ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ୧୫ ମାଓବାଦୀ ନିହତ…

The Sakala Picture
Published On

ମାଲକାନଗିରି: ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ଏନକାଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୧୫ ଜଣ ମାଓବାଦୀ ନିହତ। ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି । ଏନକାଣ୍ଟର ପରେ ଡିଆରଜି ଓ ସିଆରପିଏଫ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ସୁକୁମା ଜିଲ୍ଲାର ଉପାମପାଲି ଗାଁ ନିକଟସ୍ଥ ଗୋଗୁଣ୍ଡା ପାହାଡ ଉପରେ ମାଓବାଦୀ ମାନେ ଏକ କ୍ୟାମ୍ପକରି ରହିଥିବା ନେଇ ପୁଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା। ଯାହାକୁ ଆଧାର କରି ଡିଆରଜି ଓ […]

ମାଲକାନଗିରି: ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ଏନକାଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୧୫ ଜଣ ମାଓବାଦୀ ନିହତ। ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି । ଏନକାଣ୍ଟର ପରେ ଡିଆରଜି ଓ ସିଆରପିଏଫ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।

ସୁକୁମା ଜିଲ୍ଲାର ଉପାମପାଲି ଗାଁ ନିକଟସ୍ଥ ଗୋଗୁଣ୍ଡା ପାହାଡ ଉପରେ ମାଓବାଦୀ ମାନେ ଏକ କ୍ୟାମ୍ପକରି ରହିଥିବା ନେଇ ପୁଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା। ଯାହାକୁ ଆଧାର କରି ଡିଆରଜି ଓ ସିଆରପିଏଫ ବାହିନୀ ପକ୍ଷରୁ ଆଜି ସକାଳେ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ଦୀର୍ଘ ୪ ଘଣ୍ଟା ଧରି ଗୁଳି ବିନିମୟ ହେବା ପରେ ନକ୍ସଲମାନେ ଘଟଣାସ୍ଥଳରୁ ପଳାୟନ କରିଛନ୍ତି। ପରେ ସେଠାରେ ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ। ବର୍ତ୍ତମାନ ସୁଦ୍ଧା ୧୫ ଜଣ ମାଓବାଦୀଙ୍କ ମୃତଦେହ ଠାବ ହୋଇଥିବା ବେଳେ ଘଟଣାସ୍ଥଳରୁ ବନ୍ଧୁକ ସହ ଭାରିମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।

Join Us @ WhatsApp

About The Author