ସ୍ତ୍ରୀ ଓ ଶାଶୁକୁ ପଥରରେ ଛେଚି ହତ୍ୟା ପରେ, ପୋତି ଦେଇ କଦଳୀଗଛ ଲଗାଇଦେଲା ସ୍ବାମୀ

The Sakala Picture
Published On

ବାରିପଦା : ସ୍ତ୍ରୀ ଓ ଶାଶୁକୁ ହତ୍ୟା କରି ମାଟିରେ ପୋତି ଦେଇଥିଲା ପିଶାଚ ସ୍ବାମୀ। କେବଳ ହତ୍ୟା ନୁହେଁ ସ୍ତ୍ରୀ ଓ ଶାଶୂକୁ ମାରିବା ପରେ ମାଟି ଖୋଳି ପୋତିବା ପରେ କଦଳୀ ଗଛ ଲଗାଇଦେଇଥିଲା ଅଭିଯୁକ୍ତ।  କୁଳିଅଣା ଥାନା ସରପଙ୍ଖା ନୂଆଁଗାଁରେ ଘଟିଛି ଏହି ବର୍ବର ଡବଲ ମର୍ଡର। ଏହି ଘଟଣାରେ କୁଳିଅଣା ଥାନା ପୁଲିସ ଅଭିଯୁକ୍ତ ସ୍ଵାମୀ ଦେବାଶିଷ ପାତ୍ରକୁ ଗିରଫ କରିଥିବା ବେଳେ ଅଧିକ ତଦନ୍ତ ଚଳାଇଛି। ଘଟଣାରୁ ପ୍ରକାଶ ଯେ […]

ବାରିପଦା : ସ୍ତ୍ରୀ ଓ ଶାଶୁକୁ ହତ୍ୟା କରି ମାଟିରେ ପୋତି ଦେଇଥିଲା ପିଶାଚ ସ୍ବାମୀ। କେବଳ ହତ୍ୟା ନୁହେଁ ସ୍ତ୍ରୀ ଓ ଶାଶୂକୁ ମାରିବା ପରେ ମାଟି ଖୋଳି ପୋତିବା ପରେ କଦଳୀ ଗଛ ଲଗାଇଦେଇଥିଲା ଅଭିଯୁକ୍ତ।  କୁଳିଅଣା ଥାନା ସରପଙ୍ଖା ନୂଆଁଗାଁରେ ଘଟିଛି ଏହି ବର୍ବର ଡବଲ ମର୍ଡର। ଏହି ଘଟଣାରେ କୁଳିଅଣା ଥାନା ପୁଲିସ ଅଭିଯୁକ୍ତ ସ୍ଵାମୀ ଦେବାଶିଷ ପାତ୍ରକୁ ଗିରଫ କରିଥିବା ବେଳେ ଅଧିକ ତଦନ୍ତ ଚଳାଇଛି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ଘଟଣାରୁ ପ୍ରକାଶ ଯେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅଧୀନ ବଡ଼ ନୂଆଗାଁ ଗ୍ରାମର ଦେବାଶିଷ ପାତ୍ର ତାଙ୍କ ସ୍ତ୍ରୀ ଓ ଶାଶୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି। ପାରିବାରିକ କଳହ ପାଇଁ ଦେବାଶିଷଙ୍କ ସ୍ତ୍ରୀ ସୋନାଲି ଦଳାଇ ସ୍ବାମୀଙ୍କୁ ଛାଡି ନିଜ ଘରେ ରହୁଥିଲେ। ଗତ ୧୨ ତାରିଖରେ ସୋନାଲି ଦଳାଇ ତାଙ୍କ ମା ସୁମତା ଦଳାଇଙ୍କ ସହ ସ୍ବାମୀ ଘରକୁ ଆସିଥିଲେ। ହେଲେ ଗତ ୧୭ଦିନ ଧରି ମାଆ ଓ ଝିଅ ନିଖୋଜ ଥିବାର ଅଭିଯୋଗ କରିଥିଲେ ମୃତକ ସୋନାଲିର ପରିବାର ଲୋକ। ଦୀର୍ଘ ଦିନ ଧରି କୌଣସି ଖବର ନମିଳିବାରୁ ଆଜି କୁଳିଅଣା ପୁଲିସ ସାହାଯ୍ୟରେ ଅଭିଯୁକ୍ତ ଦେବାଶିଷ ଘରକୁ ଆସି ତନାଘନା ପରେ ଗୁମର ଖୋଲିଛି। ସ୍ତ୍ରୀ ଓ ଶାଶୁ ମାଆକୁ ଗତ ୧୫ତାରିଖରୁ ହତ୍ୟା କରି ମାଟି ତଳେ ପୋତି ଦେଇଥିଲା ସ୍ବୀକାର କରିଛି ଅଭିଯୁକ୍ତକୁ ପିଶାଚ ସ୍ବାମୀ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଅଭିଯୁକ୍ତ ଗତ ୧୫ ତାରିଖରେ ସ୍ତ୍ରୀ ଓ ଶାଶୁକୁ ପଥରରେ ଛେଚି ହତ୍ୟା କରିଥିବା ପୁଲିସ ଆଗରେ ସ୍ବୀକାର କରିଛି। ତେବେ ହତ୍ୟା କରିବା ପରେ ନିଜ ଲେମ୍ବୁ ବାଡ଼ିରେ ଗାତ ଖୋଳି ଉଭୟଙ୍କ ମୃତଦେହକୁ ପୋତିଦେଇଥିଲା। ଆଉ ବାଡିରେ ମାଡିଖୋଳା ଦେଖି କାହାର ସନ୍ଦେହ ହେବ ଭାବି ସେହି ସ୍ଥାନରେ କଦଳୀ ଗଛ ଲଗାଇଦେଇଥିଲା ଅଭିଯୁକ୍ତ। ତେବେ ଆଜି ସବୁ ସତ ଜଣାପଡିବା ପରେ ପୁଲିସ ଗାତଖୋଳି ଉଭୟଙ୍କ ମୃତଦେହ ଉଦ୍ଧାର କରିଛି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

29 Jul 2025 By The Sakala

ସ୍ତ୍ରୀ ଓ ଶାଶୁକୁ ପଥରରେ ଛେଚି ହତ୍ୟା ପରେ, ପୋତି ଦେଇ କଦଳୀଗଛ ଲଗାଇଦେଲା ସ୍ବାମୀ

ବାରିପଦା : ସ୍ତ୍ରୀ ଓ ଶାଶୁକୁ ହତ୍ୟା କରି ମାଟିରେ ପୋତି ଦେଇଥିଲା ପିଶାଚ ସ୍ବାମୀ। କେବଳ ହତ୍ୟା ନୁହେଁ ସ୍ତ୍ରୀ ଓ ଶାଶୂକୁ ମାରିବା ପରେ ମାଟି ଖୋଳି ପୋତିବା ପରେ କଦଳୀ ଗଛ ଲଗାଇଦେଇଥିଲା ଅଭିଯୁକ୍ତ।  କୁଳିଅଣା ଥାନା ସରପଙ୍ଖା ନୂଆଁଗାଁରେ ଘଟିଛି ଏହି ବର୍ବର ଡବଲ ମର୍ଡର। ଏହି ଘଟଣାରେ କୁଳିଅଣା ଥାନା ପୁଲିସ ଅଭିଯୁକ୍ତ ସ୍ଵାମୀ ଦେବାଶିଷ ପାତ୍ରକୁ ଗିରଫ କରିଥିବା ବେଳେ ଅଧିକ ତଦନ୍ତ ଚଳାଇଛି।

ଘଟଣାରୁ ପ୍ରକାଶ ଯେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅଧୀନ ବଡ଼ ନୂଆଗାଁ ଗ୍ରାମର ଦେବାଶିଷ ପାତ୍ର ତାଙ୍କ ସ୍ତ୍ରୀ ଓ ଶାଶୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି। ପାରିବାରିକ କଳହ ପାଇଁ ଦେବାଶିଷଙ୍କ ସ୍ତ୍ରୀ ସୋନାଲି ଦଳାଇ ସ୍ବାମୀଙ୍କୁ ଛାଡି ନିଜ ଘରେ ରହୁଥିଲେ। ଗତ ୧୨ ତାରିଖରେ ସୋନାଲି ଦଳାଇ ତାଙ୍କ ମା ସୁମତା ଦଳାଇଙ୍କ ସହ ସ୍ବାମୀ ଘରକୁ ଆସିଥିଲେ। ହେଲେ ଗତ ୧୭ଦିନ ଧରି ମାଆ ଓ ଝିଅ ନିଖୋଜ ଥିବାର ଅଭିଯୋଗ କରିଥିଲେ ମୃତକ ସୋନାଲିର ପରିବାର ଲୋକ। ଦୀର୍ଘ ଦିନ ଧରି କୌଣସି ଖବର ନମିଳିବାରୁ ଆଜି କୁଳିଅଣା ପୁଲିସ ସାହାଯ୍ୟରେ ଅଭିଯୁକ୍ତ ଦେବାଶିଷ ଘରକୁ ଆସି ତନାଘନା ପରେ ଗୁମର ଖୋଲିଛି। ସ୍ତ୍ରୀ ଓ ଶାଶୁ ମାଆକୁ ଗତ ୧୫ତାରିଖରୁ ହତ୍ୟା କରି ମାଟି ତଳେ ପୋତି ଦେଇଥିଲା ସ୍ବୀକାର କରିଛି ଅଭିଯୁକ୍ତକୁ ପିଶାଚ ସ୍ବାମୀ।

ଅଭିଯୁକ୍ତ ଗତ ୧୫ ତାରିଖରେ ସ୍ତ୍ରୀ ଓ ଶାଶୁକୁ ପଥରରେ ଛେଚି ହତ୍ୟା କରିଥିବା ପୁଲିସ ଆଗରେ ସ୍ବୀକାର କରିଛି। ତେବେ ହତ୍ୟା କରିବା ପରେ ନିଜ ଲେମ୍ବୁ ବାଡ଼ିରେ ଗାତ ଖୋଳି ଉଭୟଙ୍କ ମୃତଦେହକୁ ପୋତିଦେଇଥିଲା। ଆଉ ବାଡିରେ ମାଡିଖୋଳା ଦେଖି କାହାର ସନ୍ଦେହ ହେବ ଭାବି ସେହି ସ୍ଥାନରେ କଦଳୀ ଗଛ ଲଗାଇଦେଇଥିଲା ଅଭିଯୁକ୍ତ। ତେବେ ଆଜି ସବୁ ସତ ଜଣାପଡିବା ପରେ ପୁଲିସ ଗାତଖୋଳି ଉଭୟଙ୍କ ମୃତଦେହ ଉଦ୍ଧାର କରିଛି।

https://www.thesakala.in/latest-odisha-news/mayurbhanj/husband-killed-wife-and-mother-in-law-and-buried-them-in-the-ground/article-41810
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର