ସ୍ନାନଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି : ଜଗିବେ ୭୦ ପ୍ଲାଟୁନ ଫୋର୍ସ, ଟ୍ରାଫିକ କଟକଣା ଜାରି; ଜାଣନ୍ତୁ କେଉଁପଟେ ଯିବେ…
ପୁରୀ : ଆସନ୍ତା ବୁଧବାର ଦେବସ୍ନାନ ପୂର୍ଣ୍ଣିମା। ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମହାପ୍ରଭୁଙ୍କ ଦିବ୍ୟସ୍ନାନ ଏବଂ ହାତୀବେଶ ଦର୍ଶନ ପାଇଁ ଏଥର ପୁରୀରେ ଭକ୍ତଙ୍କ ପ୍ରବଳ ସମାଗମ ହେବା ସମ୍ଭାବନା ରହିଛି। ତେଣୁ ସ୍ନାନଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ପୁଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି। ଶାନ୍ତି ଶୃଙ୍ଖଳା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥର ୭୦ ପ୍ଲାଟୁନ ଫୋର୍ସ ସହ […]
ପୁରୀ : ଆସନ୍ତା ବୁଧବାର ଦେବସ୍ନାନ ପୂର୍ଣ୍ଣିମା। ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମହାପ୍ରଭୁଙ୍କ ଦିବ୍ୟସ୍ନାନ ଏବଂ ହାତୀବେଶ ଦର୍ଶନ ପାଇଁ ଏଥର ପୁରୀରେ ଭକ୍ତଙ୍କ ପ୍ରବଳ ସମାଗମ ହେବା ସମ୍ଭାବନା ରହିଛି। ତେଣୁ ସ୍ନାନଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ପୁଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି। ଶାନ୍ତି ଶୃଙ୍ଖଳା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥର ୭୦ ପ୍ଲାଟୁନ ଫୋର୍ସ ସହ ୪ ଜଣ ଏସ୍ପି ବା କମାଣ୍ଡାଣ୍ଟ, ୧୫ ଜଣ ଅତିରିକ୍ତ ଏସ୍ପି ଓ ଡେପୁଟି କାମାଣ୍ଡାଣ୍ଟ, ୩୦ ଡିଏସ୍ପି ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୬୭ ଇନ୍ସପେକ୍ଟର , ୩୪୮ ସବ୍ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର, ୬୫ ହାବିଲଦାର, ୪୨୮ କନଷ୍ଟେବଳ, ୫୨ ଜଣ ଟ୍ରାଫିକ କନଷ୍ଟେବଳ, ୬୧୮ ହୋମ୍ଗାର୍ଡ ମୁତୟନ ହେବେ ବୋଲି ଏସ୍ପି ବିନୀତ୍ ଅଗ୍ରୱାଲ ସୂଚନା ଦେଇଚନ୍ତି।
ଏସ୍ପି ଶ୍ରୀ ଅଗ୍ରୱାଲ କହିଛନ୍ତି, ସ୍ନାନମଣ୍ଡପ ଓ ଶ୍ରୀମନ୍ଦିରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ବ୍ୟବସ୍ଥା କରାଯାଇଥିବା ବେଳେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ମୋଟ ୭୦ ପ୍ଲାଟୁନ ଫୋର୍ସଙ୍କ ମଧ୍ୟରୁ ଶ୍ରୀମନ୍ଦିର ଭିତରେ ୩୪ ପ୍ଲାଟୁନ, ମନ୍ଦିର ବାହାରେ ଭିଡ଼ ନିୟନ୍ତ୍ରଣ ଲାଗି ୨୪ ପ୍ଲାଟୁନ, ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ୱରେ ୮ ପ୍ଲାଟୁନ, ପର୍ଯ୍ୟଟକଙ୍କ ଲାଗି ଗୋଟିଏ ପ୍ଲାଟୁନ ୨ ସେକ୍ସନ, ଅନ୍ୟାନ୍ୟ ବ୍ୟବସ୍ଥା ଲାଗି ୨ ସେକ୍ସନ ଫୋର୍ସ ନିୟୋଜିତ ହେବେ। ଶ୍ରୀମନ୍ଦିର ଭିତରେ ଜଣେ କମାଣ୍ଟାଣ୍ଟ, ୬ ଜଣ ଅତିରିକ୍ତ ଏସ୍ପି ଓ ଡେପୁଟି କାମାଣ୍ଡାଣ୍ଟ, ୧୩ ଡିଏସ୍ପି ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୨୭ ଇନ୍ସପେକ୍ଟର, ୧୦୫ ଜଣ ସବ୍ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର, ୧୨୨ ଜଣ କନଷ୍ଟେବଳ ଓ ୮୪ ଜଣ ହୋମ୍ଗାର୍ଡ ମୁତୟନ ହେବେ।
ସେହିପରି ମନ୍ଦିର ବାହାରେ ୨ ଜଣ କମାଣ୍ଟାଣ୍ଟ, ୫ ଜଣ ଅତିରିକ୍ତ ଏସ୍ପି ଓ ଡେପୁଟି କାମାଣ୍ଡାଣ୍ଟ, ୮ ଡିଏସ୍ପି ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୨୬ ଇନ୍ସପେକ୍ଟର, ୧୦୯ ଜଣ ସବ୍ ଇନ୍ସପେକ୍ଟ ଓ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର, ୪୯ କନଷ୍ଟେବଳ, ୫୦ ଜଣ ହୋମ୍ଗାର୍ଡ ମୁତୟନ ହେବେ। ଟ୍ରାଫିକରେ ଜଣେ କାମାଣ୍ଡାଣ୍ଟ, ୨ ଜଣ ଅତିରିକ୍ତ ଏସ୍ପି ଓ ଡେପୁଟି କାମାଣ୍ଡାଣ୍ଟ, ୬ ଡିଏସ୍ପି ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୧୦ ଇନ୍ସପେକ୍ଟର, ୮୭ ଜଣ ସବ୍ ଇନ୍ସପେକ୍ଟ ଓ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର, ୧୪୦ କନଷ୍ଟେବଳ, ୪୦୬ଜଣ ହୋମ୍ଗାର୍ଡ ନିୟୋଜିତ ରହିବେ। ସେହିପରି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ କରାଯାଇଛି। ତେରୁ ସ୍ନାନଯାତ୍ରା ଶୃଙ୍ଖଳିତ ଭାବେ ଯେପରି ସମ୍ପନ୍ନ ହେବ ସେଥିଲାଗି ସମସ୍ତଙ୍କ ସହଯୋଗ ଲୋଡିଥିଲେ ଏସ୍ପି। ଅନ୍ୟପକ୍ଷରେ ପୁଲିସ ପକ୍ଷରୁ ସ୍ନାନଯାତ୍ରା ପାଇଁ ଟ୍ରାଫିକ ଆଡଭାଇଜରି ଜାରି କରାଯାଇଛି। ମେଡିକାଲ ଛକଠାରୁ ଗାଡି ଚଳାଚଳ ଉପରେ କଟକଣା ରହିବ। ମାର୍କେଟ ଛକଠାରୁ ଆଗକୁ କୌଣସି ଦୁଇଚକିଆ ଗାଡି ଯିବ ନାହିଁ।

ଚାର ଚକିଆ ଯାନ
୧. ବ୍ରହ୍ମଗିରି ପାର୍ଶ୍ୱରୁ: ବ୍ରହ୍ମଗିରିରୁ ଆସୁଥିବା ହାଲୁକା ମୋଟର ଯାନ (LMVs) ମଙ୍ଗଳାଘାଟ ଛକରେ ଡାହାଣ ମୋଡ଼ ନେବେ, ଷ୍ଟର୍ଲିଂ ଛକ ଏବଂ ବିଚ୍ ରୋଡ୍ ଦେଇ ଆଗକୁ ବଢ଼ିବେ ଏବଂ ଯାତ୍ରାରେ ପାର୍କିଂ ପାଇଁ ଲାଇଟ୍ ହାଉସ୍ ଛକକୁ ଯିବେ। ଯାନଗୁଡ଼ିକ ସେହି ରାସ୍ତା ଦେଇ ଫେରିବେ।
୨. ଭୁବନେଶ୍ୱର ପାର୍ଶ୍ୱରୁ: ଭୁବନେଶ୍ୱରରୁ LMVs ବାଟାଗାଁ, ଚାରିନାଳା, ଅଠରନାଳା, କୁମ୍ଭାରପଡ଼ା ପିଏସ୍, ମେଡିକାଲ୍ ଛକ ଏବଂ ବଡ଼ଦାଣ୍ଡ ଦେଇ ଜେଲ୍ ରୋଡ୍ ପାର୍କିଂ ଏବଂ ସରଧାବାଲି ଭୂମିରେ ନିର୍ଦ୍ଦିଷ୍ଟ ପାର୍କିଂ ଜୋନ୍ କୁ ପଠାଯିବ। ଏଗୁଡ଼ିକ ପୂରଣ ହେବା ପରେ, ଯାତାୟାତକୁ ଯାତ୍ରିକା, ଦିଗବାରେଣୀ, ବ୍ଲୁ ଫ୍ଲାଗ୍ ବିଚ୍ ପାର୍କିଂ ଏବଂ ନୀଳାଚଳ ଅଶୋକ ପାର୍କିଂକୁ ସ୍ଥାନାନ୍ତର କରାଯିବ ଏବଂ ସେହି ରୁଟ୍ ଦେଇ ଫେରିବ।
୩. କୋଣାର୍କ ପାର୍ଶ୍ୱରୁ: କୋଣାର୍କ ଦେଇ ଆସୁଥିବା ଯାନଗୁଡ଼ିକ ବଇଦାସ ନଗର, ତୋଷାଳି ବାଲିଆ ଛକ, ଗ୍ରୀଡ୍ ଷ୍ଟେସନ ଛକ, ବାଲିଘାଟ ଛକ, ସିଦ୍ଧମହାବୀର ଛକ ଏବଂ ମାଟିପଡ଼ା ଛକ ଦେଇ ସରଧାବାଲି ପାର୍କିଂକୁ ଯିବେ। ସରଧାବାଲିରେ କ୍ଷମତା ପୂରଣ ହେବା ପରେ ଯାନଗୁଡ଼ିକ ତାଳବଣିଆ ଏବଂ ଆଇଟିଆଇ ପାର୍କିଂକୁ ସ୍ଥାନାନ୍ତରିତ ହେବ। ଏହି ଯାନଗୁଡ଼ିକ ସମାନ ରୁଟ୍ ଦେଇ ଫେରିବେ।

ଦୁଇଚକିଆ ଯାନ
ବ୍ରହ୍ମଗିରି, ଭୁବନେଶ୍ୱର ଏବଂ କୋଣାର୍କରୁ ବାଇକ୍ ଏବଂ ସ୍କୁଟି ଗୁଡ଼ିକ ଅଠରନାଳା, ବାନାମ୍ବର ଛକ, କୁମ୍ଭାରପଡ଼ା ପିଏସ୍ ଏବଂ ହସ୍ପିଟାଲ ଛକ ଦେଇ ଗ୍ରାଣ୍ଡ ରୋଡ୍ ଆଡକୁ ଯିବେ। ପ୍ରଥମେ ଆସନ୍ତୁ, ପ୍ରଥମେ ପାଆନ୍ତୁ ଆଧାରରେ ମ୍ୟୁନିସିପାଲିଟି ମାର୍କେଟ୍ କମ୍ପ୍ଲେକ୍ସରେ ପାର୍କିଂ ଯୋଗାଇ ଦିଆଯିବ। ପୂର୍ଣ୍ଣ ହେବା ପରେ ଆରୋହୀମାନଙ୍କୁ ପୁରୁଣା ଜଗନ୍ନାଥ ବଲ୍ଲଭ ପାର୍କିଂ ଅଞ୍ଚଳକୁ ନିର୍ଦ୍ଦେଶିତ କରାଯିବ।

ସେହିପରି ତୀର୍ଥ ନଗରୀକୁ ଆସୁଥିବା ଲୋକଙ୍କ ପାଇଁ ତିନି ଚକିଆ ଯାନ ସଟଲ ସେବା ମଧ୍ୟ ଉପଲବ୍ଧ ହେବ
ତାଳବଣିଆରୁ ଅଟୋରିକ୍ସାଗୁଡ଼ିକ ୱାଟର ୱାର୍କସ ରୋଡ୍, ଓଡ଼ିଶା ବେକେରୀ, ରାମ ମନ୍ଦିର, ଘୋଡା ବଜାର ଏବଂ ରେଡକ୍ରସ୍ ରୋଡ୍ ଦେଇ ହସ୍ପିଟାଲ ଛକକୁ ଯିବେ।
ତାଳବଣିଆରୁ ସମୁଦ୍ର କୂଳ ଆଡକୁ ଯାଉଥିବା ଲୋକମାନଙ୍କୁ ପେଣ୍ଠକଟା, ସିଟି ରୋଡ୍, ଯୁବ ଛାତ୍ରାବାସ, ଅର୍ବାନ ହାଟ, ଜିଲ୍ଲା ସ୍କୁଲ ଏବଂ ଏସସିଏସ କଲେଜ ଦେଇ ଟାଉନ ହଲ୍ ଛକ ପର୍ଯ୍ୟନ୍ତ ଅନୁମତି ଦିଆଯିବ।
ଶ୍ରୀ ଜଗନ୍ନାଥ ମନ୍ଦିର ଚାରିପାଖ ରାସ୍ତାରେ ତିନି ଚକିଆ ଯାନ ଚଳାଚଳ କରିପାରିବ ନାହିଁ, ଯେଉଁଥିରେ ସୋଲାଖିଆ ବରଗଛ ଛକ (ବାଲିସାହି ରୋଡ୍) ରୁ ସିଂହଦ୍ୱାର, ବିଶେଶ୍ୱରୀ ମନ୍ଦିରରୁ ଉତ୍ତର ଦ୍ୱାର ଏବଂ ମୋଚି ସାହି ଛକରୁ ବ୍ରୁସଭ ଛକ (ଲୋକନାଥ ରୋଡ୍) ପର୍ଯ୍ୟନ୍ତ ରାସ୍ତା ଅନ୍ତର୍ଭୁକ୍ତ।






