ଭୁବନେଶ୍ୱର ବୋମା ବିସ୍ଫୋରଣ ଘଟଣାର ତଦନ୍ତ କରିବ NIA

Madhusudan Das Picture
Published On

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବୋମା ବିସ୍ଫୋରଣ ଘଟଣାର ତଦନ୍ତ କରିବ NIA । ସୁନ୍ଦରପଦା ନିକଟ ନ୍ୟୁ ଆଜାଦ ନଗରରେ ପହଞ୍ଚି ବୋମା ବିସ୍ଫୋରଣ ଘଟଣାର ତଦନ୍ତ କରିବ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି-NIA । ପାରିପାର୍ଶ୍ବିକ ପରିସ୍ଥିତି ଯାଞ୍ଚ ସହ ବୋମା ବିସ୍ଫୋରଣର କାରଣ ନେଇ ହୋଇପାରେ ଯାଞ୍ଚ। ପୂର୍ବରୁ ମଞ୍ଚେଶ୍ୱର ଥାନା କେନ୍ଦ୍ରୀୟ ବିଦ୍ୟାଳୟ ନିକଟ ବୋମାମାଡ଼ ଘଟଣାରେ ମଧ୍ୟ ତଦନ୍ତ କରିଥିଲା NIA ।

ଆହୁରି ପଢ଼ନ୍ତୁ: 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ' ଯୋଜନା ଶୁଭାରମ୍ଭ, ବିବାହ ପାଇଁ ଆର୍ଥିକ ସହାୟତା ଯୋଗାଇଦେବେ ସରକାର

ଗତକାଲି ଭୁବନେଶ୍ବର ଏୟାରଫିଲଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଆଜାଦ ନଗରରେ ବୋମା ବିସ୍ଫୋରଣରେ ୪ଜଣ ଗୁରୁତର ହୋଇଥିଲେ । ତିନିମହଲା କୋଠା ଉପରେ ବୋମା ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ପେଶାଦାର ଅପରାଧୀ ସେହନବାଜ ମଲ୍ଲିକ ସମେତ ୪ଜଣ ଗୁରୁତର ହୋଇଥିଲେ । ସୋହନବାଜ ମଲ୍ଲିକ ନାଁରେ ବିଭିନ୍ନ ଥାନାରେ ୭ଟି ମାମଲା ରହିଛି । ବିସ୍ଫୋରଣରେ ସୋହନବାଜଙ୍କ ମା ଓ ଜଣେ ବାନ୍ଧବୀ ଓ ସହଯୋଗୀ ମଧ୍ୟ ଗୁରୁତର ହୋଇଛନ୍ତି । ଏହି ମାମଲାରେ ଆଜି ଘଟଣାସ୍ଥଳରେ ପହଞ୍ଚି ଏନଆଇଏ ତଦନ୍ତ କରିବ ।

ଆହୁରି ପଢ଼ନ୍ତୁ: ନିଜ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ପୋଲିସ କନେଷ୍ଟବଳ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp