ରାସ୍ତା କଡରେ ଥିବା କାର୍ ଭିତରୁ ପୋଲିସ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

Madhusudan Das Picture
Published On

ମୟୂରଭଞ୍ଜ: କାର୍ ଭିତରୁ ପୋଲିସ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନରେ ଥିବା ଜାତୀୟ ରାଜପଥ-୧୮ର ପଦ୍ମନାଭପୁର ଛକ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତା କଡ଼ରେ ପାର୍କିଂ କରାଯାଇଥିବା ଏକ କାର୍ ଭିତରୁ ଜଣେ ୪୫ ବର୍ଷୀୟ ପୋଲିସ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ କନଷ୍ଟେବଳଙ୍କ ପରିଚୟ ମିଳିବା ପରେ ସ୍ଥାନୀୟ ଅଞ୍ଚଳ ଓ ପୋଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ପ୍ରେମ ସମ୍ପର୍କକୁ ନେଇ କଙ୍ଗାରୁ କୋର୍ଟ, ଦୁଇ ଦିନ ବନ୍ଦୀ ରଖିବା ପରେ ପୁଲିସକୁ ଜିମା ଦେଲେ ଗ୍ରାମବାସୀ

ମୃତ ପୋଲିସ କନଷ୍ଟେବଳ ହେଉଛନ୍ତି ଝାରପୋଖରିଆ ଅଞ୍ଚଳର ବସନ୍ତ ମହାନ୍ତ। ସେ ୨୦୦୨ ମସିହାରେ ଓଡ଼ିଶା ପୋଲିସରେ ଯୋଗ ଦେଇଥିଲେ ଏବଂ ବର୍ତ୍ତମାନ ବୈଶିଙ୍ଗା ଥାନାରେ କାର୍ଯ୍ୟରତ ଥିଲେ। ପୋଲିସ ସୂତ୍ରରୁ ପ୍ରକାଶ ଯେ, ସକାଳ ପ୍ରାୟ ୧୧ଟା ସମୟରୁ ଏକ ଲାଲ୍ ରଙ୍ଗର କାର୍ ରାସ୍ତା କଡ଼ରେ ଠିଆ ହୋଇ ରହିଥିଲା। ଦୀର୍ଘ ସମୟ ଧରି ଗାଡ଼ିଟି ଗୋଟିଏ ସ୍ଥାନରେ ରହିବା ଦେଖି ସ୍ଥାନୀୟ ଲୋକଙ୍କ ସନ୍ଦେହ ବଢ଼ିଥିଲା। ଅପରାହ୍ନରେ ସ୍ଥାନୀୟ ଲୋକେ ଗାଡ଼ି ପାଖକୁ ଯାଇ ଦେଖିଥିଲେ ଯେ, ଡ୍ରାଇଭିଂ ସିଟ୍‌ରେ ବସନ୍ତ ମହାନ୍ତ ପଡ଼ିଥିଲେ । ଏହାପରେ ସେମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ।

ଆହୁରି ପଢ଼ନ୍ତୁ: ଶିମିଳିପାଳରେ AI କ୍ୟାମେରାରେ ଧରାପଡ଼ିଲେ ୨ ସଶସ୍ତ୍ର ଶିକାରୀ, ବନ୍ଧୁକ ଓ ବିସ୍ଫୋରକ ଜବତ

ଖବର ପାଇ ବୈଶିଙ୍ଗା ଥାନାର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପରିଚୟ ନିଶ୍ଚିତ ହେବା ପରେ ପୋଲିସ ମୃତଦେହକୁ ଉଦ୍ଧାର କରି ବୈଶିଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (PHC) କୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ପରିବାର ଲୋକ ଏବଂ ଥାନାର ଅନ୍ୟ କର୍ମଚାରୀମାନେ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ। ଏହି ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତ୍ୟୁର ସମସ୍ତ ଦିଗକୁ ନେଇ ତଦନ୍ତ ଚଳାଇଛି। ବୈଶିଙ୍ଗା ଥାନା ଅଧିକାରୀ (ଆଇଆଇସି) ସୂଚନା ଦେଇ କହିଛନ୍ତି ଯେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ଏବଂ ଏହି ଆଧାରରେ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ।

ଆହୁରି ପଢ଼ନ୍ତୁ: ଘରେ ପଶିଲା ମହାବଳ ବାଘ, ବାହାରୁ ତାଲା ପକାଇ ଆବଦ୍ଧ କଲେ ଗାଁ ଲୋକେ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର