ମନୋରଞ୍ଜନ
ଆନ୍ତର୍ଜାତୀୟ ନ୍ୟାୟାଳୟଙ୍କ ରୋହିଙ୍ଗ୍ୟା ଗଣହତ୍ୟା ରାୟକୁ ‘ଅନ୍ୟାୟ’ କହି ପ୍ରତ୍ୟାଖ୍ୟାନ କଲା ମିଆଁମାର
ରୋହିଙ୍ଗ୍ୟା ମୁସଲମାନଙ୍କ ବିରୋଧରେ ହୋଇଥିବା ଗଣହତ୍ୟା ଅଭିଯୋଗ ଉପରେ ଆନ୍ତର୍ଜାତୀୟ ନ୍ୟାୟାଳୟ (ICJ) ଦେଇଥିବା ନିଷ୍ପତ୍ତିକୁ ମିଆଁମାର ସରକାର କଡ଼ା ସମାଲୋଚନା କରିବା ସହ ଏହାକୁ ‘ଅନ୍ୟାୟ’ ବୋଲି ଅଭିହିତ କରିଛନ୍ତି।
ମିଆଁମାରର ସାମରିକ ଶାସିତ ସରକାର ଏକ ସରକାରୀ ବିବୃତିରେ କହିଛନ୍ତି ଯେ, ଆନ୍ତର୍ଜାତୀୟ ନ୍ୟାୟାଳୟ ବାସ୍ତବ ସ୍ଥିତିକୁ ବିଚାର ନକରି ଏହି ରାୟ ଶୁଣାଇଛନ୍ତି। ସରକାରଙ୍କ ମତରେ ଏହି ମାମଲାଟି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ଏଥିରେ ମିଆଁମାରର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା କରାଯାଇଛି। ସେନା ପକ୍ଷରୁ କୁହାଯାଇଛି ଯେ, ସେମାନେ କେବଳ ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ।
ସୂଚନାଯୋଗ୍ୟ ଯେ, ଗାମ୍ବିଆ ଦ୍ୱାରା ଦାଖଲ କରାଯାଇଥିବା ଏହି ମାମଲାରେ ଆନ୍ତର୍ଜାତୀୟ ନ୍ୟାୟାଳୟ ମିଆଁମାରକୁ ରୋହିଙ୍ଗ୍ୟା ସମ୍ପ୍ରଦାୟର ସୁରକ୍ଷା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ମିଆଁମାର ବୈଦେଶିକ ମନ୍ତ୍ରଣାଳୟ ଏହାକୁ ଏକପାଖିଆ ବୋଲି ଦର୍ଶାଇ କହିଛି ଯେ, ଏଭଳି ରାୟ ଦେଶର ସାର୍ବଭୌମତ୍ୱ ଉପରେ ଆଘାତ ଦେଉଛି। ଏହି ପଦକ୍ଷେପ ପରେ ଆନ୍ତର୍ଜାତୀୟ ସ୍ତରରେ ମିଆଁମାର ଉପରେ ଚାପ ବଢ଼ିବାର ସମ୍ଭାବନା ରହିଛି।






