ମନୋରଞ୍ଜନ
Saturday Horoscope: ଶନିବାର ରାଶିଫଳ (୨୧-୧୧-୨୦୨୬)
ମେଷ: କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ନୂଆ ଯୋଜନାରେ ଆଗ୍ରହ ବଢ଼ିବ।
ବୃଷ: ଅଟକି ଥିବା ଟଙ୍କା ଫେରି ପାଇବେ। ଜୀବନସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ। ମନରେ ଉତ୍ସାହ ରହିବ। ନୂଆ କାମ ଆରମ୍ଭ ପାଇଁ ଶୁଭ ସମୟ। ପରିବାରରେ ଖୁସିର ପରିବେଶ ରହିବ।
ମିଥୁନ: ଆତ୍ମବିଶ୍ବାସ ବଢ଼ିବ। ବନ୍ଧୁଙ୍କ ସହଯୋଗ ମିଳିପାରେ। କର୍ମକ୍ଷେତ୍ରରେ ନୂଆ ଦାୟିତ୍ବ ମିଳିପାରେ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ। ଅନାବଶ୍ୟକ ବିବାଦରୁ ଦୂରେଇ ରୁହନ୍ତୁ।
କର୍କଟ: କାର୍ଯ୍ୟ କ୍ଷେତ୍ରରେ ନୂଆ ସୁଯୋଗ ମିଳିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ନିବେଶ କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ। ଗୁରୁଜନଙ୍କ ପରାମର୍ଶ ଲାଭଦାୟକ ହେବ।
ସିଂହ: ମାନ ସମ୍ମାନ ବୃଦ୍ଧି ପାଇବ। ଅଟକିଥିବା କାମ ପୂରଣ ହେବ। ବ୍ୟବସାୟରେ ନୂଆ ଗ୍ରାହକ ଯୋଡ଼ି ହେବେ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ଆତ୍ମବିଶ୍ବାସ ବଜାୟ ରହିବ।
କନ୍ୟା: ଦିନଟି ମିଶ୍ର ଫଳ ପ୍ରଦାନ କରିବ। ଅଫିସ୍ରେ ସହକର୍ମୀଙ୍କ ସହଯୋଗ ମିଳିବ। ଆର୍ଥିକ ଯୋଜନା କରିବା ପାଇଁ ଭଲ ସମୟ। ଖାଦ୍ୟ ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ।
ତୁଳା: ଆର୍ଥିକ ଲାଭର ସୁଯୋଗ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରେମ ସମ୍ପର୍କରେ ମଧୁରତା ବଢ଼ିବ। ନୂଆ କାମରେ ସଫଳତା ମିଳିବ। ଅତ୍ୟଧିକ ଖର୍ଚ୍ଚରୁ ଦୂରେଇ ରହିବେ।
ବିଛା: ନୂଆ ଯୋଜନାରେ ସଫଳତା ମିଳିପାରେ। ପରିବାରରେ ଶୁଭ କାର୍ଯ୍ୟର ଯୋଜନା କରିବେ। ଆୟର ନୂଆ ପଥ ଉନ୍ମୁକ୍ତ ହେବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ।
ଧନୁ: ଚାକିରି ଓ ବ୍ୟବସାୟରେ ଉନ୍ନତିର ସମ୍ଭାବନା ରହିଛି। ଶୁଭ ଖବର ମିଳିପାରେ। ନୂଆ ଚାକିରିର ସୁଯୋଗ ଜୁଟିବ। ପରିବାରର ସମର୍ଥନ ମିଳିବ। ଯାତ୍ରା ସମୟରେ ସତର୍କ ରୁହନ୍ତୁ।
ମକର: ଆଜି କାର୍ଯ୍ୟଭାର ବଢ଼ିପାରେ। ଧୈର୍ଯ୍ୟ ଓ ବୁଦ୍ଧିମତାର ସହ କାମ କରନ୍ତୁ। ସ୍ବାସ୍ଥ୍ୟ ପ୍ରତି ଅବହେଳା କରନ୍ତୁନି। ନୂଆ କାମ ପାଇଁ ଯୋଜନା ସଫଳ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।
କୁମ୍ଭ: ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ ହେବ। ଆର୍ଥିକ ଦିଗରେ ଭଲ ଖବର ମିଳିପାରେ। ବନ୍ଧୁଙ୍କ ସହଯୋଗରେ ଅଟକିଥିବା କାର୍ଯ୍ୟ ସଫଳ ହେବ। ପରିବାର ସହ ସମୟ ଅତିବାହିତ କରିବେ।
ମୀନ: ମନ ପ୍ରସନ୍ନ ରହିବ। ପରିବାରରେ ଶାନ୍ତି ଓ ସୁଖ ବଜାୟ ରହିବ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। କର୍ମକ୍ଷେତ୍ରରେ ପ୍ରଶଂସା ମିଳିପାରେ। ମନକୁ ଶାନ୍ତ ରଖି ନିଷ୍ପତ୍ତି ନେବେ।






