ସାରା ରାଜ୍ୟରେ ଚକା ବନ୍ଦ : ମନ୍ତ୍ରୀଙ୍କ ସହ ଆଲୋଚନାରୁ ବାହାରିଲାନି ନିଷ୍କର୍ଷ, ଜିଦ୍‌ରେ ଡ୍ରାଇଭର ସଂଘ, ଯାତ୍ରୀ ହଟହଟା

The Sakala Picture
Published On

ଭୁବନେଶ୍ୱର : ସାରା ରାଜ୍ୟରେ ଡ୍ରାଇଭରମାନଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ପ୍ରଭାବିତ ହୋଇଛି ପରିବହନ ସେବା। ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହନ ଓ ସରକାରୀ ବସ୍‌ ସେବାକୁ ଛାଡ଼ି ରାଜ୍ୟରେ ପ୍ରାୟ ସମସ୍ତ ଘରୋଇ ଗାଡ଼ି ଚଳାଚଳ ବନ୍ଦ ରହିଛି। ୭ ଦଫା ଦାବି ପୂରଣ ପାଇଁ ମହାସଂଘ ପକ୍ଷରୁ ଦିଆଯାଇଥିବା ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ସଂଘ ଓ ସରକାରଙ୍କ ମଧ୍ୟରେ ଗତକାଲି ହୋଇଥିବା ଆଲୋଚନା ବିଫଳ ହୋଇଛି […]

ଭୁବନେଶ୍ୱର : ସାରା ରାଜ୍ୟରେ ଡ୍ରାଇଭରମାନଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ପ୍ରଭାବିତ ହୋଇଛି ପରିବହନ ସେବା। ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହନ ଓ ସରକାରୀ ବସ୍‌ ସେବାକୁ ଛାଡ଼ି ରାଜ୍ୟରେ ପ୍ରାୟ ସମସ୍ତ ଘରୋଇ ଗାଡ଼ି ଚଳାଚଳ ବନ୍ଦ ରହିଛି। ୭ ଦଫା ଦାବି ପୂରଣ ପାଇଁ ମହାସଂଘ ପକ୍ଷରୁ ଦିଆଯାଇଥିବା ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ସଂଘ ଓ ସରକାରଙ୍କ ମଧ୍ୟରେ ଗତକାଲି ହୋଇଥିବା ଆଲୋଚନା ବିଫଳ ହୋଇଛି ଏବଂ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଡ୍ରାଇଭର ସଂଘ ଚରମବାଣୀ ଶୁଣାଇଛି।

ଆହୁରି ପଢ଼ନ୍ତୁ: ମଝି ସମୁଦ୍ରରେ ଫସିଲା କାର୍ଗୋ ଜାହାଜ 'ଏମଭି ବିଶ୍ୱ ଉଦୟ': ୨୭ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କଲା ପାରାଦୀପ ପୋର୍ଟ କର୍ତ୍ତୃପକ୍ଷ

ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁଁ ସାରା ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ପୂରା ଠପ୍‌ ହୋଇଯାଇଛି। ବହୁ ସ୍ଥାନରେ ମଝି ରାସ୍ତାରେ ଆନ୍ଦୋଳନରତ ଡ୍ରାଇଭରମାନେ ସରକାରୀ ବସରୁ ଯାତ୍ରୀଙ୍କୁ ଓହ୍ଲାଇ ଦେଇଛନ୍ତି। ଫଳରେ ଗନ୍ତବ୍ୟସ୍ଥଳରେ ପହଞ୍ଚି ନ ପାରି ଅନେକ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସଂଘ ପକ୍ଷରୁ ରଖାଯାଇଥିବା ଦାବି ପୂରଣ ନ ହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମହାସଂଘ କହିଛି। ଗତ ମାସେ ତଳେ ମହାସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଆଗରେ ଦାବି ଉପସ୍ଥାପନ କରାଯାଇଥିବା ବେଳେ ଏହି ଦାବି ପୂରଣ ହୋଇ ନ ଥିବାରୁ ମଙ୍ଗଳବାରଠାରୁ ରାଜ୍ୟର ସମସ୍ତ ଗାଡ଼ି ଚାଳକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗାଡି଼ ଚାଳକମାନଙ୍କ ଦ୍ୱାରା ଡାକରା ଦିଆଯାଇଥିବା ଏହି ଆନ୍ଦୋଳନକୁ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଓ ଟ୍ରକ୍‌ ମାଲିକ ସଂଘ ସମର୍ଥନ ଜଣାଇଥିବାରୁ ସାରା ରାଜ୍ୟରେ ଆନ୍ଦୋଳନର ଜୋରଦାର ପ୍ରଭାବ ପଢ଼ିଛି।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅକୱାନ' ବିପଦ: ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ୩ ଦିନ ଦର୍ଶନ ବନ୍ଦ

ମହାସଂଘ ପକ୍ଷରୁ କୁହାଯାଇଛି ଯେ ଡ୍ରାଇଭର ମାନଙ୍କ ବିଭିିନ୍ନ ସମସ୍ୟାକୁ ନେଇ ସରକାରଙ୍କୁ ଅବଗତ କରାଯାଇଛି। ଏହି ସମୟ ମଧ୍ୟରେ ଡ୍ରାଇଭରମାନଙ୍କର କେବଳ ଗୋଟିଏ ଦାବି ପୂରଣ ହୋଇଛି। ଗତ ମାର୍ଚ୍ଚ ୨୯ରୁ ୬ ଦିନ ପର୍ଯ୍ୟନ୍ତ ଗାନ୍ଧୀମାର୍ଗରେ ଡ୍ରାଇଭରମାନେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ। ହେଲେ ସରକାର ଡ୍ରାଇଭରମାନଙ୍କ ଦାବି ପୂରଣ ନେଇ କୌଣସି ପଦକ୍ଷେପ ନେଇ ନାହାନ୍ତି। ଯାହାଦ୍ୱାରା ଡ୍ରାଇଭରମାନଙ୍କ ମଧ୍ୟର ଅସନ୍ତୋଷ ପ୍ରକାଶ ପାଉଛି ଏବଂ ସମସ୍ତ ଡ୍ରାଇଭର ବଡ଼ ଆନ୍ଦୋଳନକୁ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ମହାସଂଘ ପକ୍ଷରୁ ରହିଥିବା ଦାବି ମଧ୍ୟରେ ଡ୍ରାଇଭର ଉନ୍ନୟନ ବୋର୍ଡରେ ଅଟୋ ଚାଳକଙ୍କୁ ସାମିଲ କରିବା ସହ ଜନ ସାଧାରଣଙ୍କ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍‌, ୬୦ ବର୍ଷ ପରେ ସ୍ୱତନ୍ତ୍ର ଭତ୍ତା, ଗାଡ଼ି ପାଇଁ ପାର୍କିଂ ସ୍ଥଳୀ ଓ ଡ୍ରାଇଭରଙ୍କ ବିଶ୍ରାମ ପାଇଁ ସ୍ଥାନ, ଖଣି ଖାଦାନ ଏବଂ କାରଖାନାରେ ୭୦ ପ୍ରତିଶତ ଓଡ଼ିଆ ଡ୍ରାଇଭର ନିଯୁକ୍ତି ଓ ସେପ୍ଟେମ୍ବର ୧କୁ ଡ୍ରାଇଭର ଦିବସ ଘୋଷଣା ଆଦି ଦାବି ରହିଛି।

ଆହୁରି ପଢ଼ନ୍ତୁ: ରାଜ୍ୟବାସୀଙ୍କୁ ନବୀନଙ୍କ ବାତ୍ୟା ପରାମର୍ଶ: ସତର୍କ ରୁହନ୍ତୁ, ସଜାଗ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ

ଡ୍ରାଇଭର ସଂଘର ଆନ୍ଦୋଳନ ପରେ ସରକାରଙ୍କ ପକ୍ଷରୁ ସଂଘ ସହିତ ଆଲୋଚନା କରାଯାଇଛି। ମାତ୍ର ଏହି ଆଲୋଚନାରେ କୌଣସି ସନ୍ତୋଷ ଜନକ ପ୍ରତିଶ୍ରୁତି ମିଳି ନ ଥିବାରୁ ଆନ୍ଦୋଳନ ପ୍ରତ୍ୟାହାର ହେବ ନାହିଁ ବୋଲି ଡ୍ରାଇଭର ସଂଘର ସମ୍ପାଦକ ଚଇତନ ପ୍ରଧାନ କହିଛନ୍ତି। ଏହି ଆନ୍ଦୋଳନ ପରେ ମଙ୍ଗଳବାର ସନ୍ଧ୍ୟାରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ଏସ୍‌ଟିଏ ଅଧ୍ୟକ୍ଷ ଅମିତାଭ୍‌ ଠାକୁର ପ୍ରମୁଖ ଡ୍ରାଇଭର ସଂଘ ସହିତ ଆଲୋଚନା କରିଥିଲେ। ଏହି ଆଲୋଚନା ବିଫଳ ହୋଇଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର