କମେଣ୍ଟମରାରୁ ତୁମୂଳକାଣ୍ଡ , ମହିଳାଙ୍କୁ ପିଟିଲେ ପିସିଆର୍‍ କର୍ମଚାରୀ

The Sakala Picture
Published On

କମେଣ୍ଟମରାକୁ ନେଇ ବାଲିଅନ୍ତା ଥାନା ଅଞ୍ଚଳରେ ତୁମୂଳକାଣ୍ଡ ଘଟିଛି। ଦୁଇ ଗାଁ ମଧ୍ୟରେ କମେଣ୍ଟମରାକୁ ନେଇ ଗଣ୍ଡଗୋଳ ହେଇଥିବା ବେଳେ ପିସିଆର୍‍ ପହଞ୍ଚି ସାନଭଇଁଚୁଆ ଗାଁରେ ପଶି ଗ୍ରାମବାସୀଙ୍କୁ ମାଡ଼ ମାରିଥିଲେ। ଏପରିକି ଗାଁରେ ମହିଳାଙ୍କ ଉପରେ ଲାଠିଚାର୍ଜ କରିଥିଲେ ପିସିଆର୍‍ କର୍ମଚାରୀ। ଏଥିରେ ୬ଜଣ ମହିଳା ଗୁରୁତର ଆହତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପିସିଆର୍‍ କର୍ମଚାରୀଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପରେ ସାନଭଇଁଚୁଆ ଗ୍ରାମବାସୀ ପିସିଆର୍‍କୁ ପିଟି ଭାଙ୍ଗି ଦେଇଥିଲେ। ରାସ୍ତାରୁ ଦୁଇଟି ପ୍ରବେଶ ପଥକୁ […]

କମେଣ୍ଟମରାକୁ ନେଇ ବାଲିଅନ୍ତା ଥାନା ଅଞ୍ଚଳରେ ତୁମୂଳକାଣ୍ଡ ଘଟିଛି। ଦୁଇ ଗାଁ ମଧ୍ୟରେ କମେଣ୍ଟମରାକୁ ନେଇ ଗଣ୍ଡଗୋଳ ହେଇଥିବା ବେଳେ ପିସିଆର୍‍ ପହଞ୍ଚି ସାନଭଇଁଚୁଆ ଗାଁରେ ପଶି ଗ୍ରାମବାସୀଙ୍କୁ ମାଡ଼ ମାରିଥିଲେ। ଏପରିକି ଗାଁରେ ମହିଳାଙ୍କ ଉପରେ ଲାଠିଚାର୍ଜ କରିଥିଲେ ପିସିଆର୍‍ କର୍ମଚାରୀ। ଏଥିରେ ୬ଜଣ ମହିଳା ଗୁରୁତର ଆହତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପିସିଆର୍‍ କର୍ମଚାରୀଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପରେ ସାନଭଇଁଚୁଆ ଗ୍ରାମବାସୀ ପିସିଆର୍‍କୁ ପିଟି ଭାଙ୍ଗି ଦେଇଥିଲେ।

ଆହୁରି ପଢ଼ନ୍ତୁ: ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍‌ କିଷାନ ଟଙ୍କା

ରାସ୍ତାରୁ ଦୁଇଟି ପ୍ରବେଶ ପଥକୁ ବନ୍ଦ କରି ପିସିଆର୍‍ କର୍ମଚାରୀଙ୍କୁ ଅଟକ ରଖିଥିଲେ। ଗାଁରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାପରେ ଘଟଣାସ୍ଥଳରେ ବାଲିଅନ୍ତା ଥାନା ଅଧିକାରୀ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ମାତ୍ର ପୁଲିସର କଥାକୁ ଗ୍ରାମବାସୀ ଶୁଣି ନ ଥିଲେ। ପିସିଆର୍‍ କର୍ମଚାରୀଙ୍କ ବିରୋଧରେ ଗ୍ରାମବାସୀ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ କହିଥିଲେ। ଗ୍ରାମବାସୀ ପିସିଆର୍‍ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହାପରେ ଗ୍ରାମବାସୀ ଅଟକ ରଖିଥିବା ପିସିଆର୍‍ କର୍ମଚାରୀଙ୍କୁ ଛାଡିଥିଲେ। ଗାଁରେ ରାତି ଯାଏଁ ଉତ୍ତେଜନା ଲାଗିଥିବାରୁ ବ୍ୟାପକ ପୁଲିସ ବନ୍ଦୋବସ୍ତ କରାଯାଇଛି।

ଆହୁରି ପଢ଼ନ୍ତୁ: ‘ଏପିକେ’ ଆତଙ୍କ: ଫାଇଲ୍‌‌ ଖୋଲିଲେ ହ୍ୟାକରଙ୍କ ନିୟନ୍ତ୍ରଣକୁ ଚାଲିଯିବ ଆପଣଙ୍କ ମୋବାଇଲ, ଖାଲି ହୋଇଯିବ ଆକାଉଣ୍ଟ

ଅଭିଯୋଗ ଅନୁସାରେ ବାଲିଅନ୍ତା ଥାନା ସାନଭଇଁଚୁଆ ଏବଂ ବୁଢାଳୋ ଗ୍ରାମ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା। ମଙ୍ଗଳବାର ସାନଭଇଁଚୁଆ ଗ୍ରାମର୨ଜଣ ଯୁବକଙ୍କୁ ବୁଢାଳୋ ଗ୍ରାମର କିଛି ଯୁବକ କମେଣ୍ଟ ମାରିଥିଲେ। ପରେ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ବୁଢାଳୋ ଗାଁର କିଛି ଯୁବକ ପୁଲିସକୁ ଖବର ଦେଇଥିଲେ। ଖବରପାଇଁ ସନ୍ଧ୍ୟାରେ ବାଲିଅନ୍ତା ଥାନାର ପିସିଆର୍‍ ଭ୍ୟାନ୍‍ ସାନଭଇଁଚୁଆ ଗ୍ରାମରେ ପହଁଞ୍ଚି ଗ୍ରାମବାସୀଙ୍କୁ ମାଡ଼ ମାରିଥିଲେ। ମହିଳା ଓ ପୁରୁଷ ଓ ଛୋଟ ପିଲାଙ୍କୁ ଲାଠିରେ ମାଡ଼ ମାରି ସହ ଆତଙ୍କ ଖେଳାଇଥିଲେ ପିସିଆର୍‍ କର୍ମଚାରୀ। ଏପରକିି ଗ୍ରାମବାସୀଙ୍କୁ ପିସିଆର୍‍ କର୍ମଚାରୀ ଗୋଡେଇ ଗୋଡେଇ ପିଟିଥିଲେ।

ଆହୁରି ପଢ଼ନ୍ତୁ: ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ: ୬ ଦିନ ହେଲା ଜଳୁଛି ନିଆଁ, ବିଦେଶାଗତ ପକ୍ଷୀଙ୍କ ଜୀବନ ସଙ୍କଟରେ

ଘର ବାହାରେ ହେଉ କି ଘର ଭିତରେ ପଶି ଗ୍ରାମବାସୀଙ୍କୁ ପୁଲିସ ପାଟିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହାକୁ ବିରୋଧ କରି ଗ୍ରାମବାସୀ ପିସିଆର୍‍କୁ ଭଙ୍ଗାରୁଜା କରିବା ସହ ପୁଲିସ ଉପରକୁ ଢେଲା ପଥର ମାଡ କରିଥିଲେ। ଗାଁର ଶତାଧିକ ଲୋକେ ଏକାଠି ହୋଇ ପିସିଆର୍‍ କର୍ମଚାରୀଙ୍କୁ ଅଟକ ରଖିଥିଲେ। ଏଭଳି ୨ଘଣ୍ଟା ଗାଁରେ ଚାପା ଉତ୍ତେଜନା ଲାଗି ରହିଥିଲା। ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ କୁମାର ରାଉତ ସାନଭଇଁଚୁଆ ଗ୍ରାମରେ ପହଁଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

12 May 2021 By The Sakala

କମେଣ୍ଟମରାରୁ ତୁମୂଳକାଣ୍ଡ , ମହିଳାଙ୍କୁ ପିଟିଲେ ପିସିଆର୍‍ କର୍ମଚାରୀ

କମେଣ୍ଟମରାକୁ ନେଇ ବାଲିଅନ୍ତା ଥାନା ଅଞ୍ଚଳରେ ତୁମୂଳକାଣ୍ଡ ଘଟିଛି। ଦୁଇ ଗାଁ ମଧ୍ୟରେ କମେଣ୍ଟମରାକୁ ନେଇ ଗଣ୍ଡଗୋଳ ହେଇଥିବା ବେଳେ ପିସିଆର୍‍ ପହଞ୍ଚି ସାନଭଇଁଚୁଆ ଗାଁରେ ପଶି ଗ୍ରାମବାସୀଙ୍କୁ ମାଡ଼ ମାରିଥିଲେ। ଏପରିକି ଗାଁରେ ମହିଳାଙ୍କ ଉପରେ ଲାଠିଚାର୍ଜ କରିଥିଲେ ପିସିଆର୍‍ କର୍ମଚାରୀ। ଏଥିରେ ୬ଜଣ ମହିଳା ଗୁରୁତର ଆହତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପିସିଆର୍‍ କର୍ମଚାରୀଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପରେ ସାନଭଇଁଚୁଆ ଗ୍ରାମବାସୀ ପିସିଆର୍‍କୁ ପିଟି ଭାଙ୍ଗି ଦେଇଥିଲେ।

ରାସ୍ତାରୁ ଦୁଇଟି ପ୍ରବେଶ ପଥକୁ ବନ୍ଦ କରି ପିସିଆର୍‍ କର୍ମଚାରୀଙ୍କୁ ଅଟକ ରଖିଥିଲେ। ଗାଁରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାପରେ ଘଟଣାସ୍ଥଳରେ ବାଲିଅନ୍ତା ଥାନା ଅଧିକାରୀ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ମାତ୍ର ପୁଲିସର କଥାକୁ ଗ୍ରାମବାସୀ ଶୁଣି ନ ଥିଲେ। ପିସିଆର୍‍ କର୍ମଚାରୀଙ୍କ ବିରୋଧରେ ଗ୍ରାମବାସୀ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ କହିଥିଲେ। ଗ୍ରାମବାସୀ ପିସିଆର୍‍ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହାପରେ ଗ୍ରାମବାସୀ ଅଟକ ରଖିଥିବା ପିସିଆର୍‍ କର୍ମଚାରୀଙ୍କୁ ଛାଡିଥିଲେ। ଗାଁରେ ରାତି ଯାଏଁ ଉତ୍ତେଜନା ଲାଗିଥିବାରୁ ବ୍ୟାପକ ପୁଲିସ ବନ୍ଦୋବସ୍ତ କରାଯାଇଛି।

ଅଭିଯୋଗ ଅନୁସାରେ ବାଲିଅନ୍ତା ଥାନା ସାନଭଇଁଚୁଆ ଏବଂ ବୁଢାଳୋ ଗ୍ରାମ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା। ମଙ୍ଗଳବାର ସାନଭଇଁଚୁଆ ଗ୍ରାମର୨ଜଣ ଯୁବକଙ୍କୁ ବୁଢାଳୋ ଗ୍ରାମର କିଛି ଯୁବକ କମେଣ୍ଟ ମାରିଥିଲେ। ପରେ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ବୁଢାଳୋ ଗାଁର କିଛି ଯୁବକ ପୁଲିସକୁ ଖବର ଦେଇଥିଲେ। ଖବରପାଇଁ ସନ୍ଧ୍ୟାରେ ବାଲିଅନ୍ତା ଥାନାର ପିସିଆର୍‍ ଭ୍ୟାନ୍‍ ସାନଭଇଁଚୁଆ ଗ୍ରାମରେ ପହଁଞ୍ଚି ଗ୍ରାମବାସୀଙ୍କୁ ମାଡ଼ ମାରିଥିଲେ। ମହିଳା ଓ ପୁରୁଷ ଓ ଛୋଟ ପିଲାଙ୍କୁ ଲାଠିରେ ମାଡ଼ ମାରି ସହ ଆତଙ୍କ ଖେଳାଇଥିଲେ ପିସିଆର୍‍ କର୍ମଚାରୀ। ଏପରକିି ଗ୍ରାମବାସୀଙ୍କୁ ପିସିଆର୍‍ କର୍ମଚାରୀ ଗୋଡେଇ ଗୋଡେଇ ପିଟିଥିଲେ।

ଘର ବାହାରେ ହେଉ କି ଘର ଭିତରେ ପଶି ଗ୍ରାମବାସୀଙ୍କୁ ପୁଲିସ ପାଟିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହାକୁ ବିରୋଧ କରି ଗ୍ରାମବାସୀ ପିସିଆର୍‍କୁ ଭଙ୍ଗାରୁଜା କରିବା ସହ ପୁଲିସ ଉପରକୁ ଢେଲା ପଥର ମାଡ କରିଥିଲେ। ଗାଁର ଶତାଧିକ ଲୋକେ ଏକାଠି ହୋଇ ପିସିଆର୍‍ କର୍ମଚାରୀଙ୍କୁ ଅଟକ ରଖିଥିଲେ। ଏଭଳି ୨ଘଣ୍ଟା ଗାଁରେ ଚାପା ଉତ୍ତେଜନା ଲାଗି ରହିଥିଲା। ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ କୁମାର ରାଉତ ସାନଭଇଁଚୁଆ ଗ୍ରାମରେ ପହଁଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର