୁକ୍ରବାର ବଡ଼ଦାଣ୍ଡରେ ଗଡ଼ିବ ତିନିରଥ। ନବଦିନାତ୍ମକ ଯାତ୍ରା କରିବେ ମହାପ୍ରଭୁ। ଏଥିପାଇଁ ପ୍ରାୟ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଅନ୍ୟପକ୍ଷରେ ବିଧି ମୁତାବକ ଆଜି ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ନୀତି। ରଥଖଳାରେ ପ୍ରସ୍ତୁତ ୩ ରଥକୁ ବିଜେ ହେଲା ଆଜ୍ଞାମାଳ। ଆଜ୍ଞାମାଳ ବିଜେ ପରେ ସିଂହଦ୍ବାରକୁ ଯିବ ୩ ରଥ । ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଏବଂ ଶେଷରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ଆଜ୍ଞାମାଳ ବିଜେ ହୋଇଥିଲା। ଆଜ୍ଞା ମାଳ ବିଜେ ହୋଇ ବିଜେ କାହାଳୀ ବାଜିବା ପରେ ଵିଧି ପରମ୍ପରା ଅନୁସାରେ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇ ସିଂହଦ୍ୱାରକୁ ବିଜେ କରାଯିବ। ପରେ ଦେବୀ ସୁଭଦ୍ରାଙ୍କ ଦେବ ଦଳନ ରଥ ଓ ଶେଷରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଟଣା ଯାଇ ସିଂହଦ୍ୱାର ସମ୍ମୁଖକୁ ନିଆଯିବ। ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳାର ସହ ଶେଷ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

26 Jun 2025 By The Sakala

ରାତି ପାହିଲେ ରଥଯାତ୍ରା, ତିନି ରଥରେ ବିଜେ ହେଲା ଆଜ୍ଞାମାଳ…

ପୁରୀ: ରାତି ପାହିଲେ ରଥଯାତ୍ରା। ଶୁକ୍ରବାର ବଡ଼ଦାଣ୍ଡରେ ଗଡ଼ିବ ତିନିରଥ। ନବଦିନାତ୍ମକ ଯାତ୍ରା କରିବେ ମହାପ୍ରଭୁ। ଏଥିପାଇଁ ପ୍ରାୟ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଅନ୍ୟପକ୍ଷରେ ବିଧି ମୁତାବକ ଆଜି ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ନୀତି। ରଥଖଳାରେ ପ୍ରସ୍ତୁତ ୩ ରଥକୁ ବିଜେ ହେଲା ଆଜ୍ଞାମାଳ। ଆଜ୍ଞାମାଳ ବିଜେ ପରେ ସିଂହଦ୍ବାରକୁ ଯିବ ୩ ରଥ । ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଏବଂ ଶେଷରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ଆଜ୍ଞାମାଳ ବିଜେ ହୋଇଥିଲା। ଆଜ୍ଞା ମାଳ ବିଜେ ହୋଇ ବିଜେ କାହାଳୀ ବାଜିବା ପରେ ଵିଧି ପରମ୍ପରା ଅନୁସାରେ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇ ସିଂହଦ୍ୱାରକୁ ବିଜେ କରାଯିବ। ପରେ ଦେବୀ ସୁଭଦ୍ରାଙ୍କ ଦେବ ଦଳନ ରଥ ଓ ଶେଷରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଟଣା ଯାଇ ସିଂହଦ୍ୱାର ସମ୍ମୁଖକୁ ନିଆଯିବ। ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳାର ସହ ଶେଷ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର