ଓରାଙ୍ଗଉଟାନ ଚାଲାଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଜଙ୍ଗଲ ମନ୍ତ୍ରୀ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ଓରାଙ୍ଗଉଟାନ ଚାଲାଣ ଘଟଣାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଓଡ଼ିଶାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ। ଏହି ବେଆଇନ କାରବାରରେ ସମ୍ପୃକ୍ତ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଆଇନଗତ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ (CZA)ଙ୍କୁ ଏକ ଚିଠି ଲେଖାଯାଇଥିବା ସେ ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ଏହି ଘଟଣାର ତଦନ୍ତ ସମ୍ପର୍କରେ ମନ୍ତ୍ରୀ ଖୁଣ୍ଟିଆ କହିଛନ୍ତି ଯେ, ପରିବେଶ ସ୍ଥିତିର ଆକଳନ ପାଇଁ ଏକ ସ୍ୱତନ୍ତ୍ର ଟିମ୍ ରାଜ୍ୟ ଗସ୍ତରେ ଆସିବେ। ଏହା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଉଦ୍ଧାର ହୋଇଥିବା ପ୍ରାଣୀମାନଙ୍କର ଉତ୍ପତ୍ତି ସ୍ଥାନ ଜାଣିବା ପାଇଁ ସେମାନଙ୍କର ଡିଏନଏ ଟେଷ୍ଟିଂ (DNA testing) କରାଯିବ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ଗତ ଦୁଇ ଦିନ ଧରି ୫ଟି ଓରାଙ୍ଗଉଟାନଙ୍କୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କ୍ୱାରେଣ୍ଟାଇନ୍‌ (ସଙ୍ଗରୋଧ)ରେ ରଖାଯାଇଛି। ପଶୁ ଚିକିତ୍ସକମାନେ ନିୟମିତ ଭାବେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। ଦିନସାରା ସମସ୍ତ ୫ ଓରାଙ୍ଗଉଟାନ ଏକାଠି ଖାଇବା, ଖେଳିବା ଓ ବିଶ୍ରାମ ନେଉଥିବା ବେଳେ ରାତିରେ ଦୁଇଟି ଏକାଠି ଓ ଅନ୍ୟ ତିନୋଟି ଅଲଗା ଶୋଉଛନ୍ତି।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ପ୍ରାଣୀମାନଙ୍କ ପୁଷ୍ଟିସାଧନ ପାଇଁ ସେମାନଙ୍କୁ ପ୍ରତି ୨ ଘଣ୍ଟାରେ ଥରେ ଖାଇବାକୁ ଦିଆଯାଉଛି। ଏନ୍‌କ୍ଲୋଜର୍‌ର ତାପମାତ୍ରା ନିୟନ୍ତ୍ରଣ ପାଇଁ ୨୪ ଘଣ୍ଟିଆ ଏସି (AC)ର ବ୍ୟବସ୍ଥା କରାଯାଇଛି ଏବଂ ସକାଳେ ପ୍ରାକୃତିକ ପବନ ପାଇଁ ଝରକା ଖୋଲାଯାଉଛି। ଗତକାଲି ଗୋଟିଏ ଛୋଟ ଓରାଙ୍ଗଉଟାନର ସାମାନ୍ୟ ଜ୍ୱର ଥିଲା, ଯାହା ଆଜି କମିଯାଇଛି। ତେବେ ଉଦ୍ଧାର ହୋଇଥିବା ପ୍ରାଣୀମାନେ ସାମାନ୍ୟ ଭୟଭୀତ ଥିବା ଦେଖିବାକୁ ମିଳିଛି। ସେମାନେ ଯେପରି ନୂଆ ପରିବେଶ ସହ ଖାପ ଖୁଆଇପାରିବେ, ସେଥିପାଇଁ ବିଶେଷଜ୍ଞମାନେ ସେମାନଙ୍କ ଉପରେ କଡ଼ା ନଜର ରଖିଛନ୍ତି।

ଏହି ତଦନ୍ତ ପ୍ରକ୍ରିୟାରେ ଓଡ଼ିଶା ପୋଲିସ ଓ ସ୍ଥାନୀୟ ପ୍ରଶାସନ, ଜଙ୍ଗଲ ବିଭାଗ ଅଧିକାରୀ, ସ୍ପେଶାଲ୍ ଟାସ୍କ ଫୋର୍ସ (STF), ପଶ୍ଚିମବଙ୍ଗ ପୋଲିସ ଏବଂ ଜାତୀୟ ତଥା ଆନ୍ତର୍ଜାତୀୟ ପ୍ରାଣୀ କଲ୍ୟାଣ ସଂଗଠନର ମିଳିତ ସମନ୍ୱୟରେ କାର୍ଯ୍ୟ କରାଯାଉଛି। ଡିଏନଏ ରିପୋର୍ଟ ଆସିବା ପରେ ଏବଂ ବିଭିନ୍ନ ଏଜେନ୍ସିର ମିଳିତ ଅପରେସନ୍ ଆଗେଇଲେ ଏହି ଚୋରାଚାଲାଣ ନେଟୱର୍କର ସମ୍ପୂର୍ଣ୍ଣ ଚିତ୍ର ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର