ଉଛୁଳା ନଦୀ ପାଇଁ ଗର୍ଭବତୀ ମହିଳା ଯାଇପାରିଲେନି ଚିକିତ୍ସାଳୟ, ଦେବଦୂତ ସାଜିଲେ ମେଡିକାଲ ଟିମ

The Sakala Picture
Published On

ମାଲକାନଗିରି: ଆସହ୍ୟ ହେଲା ପ୍ରସବ ଯନ୍ତ୍ରଣା। ଲଗାଣ ବର୍ଷା ଯୋଗୁଁ ନଦୀର ଜଳ ସ୍ତର ବଢିବା କାରଣରୁ ନଦୀପାର ହୋଇ ପାରିଲେ ନାହିଁ ପ୍ରସୂତୀ ମହିଳା। ଶେଷରେ ଡାକ୍ତରଖାନାରେ ପହଞ୍ଚି ନପାରି ନଦୀକୂଳରେ ଶିଶୁକୁ ଜନ୍ମ ଦେଲେ। ଏଭଳି ପରିସ୍ଥିତିରେ ଦେବଦୂତ ସାଜି ମହିଳାଙ୍କ ପ୍ରସବ କରାଇବା ପରେ ଡାକ୍ତରଖାନାରେ ସୁରକ୍ଷିତ ଭାବେ ପହଞ୍ଚାଇଥିଲେ ମେଡିକାଲ ଟିମ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଗଙ୍ଗାଲୁର ଅଞ୍ଚଳରେ ଥିବା ଝାରଗୋୟା ଠାରେ ଏଭଳି ଘଟଣା ଘଟିଛି । […]

ମାଲକାନଗିରି: ଆସହ୍ୟ ହେଲା ପ୍ରସବ ଯନ୍ତ୍ରଣା। ଲଗାଣ ବର୍ଷା ଯୋଗୁଁ ନଦୀର ଜଳ ସ୍ତର ବଢିବା କାରଣରୁ ନଦୀପାର ହୋଇ ପାରିଲେ ନାହିଁ ପ୍ରସୂତୀ ମହିଳା। ଶେଷରେ ଡାକ୍ତରଖାନାରେ ପହଞ୍ଚି ନପାରି ନଦୀକୂଳରେ ଶିଶୁକୁ ଜନ୍ମ ଦେଲେ। ଏଭଳି ପରିସ୍ଥିତିରେ ଦେବଦୂତ ସାଜି ମହିଳାଙ୍କ ପ୍ରସବ କରାଇବା ପରେ ଡାକ୍ତରଖାନାରେ ସୁରକ୍ଷିତ ଭାବେ ପହଞ୍ଚାଇଥିଲେ ମେଡିକାଲ ଟିମ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଗଙ୍ଗାଲୁର ଅଞ୍ଚଳରେ ଥିବା ଝାରଗୋୟା ଠାରେ ଏଭଳି ଘଟଣା ଘଟିଛି ।

ଆହୁରି ପଢ଼ନ୍ତୁ: ସମର କୋର୍ସ ନାଁରେ ଶିଶୁ ଚାଲାଣ ଅଭିଯୋଗ, ୧୫ ଜଣ ଉଦ୍ଧାର

ସୂଚନା ଅନୁଯାୟୀ, ଝାରଗୋୟା ଅଞ୍ଚଳର ସରିତା ଗୋଁଦିଙ୍କ ପ୍ରସବ ବେଦନା ହେତୁ ପରିବାର ଲୋକେ ପ୍ରସୂତୀଙ୍କୁ ଡାକ୍ତରଖାନାକୁ ନେବା ପାଇଁ ଏକ ଭାରରେ ଝାରଗୋୟା ନଦୀ କୂଳକୁ ଆଣିଥିଲେ। କିନ୍ତୁ ବର୍ଷା ଯୋଗୁଁ ନଦୀର ଜଳସ୍ତର ଅଧିକ ଥିବାରୁ ନଦୀ ପାର୍‌ କରାଇବା ସମ୍ଭବ ହୋଇନଥିଲା, କାରଣ ନଦୀ ପାର ପାଇଁ କୌଣସି ପୋଲ ମଧ୍ୟ ନଥିଲା । ଏହି ଖବର ସେହି ଅଞ୍ଚଳର ତହସିଲଦାର ପାଇବା ପରେ ତୁରନ୍ତ ଏକ ଉଦ୍ଧାରକାରୀ ଦଳକୁ ଖବର ଦେଇ ଘଟଣାସ୍ଥଳକୁ ପଠାଇଥିଲେ । ମହିଳାଙ୍କ ଅତ୍ୟଧିକ ପ୍ରସବ ଯନ୍ତ୍ରଣା ହେତୁ ନଦୀ କୂଳରେହିଁ ମେଡିକାଲ ଟିମ ନିରାପଦ ଭାବେ ମହିଳାଙ୍କର ପ୍ରସବ କରାଇଥିଲେ । ଏହାପରେ ମାଆ ଓ ଶିଶୁକୁ ମୋଟର ବୋଟରେ ନଦୀ ପାର୍‌ କରାଯାଇ ରେଡ୍ଡୀ ଗାଁର ଉପ-ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ବର୍ତ୍ତମାନ ଉଭୟ ମାଆ ଏବଂ ଶିଶୁ ସୁସ୍ଥ ଥିବା ସୂଚନା ମିଳିଛି ।

18 Jul 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର