ରାଜ୍ୟରେ ନାହିଁ ବନ୍ୟା ସ୍ଥିତି, ୨୪ ଘଣ୍ଟା ଭିତରେ ମୁଣ୍ଡଳୀରେ ପହଞ୍ଚିବ ପ୍ରଥମ ବନ୍ୟାଜଳ…

The Sakala Picture
Published On

ଭୁବନେଶ୍ବର: ରାଜ୍ୟରେ ନାହିଁ ବନ୍ୟା ସ୍ଥିତି। ହୀରାକୁଦର ୨୦ ଗେଟ ଦେଇ ୨.୯୫ ଲକ୍ଷ କ୍ଯୁସେକ ଜଳ ନିଷ୍କାସନ ହେଉଛି। ଆସନ୍ତାକାଲି ସକାଳ ୬ଟା ପରେ ମୁଣ୍ଡଳିରେ ପହଞ୍ଚିବ ବନ୍ୟା ଜଳ। ୪.୫ ଲକ୍ଷ କ୍ୟୁସେକ ଜଳ ମୁଣ୍ଡଳିରେ ଆସିବ। ଆଗାମୀ ଦିନରେ ବର୍ଷା ଅଧିକ ହେଲେ ଅଧିକ ଗେଟ ଖୋଲା ହେବ। ବୈତରଣୀ ୱାର୍ଣ୍ଣି ଲେବୁଲ ପାର କରିଛି। ଗେଟ ଖୋଲିବା ପରେ ଜଳ ନିଷ୍କାସନ ହେଉଛି ହେଲେ ବିପଦ ସଂକେତ ଛୁଇଁନି। ରେଙ୍ଗାଲି ଡ୍ୟାମର […]

ଭୁବନେଶ୍ବର: ରାଜ୍ୟରେ ନାହିଁ ବନ୍ୟା ସ୍ଥିତି। ହୀରାକୁଦର ୨୦ ଗେଟ ଦେଇ ୨.୯୫ ଲକ୍ଷ କ୍ଯୁସେକ ଜଳ ନିଷ୍କାସନ ହେଉଛି। ଆସନ୍ତାକାଲି ସକାଳ ୬ଟା ପରେ ମୁଣ୍ଡଳିରେ ପହଞ୍ଚିବ ବନ୍ୟା ଜଳ। ୪.୫ ଲକ୍ଷ କ୍ୟୁସେକ ଜଳ ମୁଣ୍ଡଳିରେ ଆସିବ। ଆଗାମୀ ଦିନରେ ବର୍ଷା ଅଧିକ ହେଲେ ଅଧିକ ଗେଟ ଖୋଲା ହେବ। ବୈତରଣୀ ୱାର୍ଣ୍ଣି ଲେବୁଲ ପାର କରିଛି। ଗେଟ ଖୋଲିବା ପରେ ଜଳ ନିଷ୍କାସନ ହେଉଛି ହେଲେ ବିପଦ ସଂକେତ ଛୁଇଁନି। ରେଙ୍ଗାଲି ଡ୍ୟାମର ଦୁଇଟି ଗେଟ ଦେଇ ୩ ହଜାର ୧୨୪ କ୍ୟୁମେକ ଜଳ ନିଷ୍କାସନ ହେଉଛି । ବୁଢ଼ାବଳଙ୍ଗରେ ଅଧିକ ଜଳ ଆସିବ ହେଲେ ବିପଦ ସଂକେତ ଛୁଇଁବ ନାହିଁ। ଯାଜପୁର ଜିଲ୍ଲା ଦଶରଥପୁରରେ ଗ୍ରାମୀଣ ବିକାଶ ପ୍ରୋଟେକ୍ସନ ୱାଲ କରିବାର ଥିଲା ହେଲେ କରିନାହାନ୍ତି। ତେଣୁ ଛୋଟ ଆକାରରେ ବନ୍ଧ ଭାଙ୍ଗିଛି ବୋଲି କହିଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର