ଦାନା ବାନ୍ଧୁଛି ଲଘୁଚାପ : ଆଜିଠୁ ବଢ଼ିବ ବର୍ଷା, ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଭିନ୍ନ ଭିନ୍ନ ସ୍ଥାନରେ ପର୍ଯ୍ୟାୟ କ୍ରମେ ବର୍ଷା ଅନୁଭୂତ ହେବ। ଦୁଇ ତିନି ଦିନର ବ୍ରେକ୍‌ ପରେ ପୁଣି ବର୍ଷା ଆରମ୍ଭ ହେବ। ଆଗକୁ ଯୋଡ଼ି ଲଘୁଚାପର ସମ୍ଭାବନା ଥିବାରୁ ଏଭଳି ବର୍ଷା ନେଇ ଆକଳନ କରାଯାଉଛି। ବର୍ଷାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୨ […]

ଭୁବନେଶ୍ୱର : ରାଜ୍ୟରେ ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଭିନ୍ନ ଭିନ୍ନ ସ୍ଥାନରେ ପର୍ଯ୍ୟାୟ କ୍ରମେ ବର୍ଷା ଅନୁଭୂତ ହେବ। ଦୁଇ ତିନି ଦିନର ବ୍ରେକ୍‌ ପରେ ପୁଣି ବର୍ଷା ଆରମ୍ଭ ହେବ। ଆଗକୁ ଯୋଡ଼ି ଲଘୁଚାପର ସମ୍ଭାବନା ଥିବାରୁ ଏଭଳି ବର୍ଷା ନେଇ ଆକଳନ କରାଯାଉଛି। ବର୍ଷାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୨ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏହା ପୂର୍ବରୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ସୋମବାରଠାରୁ ବର୍ଷାର ପ୍ରଭାବ ଆହୁରି ବଢ଼ିବା ସହ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ କେନ୍ଦ୍ର ଆକଳନ କରିଛି।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅକୱାନ' ବିପଦ: ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ୩ ଦିନ ଦର୍ଶନ ବନ୍ଦ

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ରବିବାର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମ୍ଭବତଃ ସୋମବାର କିମ୍ବା ମଙ୍ଗଳବାର ସୁଦ୍ଧା ଏକ ଲଘୁଚାପ ହୋଇ ଦକ୍ଷିଣ ଓଡ଼ିଶା ଏବଂ ସଂଲଗ୍ନ ଆନ୍ଧ୍ର ଉପକୂଳ ବଙ୍ଗୋପସାଗରରେ ରହିବ। ଏହା ତିନିଦିନ ପର୍ଯ୍ୟନ୍ତ ସେହି ସ୍ଥାନରେ ରହିବା ସହ ସେପ୍ଟେମ୍ବର ୪ରେ କିଛି ଦୁର୍ବଳ ହୋଇ ୫-୬ରେ ଓଡ଼ିଶା ଉପକୂଳ ନିକଟତର ହେବ। ଆକଳନ କରାଯାଉଛି ଯେ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରୁ ସମ୍ବଲପୁର ସଂଯୋଗ କରୁଥିବା ସରଳରେଖାର ଦକ୍ଷିଣରେ ବର୍ଷା ହେବ।

ଆହୁରି ପଢ଼ନ୍ତୁ: ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା 'ଅକୱାନ' ଜାରି ହେଲା ରେଡ୍ ଆଲର୍ଟ

ଅବିଭକ୍ତ କୋରାପୁଟ, ବିଶେଷକରି ମାଲକାନଗିରି ଓ ନବରଙ୍ଗପୁରରେ ଏହି ତିନିଦିନ ୧୫-୨୫ ମିମି ଲେଖାଏଁ ବର୍ଷା ହେବ। ସମ୍ବଲପୁରଠାରୁ କଳହାଣ୍ଡି ପର୍ଯ୍ୟନ୍ତ ସ୍ୱଳ୍ପ (୧୫ ମିମି ଲେଖାଏଁ) ଏବଂ ଅନ୍ୟାନ୍ୟ ସ୍ଥାନ ୧୦-୧୫ ମିମି ଲେଖାଏଁ ବର୍ଷା ହୋଇପାରେ। ସୁନ୍ଦରଗଡ଼, ମୟୂରଭଞ୍ଜ ଓ ବାଲେଶ୍ୱରରେ କାଁ ଭାଁ ହାଲୁକା ସ୍ଥାନେ ସ୍ଥାନେ ସ୍ୱଳ୍ପ ବର୍ଷା ହୋଇପାରେ। ୪ ତାରିଖରେ ବିକ୍ଷିପ୍ତ ବର୍ଷା ହେବା ସହ ୫ ତାରିଖରେ ଉପକୂଳ, ଢେଙ୍କାନାଳ, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ସ୍ୱଳ୍ପ ସ୍ଥାନେସ୍ଥାନେ ମଧ୍ୟମ ବର୍ଷା ହୋଇପାରେ। ୬ ତାରିଖରେ ସାରା ଓଡ଼ିଶାରେ ସ୍ଥାନେ ସ୍ଥାନେ ସ୍ୱଳ୍ପ ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଆହୁରି ପଢ଼ନ୍ତୁ: ସମ୍ୱଲପୁରରେ ଛାତିଥରା ସଡକ ଦୁର୍ଘଟଣା: ରାସ୍ତା ପାର୍‌ ହେଉଥିବାବେଳେ ଅଜଣା ଗାଡ଼ି ଧକ୍କାରେ ଅଜା ଓ ନାତି ମୃତ

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ସବୁଠୁ ଅଧିକ ବର୍ଷା ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ସେହିପରି ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, ଗଜପତି, ବଲାଙ୍ଗିର ଓ ନୂଆପଡ଼ାରେ ମଧ୍ୟ ବର୍ଷାର ପ୍ରଭାବ ଭଲ ରହିବ। ଏହା ବ୍ୟତୀତ ବାକି ସବୁ ଅଞ୍ଚଳରେ ସ୍ୱଳ୍ପ ବର୍ଷା ଆକଳନ କରି ସାରା ଓଡ଼ିଶା ପାଇଁ ବର୍ଷା ଚେତାବନୀ ଜାରି ହୋଇଛି। ସମ୍ଭାବ୍ୟ ଲଘୁଚାପ ଯୋଗୁଁ ଉତ୍ତର ବଙ୍ଗୋପସାଗରର ଓଡ଼ିଶା ଉପକୂଳ ସମୁଦ୍ର ମଧ୍ୟରେ ୩୦-୪୦ ଓ ଝଟକା ପବନ ୫୦ କିମି ପହଞ୍ଚିବ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା କରି ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି। ଏହି ଲଘୁଚାପର ପ୍ରଭାବ ପରେ ପରେ ଅର୍ଥାତ ଆସନ୍ତା ୧୧-୧୨ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର