ଉନ୍ନତ ଚିକିତ୍ସା ପାଇଁ ଏସସିବିରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ, କାଜୁଆଲଟିରୁ ସ୍ୱତନ୍ତ୍ର ICUକୁ ସ୍ଥାନାନ୍ତର
କଟକ: ଉନ୍ନତ ଚିକିତ୍ସା ପାଇଁ କଟକ ଏସସିବିରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ । ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ପ୍ରଥମେ କାଜୁଆଲଟି ଓ ପରେ ସ୍ୱତନ୍ତ୍ର ICUକୁ ସ୍ଥାନାନ୍ତର କରାଯାଇଛି। ଜୟପୁର ମୁଖ୍ୟ ଚିକିତ୍ସାଳୟରୁ କଟକ ଏସସିବି ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଚିକିତ୍ସା ପାଇଁ ଏସସିବି ମେଡିକାଲରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଗଠନ କରାଯାଇଛି। ୩ ଦିନ ଧରି ଜିଲ୍ଲା ଡାକ୍ତରଖାନାରେ ଅସୁସ୍ଥତା ଯୋଗୁ ଚିକିତ୍ସାଧୀନ ଥିଲେ। କିଡନୀ […]
କଟକ: ଉନ୍ନତ ଚିକିତ୍ସା ପାଇଁ କଟକ ଏସସିବିରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ । ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ପ୍ରଥମେ କାଜୁଆଲଟି ଓ ପରେ ସ୍ୱତନ୍ତ୍ର ICUକୁ ସ୍ଥାନାନ୍ତର କରାଯାଇଛି। ଜୟପୁର ମୁଖ୍ୟ ଚିକିତ୍ସାଳୟରୁ କଟକ ଏସସିବି ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଚିକିତ୍ସା ପାଇଁ ଏସସିବି ମେଡିକାଲରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଗଠନ କରାଯାଇଛି। ୩ ଦିନ ଧରି ଜିଲ୍ଲା ଡାକ୍ତରଖାନାରେ ଅସୁସ୍ଥତା ଯୋଗୁ ଚିକିତ୍ସାଧୀନ ଥିଲେ। କିଡନୀ ଜନିତ ରୋଗରେ ପୀଡ଼ିତ ଅଛନ୍ତି କମଳା ପୂଜାରୀ । ଗତ ରବିବାରେ ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ହାଇପଡ଼ିଥିଲେ ।
ସୂଚନାଯୋଗ୍ୟ, ଗତ କିଛିଦିନ ପୂର୍ବେ କମଳା ପୂଜାରୀଙ୍କୁ ଜ୍ଵର ଓ ଝାଡା ହେବା ସହିତ ଦୁର୍ବଳ ଅନୁଭବ ହେବାରୁ ତାଙ୍କୁ ଡାକ୍ତରଖାନରେ ଭର୍ତ୍ତି କରା ଯାଇଥିଲା। ତେବେ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିଲା ଏବଂ ପତଳା ଝାଡା ଓ ଜ୍ଵର କମିଯାଇଥିଲା । ଗତ ୨୧ ତାରିଖରେ ଅସୁସ୍ଥ ହେବାରୁ ତାଙ୍କୁ ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କର କିଡନିଜନିତ ରୋଗର ସମସ୍ୟା ଗୁରୁତର ହେବାରୁ ତାଙ୍କୁ ଜୟପୁରରୁ ସ୍ବତନ୍ତ୍ର ଆମ୍ବୁଲାନ୍ସରେ କଟକ ଏସସିବି ମେଡିକାଲକୁ ଅଣାଯାଇଥିଲା।