କାମଧେନୁ-ସଶକ୍ତ ଓଡ଼ିଶା ନାଁରେ ଠକେଇ, ଭୁବନେଶ୍ବରରୁ ଧରା ହେଲା ମାଷ୍ଟରମାଇଣ୍ଡ

The Sakala Picture
Published On

କୋଇଡ଼ା : ଋଣ ଓ ମହିଳାଙ୍କୁ ନିଯୁକ୍ତି ଆଳ‌ରେ ଗ୍ରାମାଞ୍ଚଳର ବହୁ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ଜଣେ ଧୂର୍ତ୍ତକୁ କୋଇଡ଼ା ପୁଲିସ୍‌ ଭୁବନେଶ୍ବରରୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲା, ବିଜୟ କୁମାର ପ୍ରଧାନ। କାମଧେନୁ ଯୋଜନା, ସଶକ୍ତ ଓଡ଼ିଶା ନାମରେ ନକଲି ୱେବ୍‌ସାଇଟ୍‌ ଖୋଲି ସେ ବର୍ଷବର୍ଷ ଧରି ଏହି ଗୋଲକଧନ୍ଦା ଚଳାଇ ଆସିଥିଲା। ଗତ ୮ତାରିଖରେ ବିଜୟ କୋଇଡ଼ା ଅଞ୍ଚଳର ଜଣେ ମହିଳାଙ୍କୁ ସରକାରଙ୍କ କାମଧେନୁ ଯୋଜନାରେ ଋଣ […]

କୋଇଡ଼ା : ଋଣ ଓ ମହିଳାଙ୍କୁ ନିଯୁକ୍ତି ଆଳ‌ରେ ଗ୍ରାମାଞ୍ଚଳର ବହୁ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ଜଣେ ଧୂର୍ତ୍ତକୁ କୋଇଡ଼ା ପୁଲିସ୍‌ ଭୁବନେଶ୍ବରରୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲା, ବିଜୟ କୁମାର ପ୍ରଧାନ। କାମଧେନୁ ଯୋଜନା, ସଶକ୍ତ ଓଡ଼ିଶା ନାମରେ ନକଲି ୱେବ୍‌ସାଇଟ୍‌ ଖୋଲି ସେ ବର୍ଷବର୍ଷ ଧରି ଏହି ଗୋଲକଧନ୍ଦା ଚଳାଇ ଆସିଥିଲା।

ଆହୁରି ପଢ଼ନ୍ତୁ: ଓଡ଼ିଶାର ଆୟୁଷ୍ମାନ କାର୍ଡ ଗ୍ରହଣ କଲାନି ଛତିଶଗଡ଼ ଡାକ୍ତରଖାନା, ମୃତ୍ୟୁ ସହ ଲଢୁଛନ୍ତି ବରଗଡ଼ର କର୍କଟ ଆକ୍ରାନ୍ତ

ଗତ ୮ତାରିଖରେ ବିଜୟ କୋଇଡ଼ା ଅଞ୍ଚଳର ଜଣେ ମହିଳାଙ୍କୁ ସରକାରଙ୍କ କାମଧେନୁ ଯୋଜନାରେ ଋଣ ୫ଲକ୍ଷ ଟଙ୍କା ଋଣ କରାଇଦେବ କହି ପ୍ରଲୋଭିତ କରିଥିଲା। ଏଥିରେ ୨ଲକ୍ଷ ସରକାରୀ ସବ୍‌ସିଡି ମିଳିବ କହି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଡୁପ୍ଲିକେଟ୍‌ ଫର୍ମରେ ସମସ୍ତ ତଥ୍ୟ ସହ ଫର୍ମ ପିଛା ୭୦୦ଟଙ୍କା ନେଇଥିଲା। ଅଗଷ୍ଟରେ ଋଣ ଟଙ୍କା ଆକାଉଣ୍ଟକୁ ଆସିବ ବୋଲି କହିଥିଲା। ମହିଳାଜଣଙ୍କ ବି ୭୦୦ଟଙ୍କା ଦେଇ ଫର୍ମ ପୂରଣ କରିଥିଲେ। କିନ୍ତୁ ପରେ ବିଜୟର କାର୍ଯ୍ୟକଳାପରେ ସନ୍ଦେହ ହେବାରୁ ମହିଳାଜଣଙ୍କ ଏ ସମ୍ପର୍କରେ କୋଇଡ଼ା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୁଜିତ ବେହେରାଙ୍କୁ ପଚାରିବାରୁ ପ୍ରକୃତ କଥା ପଦାକୁ ଆସିଥିଲା। ସରକାରଙ୍କ ପକ୍ଷରୁ ଏମିତି କୌଣସି ଯୋଜନା ନଥିବା ଜଣାପଡ଼ିଥିଲା। ଏନେଇ ଅଭିଯୋଗ ହେବା ପରେ କୋଇଡ଼ା ପୁଲିସ୍‌ ତନାଘନା ଆରମ୍ଭ କରିଥିଲା। କୋଇଡ଼ା ପୁଲିସ୍‌ର ଏକ ଟିମ୍ ଆଜି ଭୁବନେଶ୍ୱରରୁ ବିଜୟକୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେଇପାରେ ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା

ତେବେ ବିଜୟକୁ ପଚରାଉଚରା ବେଳେ ଏହି ଠକେଇର ଚେର ସାରା ରାଜ୍ୟକୁ ଲମ୍ୱିଥିବା ଜଣାପଡ଼ିଛି। କେବଳ କୋଇଡ଼ାରୁ ୩୫୦ରୁ ଊର୍ଦ୍ଧ୍ବ ଲୋକଙ୍କଠାରୁ ଟଙ୍କା ଆଦାୟ ହୋଇସାରିଛି ଓ ଏହା ସୁନ୍ଦରଗଡ଼ର ସବୁ ବ୍ଲକ୍‌, ପଞ୍ଚାୟତ ମାନଙ୍କରେ କାମ ଚାଲିଛି ବୋଲି ସନ୍ଦେହ କରାଯାଉଛି। କେବଳ ସେତିକି ନୁହେଁ, ସଶକ୍ତ ଓଡ଼ିଶା ନାମରେ ଏକ ମିଥ୍ୟା ୱେବସାଇଟ୍‌, ମିଥ୍ୟା ଯୋଜନା ଦେଖାଇ ମାସକୁ ୭ ହଜାର ଦରମାରେ ଚାକିରି ଦେବା ନାମରେ ଗାଁ ଗାଁରୁ ମହିଳାଙ୍କୁ ଭୁବନେଶ୍ୱର ନେଇ ସେଠାରେ ଫେକ୍‌ ଟ୍ରେନିଂ ଦେଉଥିଲେ ଓ ସାର୍ଟିଫିକେଟ୍‌ ଓ ଆଇଡି କାର୍ଡ ମଧ୍ୟ ପ୍ରଦାନ କରୁଥିଲେ। ଏହାସହ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ଆବେଦନ ଫର୍ମରେ ଲଗାଇ ଏପରି ଠକେଇ ଚାଲିଥିଲା। ତେବେ ଏତେ ବଡ଼ ସ୍କାମ୍‌ ଚାଲୁଥିବା ବେଳେ କିପରି ପୁଲିସ୍‌ ଜାଣିପାରୁନଥିଲା, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା: ନଭେମ୍ବର ୨୧ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର