ସରିଲା ଅଣସର, ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ

The Sakala Picture
Published On

ପୁରୀ : ଶେଷ ହୋଇଛି ମହାପ୍ରଭୁଙ୍କ ୧୫ ଦିନର ଅଣସର। ସୁସ୍ଥ ହୋଇ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ପ୍ରସ୍ତୁତ ହୋଇସାରିଛନ୍ତି ଚତୁର୍ଦ୍ଧାବିଗ୍ରହ। ବୁଧବାର ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଦିବ୍ୟ ପ୍ରଲେପ ଲାଗି ପରେ ଗୁରୁବାର ଦତ୍ତମହାପାତ୍ର ଶ୍ରୀଅଙ୍ଗରେ ଖଡି ଲାଗି ନୀତି କରିଛନ୍ତି । ଏହାପରେ ଦାରୁବିଗ୍ରହ ନବଯୌବନ ବେଶରେ ଦର୍ଶନ ଦେବେ। ଏହିଦିନ ନେତ୍ରୋତ୍ସବ ମଧ୍ୟ ରହିଛି। କିନ୍ତୁ ବିଶ୍ୱନିୟନ୍ତାଙ୍କ ଏହି ଦିବ୍ୟ ଦର୍ଶନ କରିପାରିବେନି ଭକ୍ତ। ମହାମାରୀ କରୋନା ଭକ୍ତ-ଭଗବାନଙ୍କ ମଧ୍ୟରେ […]

ପୁରୀ : ଶେଷ ହୋଇଛି ମହାପ୍ରଭୁଙ୍କ ୧୫ ଦିନର ଅଣସର। ସୁସ୍ଥ ହୋଇ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ପ୍ରସ୍ତୁତ ହୋଇସାରିଛନ୍ତି ଚତୁର୍ଦ୍ଧାବିଗ୍ରହ। ବୁଧବାର ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଦିବ୍ୟ ପ୍ରଲେପ ଲାଗି ପରେ ଗୁରୁବାର ଦତ୍ତମହାପାତ୍ର ଶ୍ରୀଅଙ୍ଗରେ ଖଡି ଲାଗି ନୀତି କରିଛନ୍ତି । ଏହାପରେ ଦାରୁବିଗ୍ରହ ନବଯୌବନ ବେଶରେ ଦର୍ଶନ ଦେବେ। ଏହିଦିନ ନେତ୍ରୋତ୍ସବ ମଧ୍ୟ ରହିଛି। କିନ୍ତୁ ବିଶ୍ୱନିୟନ୍ତାଙ୍କ ଏହି ଦିବ୍ୟ ଦର୍ଶନ କରିପାରିବେନି ଭକ୍ତ। ମହାମାରୀ କରୋନା ଭକ୍ତ-ଭଗବାନଙ୍କ ମଧ୍ୟରେ ବାଧକ ସାଜିଛି। କରୋନା ପାଇଁ ଅଢେଇ ମାସରୁ ଊର୍ଦ୍ଧ୍ବ ହେବ ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ଯାଇପାରୁ ନାହାନ୍ତି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏହି କଟକଣା ରହିଛି। ତେଣୁ ଦାରୁଦେବତାଙ୍କ ନବଯୌବନ ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ। ଗତବର୍ଷ ମଧ୍ୟ ସମାନ କାରଣ ପାଇଁ ଶ୍ରଦ୍ଧାଳୁ ଠାକୁରଙ୍କ ନବଯୌବନ ଦର୍ଶନ କରିପାରି ନ ଥିଲେ।

ଆହୁରି ପଢ଼ନ୍ତୁ: ପଶ୍ଚିମ ଓଡ଼ିଶାରେ ଉତ୍ସାହର ସହ ପାଳିତ ହେଉଛି କୃଷି ଭିତ୍ତିକ ଗଣପର୍ବ ‘ନୂଆଁଖାଇ’: ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ

ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରି ଅସୁସ୍ଥ ହୋଇପଡ଼ିଥିଲେ ଦାରୁଦିଅଁ। ଜ୍ୱରରେ ପଡ଼ି ଠାକୁରଙ୍କ ଅଣସର ଘରେ ଉପଚାର ଚାଲିଥିଲା। ଦଇତାପତି ସେବକମାନେ ମହାପ୍ରଭଙ୍କ ଗୁପ୍ତ ସେବା କରିଥିଲେ। ଫୁଲୁରୀ ତେଲ, ଓଷୁଅ ଲାଗି ସହ ଦଶମୂଳ ମୋଦକ ସେବନ ପରେ ଏବେ ସୁସ୍ଥ ହୋଇଯାଇଛନ୍ତି ଦାରୁବିଗ୍ରହ। ଗୁରୁବାର ଅଣସର ଘରେ ମହାପ୍ରଭୁଙ୍କ ଆସ୍ଥାନ ଚକା ଅପସାରଣ କରାଯିବ। ଦଶାବତାର ତଥା ପଟିଦିଅଁଙ୍କ ନିକଟରେ ମଙ୍ଗଳ ଆଳତି, ମଇଲମ ଏବଂ ଅବକାଶ ନୀତି ବଢ଼ିବ। ପଟି ଠାକୁର ମଣ୍ଡଳୀ ଘରକୁ ଏବଂ ଅନ୍ୟ ୭ ଦିଅଁ ଦକ୍ଷିଣୀ ଘରକୁ ବିଜେ କରିବା ପରେ ଅଣସର ତାଟି ଫିଟିବ। ଏହାପରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ରହିଛି। କିନ୍ତୁ କରୋନା ଯୋଗୁ ଏଥର କୌଣସି ଭକ୍ତ ଶ୍ରୀବିଗ୍ରହଙ୍କୁ ଦର୍ଶନ କରିପାରିବେ ନାହିଁ। ଅନ୍ୟପକ୍ଷରେ ଏଥର ଦୁଇଦିନ ଅର୍ଥାତ୍‍ ଶନିବାର ଏବଂ ରବିବାର ଉଭା ରହିଛି। ରବିବାର ରଥ ଆଜ୍ଞାମାଳ ବିଜେ ପରେ ସୋମବାର ଅନୁଷ୍ଠିତ ହେବ ରଥଯାତ୍ରା।

ଆହୁରି ପଢ଼ନ୍ତୁ: ଚଳନ୍ତା ବାଇକ୍ ଉପରେ ପଡ଼ିଲା ଗଛ ଡାଳ, ଯୁବକଙ୍କ ପେଟରେ ପଶିଲା ଶୁଖିଲା କାଠ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର