MMDR ଆକ୍ଟ ଓ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ବିଧାନସଭା ଅପରାହ୍ନ ୪ଟା ଯାଏଁ ମୁଲତବୀ

Madhusudan Das Picture
Published On

ଭୁବନେଶ୍ୱର: ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଓଡ଼ିଶା ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସ ଏବଂ ବିଜେଡି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। ସଂଶୋଧିତ ଏମଏମଡିଆର ଆକ୍ଟ ଏବଂ ସ୍କୁଲ ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ନେଇ ସେମାନେ ପ୍ରତିବାଦ କରିଥିଲେ, ଯାହା ଫଳରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇପାରିନଥିଲା ଏବଂ ବିଧାନସଭାକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି।

ଆହୁରି ପଢ଼ନ୍ତୁ: ଶ୍ମଶାନକୁ ଯିବା ପାଇଁ ନାହିଁ ରାସ୍ତା, ଶବ ସତ୍କାର କରିବାକୁ ଉଛୁଳା ନଈ ପାର୍ ହେଉଛନ୍ତି ସମ୍ପର୍କୀୟ

ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ଉଭୟ କଂଗ୍ରେସ ଓ ବିଜେଡି ବିଧାୟକମାନେ ନିଜ ନିଜ ଆସନ ଛାଡ଼ି ବାଚସ୍ପତିଙ୍କ ପୋଡିୟମ ତଳେ ହୋହାଲ୍ଲା କରିଥିଲେ। ସଂଶୋଧିତ ଖଣି ଓ ଖଣିଜ ଦ୍ରବ୍ୟ (ଉନ୍ନୟନ ଏବଂ ନିୟନ୍ତ୍ରଣ) ଅଧିନିୟମ ବା ଏମଏମଡିଆର ଆକ୍ଟ କୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଥିଲେ। ହାତରେ ପ୍ଲାକାର୍ଡ ଧରି ବିରୋଧୀ ସଦସ୍ୟମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଦିଗ ବଦଳାଉଛି ଘୂର୍ଣ୍ଣିବଳୟ: ୨୩ରୁ ୨୫ ତାରିଖ ମଧ୍ୟରେ ରାଜ୍ୟରେ ଭୀଷଣ ବର୍ଷା ଆଶଙ୍କା

ଏହି ହଟ୍ଟଗୋଳ ମଧ୍ୟରେ ବିଜେଡି ବିଧାୟକମାନେ ରାଜ୍ୟର ସ୍କୁଲ ପାଠ୍ୟପୁସ୍ତକଗୁଡ଼ିକରେ ଥିବା କଥିତ ତ୍ରୁଟି ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଜବାବ ମାଗିଥିଲେ ବିରୋଧୀ ଦଳର ନେତାମାନେ। ଗୃହରେ ଲାଗି ରହିଥିବା ପ୍ରବଳ ହଟ୍ଟଗୋଳ ଓ ନାରାବାଜିକୁ ଦୃଷ୍ଟିରେ ରଖି ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ।

ଆହୁରି ପଢ଼ନ୍ତୁ: MMDR ବିଲ୍ ଓ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ଆସନ୍ତାକାଲି ଯାଏଁ ବିଧାନସଭା ମୁଲତବୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର