ଲାଞ୍ଚ ନେବା ମାମଲାରେ ଓପିଟିସିଏଲ ଡିଜିଏମଙ୍କୁ ୫ବର୍ଷ କାରାଦଣ୍ଡାଦେଶ

The Sakala Picture
Published On

ବାରିପଦା: ସ୍ଥାନୀୟ ସତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ ଡ. ପ୍ରସନ୍ନ ପଣ୍ଡା ଟଙ୍କା ଲାଞ୍ଚ ନେବା ମାମଲାର ଶୁଣାଣି କରି ଓପିଟିସିଏଲ ଡିଜିଏମ୍ ଯଶୋବନ୍ତ ଚୌଧୁରୀଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ୪୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଏକ ବର୍ଷ ଅଧିକ କାରାଦଣ୍ଡର ଆଦେଶରେ ଉଲ୍ଲେଖ କରିଛନ୍ତି । ପ୍ରକାଶ ଯେ, ୨୦୧୭ ମସିହାରେ ଯଶୋବନ୍ତ ନାରାୟଣ ଚୌଧୁରୀ ବାରିପଦା ବିଦ୍ୟୁତ ବିଭାଗର ଡିଜିଏମ […]

ବାରିପଦା: ସ୍ଥାନୀୟ ସତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ ଡ. ପ୍ରସନ୍ନ ପଣ୍ଡା ଟଙ୍କା ଲାଞ୍ଚ ନେବା ମାମଲାର ଶୁଣାଣି କରି ଓପିଟିସିଏଲ ଡିଜିଏମ୍ ଯଶୋବନ୍ତ ଚୌଧୁରୀଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ୪୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଏକ ବର୍ଷ ଅଧିକ କାରାଦଣ୍ଡର ଆଦେଶରେ ଉଲ୍ଲେଖ କରିଛନ୍ତି ।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

ପ୍ରକାଶ ଯେ, ୨୦୧୭ ମସିହାରେ ଯଶୋବନ୍ତ ନାରାୟଣ ଚୌଧୁରୀ ବାରିପଦା ବିଦ୍ୟୁତ ବିଭାଗର ଡିଜିଏମ ଭାବେ କାର୍ଯ୍ୟ କରୁଥିଲେ। ସେହି ସମୟରେ ଅଭିଯୋଗକାରୀ କାର୍ତ୍ତିକେଶ୍ବର ଦତ୍ତଙ୍କ ଏକ ଚାରି ଚକିଆ ଗାଡି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ଭଡା ସୂତ୍ରରେ ଲାଗିଥିଲା। ତାଙ୍କର ଦୁଇ ମାସର ଭଡା ଅର୍ଥ ରାଶି ପ୍ରାୟ ୪୫ହଜାର ଟଙ୍କାର ବିଲ ଦେବା ପାଇଁ ଯଶୋବନ୍ତ ୫ହଜାର ଟଙ୍କାର ଲାଞ୍ଚ କାର୍ତ୍ତିକେଶ୍ବରଙ୍କୁ ମାଗିଥିଲେ। ତେବେ ଶେଷରେ ୫ହଜାର ନୁହେଁ ୩ହଜାର ଟଙ୍କାର ଲାଞ୍ଚ ଅର୍ଥ ନେବେ ବୋଲି ଯଶୋବନ୍ତ ରାଜି ହୋଇଥିଲେ। ପୂର୍ବରୁ ମଧ୍ୟ ଯଶୋବନ୍ତ ଏହିପରି ହଇରାଣ ହରକତ କରି ବିଲ ପାସ ପାଇଁ ଲାଞ୍ଚ ଅର୍ଥ ନେଉଥିବା ବେଳେ ବିନା ଲାଞ୍ଚରେ କୋଣସି କାର୍ଯ୍ୟ କରୁନଥିବା ଅଭିଯୋଗ ରହିଥିଲା । ତେଣୁ ଏ ବାବଦରେ କାର୍ତ୍ତିକେଶ୍ବର ଭିଜିଲାନ୍ସ ବିଭାଗ ପାଖରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ଅନୁଯାୟୀ ୨୦୧୭ ଅକ୍ଟୋବର ୨୫ତାରିଖରେ ୩ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଯଶୋବନ୍ତ ପଡିଥିଲେ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ତେବେ ଏହାକୁ ନେଇ ଭିଜିଲାନ୍ସ କୋର୍ଟରେ ମାମଲା ବିଚାରଧୀନ ଥିବା ବେଳେ ସେ ବର୍ତ୍ତମାନ ଭୁବନେଶ୍ବରରେ ସେକ୍ସନ ୧ ଓପିଟିସିଏଲ ଡିଜିଏମ ଦାୟିତ୍ୱରେ କାର୍ଯ୍ୟରତ ଅଛନ୍ତି। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଜଜ ଉପରୋକ୍ତ ଶୁଣାଣି କରିଛନ୍ତି । ଘଟଣାକୁ ନେଇ ରାୟ ପ୍ରକାଶ ପାଇଛି। ଅଭିଯୋଗକୁ ଭିତ୍ତି କରି ବିଭିନ୍ନ ପ୍ରମାଣ ଓ ସାକ୍ଷ୍ୟ ମୂଳେ ୭ଦଫାରେ ୩ ବର୍ଷ କାରାଦଣ୍ଡ ସହ ୧୫ ହଜାର ଜୋରିମାନା ଅନାଦେୟ ୮ ମାସର ଅଧିକ କାରାଦଣ୍ଡ ଏବଂ ୧୩/୨ ଦଫାରେ ୫ ବର୍ଷ ସହ ୨୫ ହଜାର ଟଙ୍କା ଜୋରିମାନା ଅନାଦେୟ ୧ ବର୍ଷର ଅଧିକ କାରାଦଣ୍ଡାଦେଶ ପ୍ରଦାନ କରାଯାଇଛି। ତେବେ ଏହା ଭିଜିଲାନ୍ସ କୋର୍ଟ ଦ୍ଵାରା ଏକ ଐତିହାସିକ ରାୟ ବୋଲି ମାମଲା ପରିଚାଳନା କରୁଥିବା ସରକାରୀ ଓକିଲ ସ୍ବରାଜ୍ୟ କୁମାର ରାୟ କହିଛନ୍ତି । ପୂର୍ବରୁ ଲାଞ୍ଚ ମାମଲାରେ କୌଣସି ଅଧିକାରୀଙ୍କୁ ୫ବର୍ଷ କାରାଦଣ୍ଡାଦେଶ ଶୁଣାଣି ହୋଇନାହିଁ ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର