ଡିସେମ୍ବର ପହିଲାରୁ ଲାଗୁ ହେବ ନୂଆ ନିୟମ: ଏଲ୍‌ପିଜି ଦରଠାରୁ ଏଟିଏମ୍‌ରୁ ଟଙ୍କା ଉଠାଣ ନିୟମରେ ହୋଇପାରେ ପରିବର୍ତ୍ତନ

The Sakala Picture
Published On

ନୂଆଦିଲ୍ଲୀ: ନଭେମ୍ବର ଶେଷ ହେବାକୁ ଆଉ ଦିନ କେଇଟା ବାକି। ଏଭଳି ପରିସ୍ଥିତିରେ ଡିସେମ୍ବର ମାସ ଆରମ୍ଭରୁ କିଛି ପରିବର୍ତ୍ତନ ଘଟିବାକୁ ଯାଉଛି। ଏହି ପରିବର୍ତ୍ତନଗୁଡିକ ଆମର ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇବ। ସେଗୁଡ଼ିକ ହେଉଛି… ଏଲ୍‌ପିଜି-ସିଏନ୍‌ଜି-ପିଏନ୍‌ଜି ମୂଲ୍ୟରେ ପରିବର୍ତ୍ତନ ହୋଇପାରେ ଗତ ମାସ ପ୍ରାରମ୍ଭରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଥିଲା, କିନ୍ତୁ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। ଡିସେମ୍ବର ପହିଲାରୁ ଏଥର ଏଲପିଜି ସିଲିଣ୍ଡର ଶସ୍ତା […]

ନୂଆଦିଲ୍ଲୀ: ନଭେମ୍ବର ଶେଷ ହେବାକୁ ଆଉ ଦିନ କେଇଟା ବାକି। ଏଭଳି ପରିସ୍ଥିତିରେ ଡିସେମ୍ବର ମାସ ଆରମ୍ଭରୁ କିଛି ପରିବର୍ତ୍ତନ ଘଟିବାକୁ ଯାଉଛି। ଏହି ପରିବର୍ତ୍ତନଗୁଡିକ ଆମର ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇବ। ସେଗୁଡ଼ିକ ହେଉଛି…

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ଏଲ୍‌ପିଜି-ସିଏନ୍‌ଜି-ପିଏନ୍‌ଜି ମୂଲ୍ୟରେ ପରିବର୍ତ୍ତନ ହୋଇପାରେ
ଗତ ମାସ ପ୍ରାରମ୍ଭରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଥିଲା, କିନ୍ତୁ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। ଡିସେମ୍ବର ପହିଲାରୁ ଏଥର ଏଲପିଜି ସିଲିଣ୍ଡର ଶସ୍ତା ହୋଇପାରେ ବୋଲି ଆଶା କରାଯାଉଛି। ଅକ୍ଟୋବର ମାସ ପାଇଁ ରିଟେଲ ମୁଦ୍ରାସ୍ଫୀତି ଆଶ୍ବସ୍ତକର ରହିଥିବାରୁ ଆଶା କରାଯାଉଛି ଯେ ଚଳିତ ମାସ ଶେଷରେ ପେଟ୍ରୋଲିୟମ କମ୍ପାନୀଗୁଡିକ ରନ୍ଧନ ଗ୍ୟାସର ମୂଲ୍ୟରେ ପରିବର୍ତ୍ତନ ଘୋଷଣା କରିପାରନ୍ତି। ଏହାବ୍ୟତୀତ ସିଏନ୍‌ଜି-ପିଏନ୍‌ଜି ମୂଲ୍ୟରେ ପରିବର୍ତ୍ତନ ନେଇ ମଧ୍ୟ ଘୋଷଣା କରାଯାଇପାରେ।

ଏଟିଏମରୁ ଟଙ୍କା ଉଠାଣ ନିୟମ ବଦଳିଯିବ
ଡିସେମ୍ବର ମାସରୁ, ଏଟିଏମରୁ ଟଙ୍କା ଉଠାଇବା ନିୟମ ବଦଳିପାରେ। ବର୍ତ୍ତମାନ, ଆମେ ଏଟିଏମରୁ ନଗଦ ଟଙ୍କା ଉଠାଇବା ପାଇଁ ବ୍ୟବହାର କରୁଥିବା ପଦ୍ଧତିରେ ଠକେଇର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ସୂଚନାନୁସାରେ, ଡିସେମ୍ବର ମାସରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ଏଟିଏମରୁ ନଗଦ ଟଙ୍କା ଉଠାଣ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିପାରେ। ଡିସେମ୍ବର ପହିଲାରୁ ଏଟିଏମରେ କାର୍ଡ ଭର୍ତ୍ତି କରିବା ମାତ୍ରେ ଆପଣଙ୍କ ମୋବାଇଲ୍ ନମ୍ବରରେ ଏକ ଓଟିପି ଆସିବ।

ଟ୍ରେନ୍ ସମୟ ସାରଣୀରେ ପରିବର୍ତ୍ତନ
ଡିସେମ୍ବର ମାସରେ ଦେଶର ଅଧିକାଂଶ ସ୍ଥାନରେ ଶୀତବଢ଼ିବ। ଘନ କୁହୁଡି ଯୋଗୁ ଟ୍ରେନ୍ ଚଳାଚଳରେ ବଡ ସମସ୍ୟା ଦେଖାଦେଇଥାଏ। ଫଳସ୍ୱରୂପ, ରେଳବାଇକୁ ଅନେକ ଟ୍ରେନ୍ ବାତିଲ୍ କରିବାକୁ ପଡିଥାଏ। କୁହୁଡ଼ିକୁ ଦୃଷ୍ଟିରେ ରଖି ରେଳବାଇ ଏହାର ସମୟ ସାରଣୀରେ ପରିବର୍ତ୍ତନ କରିଥାଏ। ଏଭଳି ପରିସ୍ଥିତିରେ ଆଶା କରାଯାଉଛି ଯେ ଏଥର ମଧ୍ୟ ରେଳବାଇ ଡିସେମ୍ବର ମାସରେ ଏହାର ସମୟସାରଣୀରେ ସଂଶୋଧନ କରିବ ଏବଂ ନୂତନ ସମୟ ସାରଣୀ ଅନୁଯାୟୀ ଟ୍ରେନ୍ ଚଳାଚଳ କରିବ।

ପେନସନଭୋଗୀଙ୍କ ପାଇଁ ଜୀବନ ପ୍ରମାଣପତ୍ର ଦାଖଲ ସମୟସୀମା ଶେଷ
ପେନସନଭୋଗୀଙ୍କ ପାଇଁ ଜୀବନ ପ୍ରମାଣପତ୍ର ଦାଖଲ କରିବାର ଶେଷ ସମୟସୀମା ୩୦ ନଭେମ୍ବର। ଯଦି ସେମାନେ ନଭେମ୍ବର ଶେଷ ସୁଦ୍ଧା ସେମାନଙ୍କର ଜୀବନ ପ୍ରମାଣପତ୍ର ଦାଖଲ କରିନାହାଁନ୍ତି, ତେବେ ଡିସେମ୍ବର ପହିଲାଠାରୁ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ସେମାନଙ୍କ ନିକଟରେ ସମୟସୀମା ଶେଷ ହୋଇଯାଇଥିବ। ଯଦି ଜୀବନ ପ୍ରମାଣପତ୍ର ଠିକ୍ ସମୟରେ ଦାଖଲ ନ ହୁଏ, ତେବେ ସେମାନଙ୍କ ପେନ୍‌ସନ୍ ମଧ୍ୟ ବନ୍ଦ ହୋଇଯାଇପାରେ।

28 Nov 2022 By The Sakala

https://www.thesakala.in/latest-odisha-news/new-rules-to-come-into-force-from-december/article-16929
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର