ଭୂସ୍ଖଳନରେ ୯ ମାସର ଶିଶୁ ସମେତ ଗୋଟିଏ ପରିବାରର ୩ ମୃତ

Madhusudan Das Picture
Published On

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ଏକ ବଡ଼ ଧରଣର ଭୂସ୍ଖଳନ ଘଟି ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ପ୍ରାଣହାନି ଘଟିଛି। ଏହି ମୃତକଙ୍କ ମଧ୍ୟରେ ଜଣେ ୯ ମାସର ଶିଶୁ ମଧ୍ୟ ରହିଛି। ଜିଲ୍ଲାର ରାଇକିଆ ବ୍ଲକ ଅନ୍ତର୍ଗତ ଡାଙ୍ଗେସି ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି। ଗୁରୁବାର ଦିନ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଗ୍ରାମ ପାର୍ଶ୍ୱବର୍ତ୍ତୀ ପାହାଡ଼ରୁ ହଠାତ୍ ବିରାଟ ମାଟି ଅତଡ଼ା ଖସି ଆସି ଏକ ଘର ଉପରେ ପଡ଼ିଥିଲା। ଏଥିଯୋଗୁଁ ଘରେ ଥିବା ସମସ୍ତ ସଦସ୍ୟ ଭଗ୍ନାବଶେଷ ତଳେ ଜୀବନ୍ତ ପୋତି ହୋଇ ରହିଯାଇଥିଲେ। ମୃତକମାନଙ୍କୁ ଅଚ୍ୟୁତ ପ୍ରଧାନ, ତାଙ୍କ ପତ୍ନୀ ଅନୀଷା ପ୍ରଧାନ ଏବଂ ତାଙ୍କର ୯ ମାସର ଶିଶୁ ବୋଲି ଚିହ୍ନଟ କରାଯାଇଛି।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ଓଲଟିଲା ଡିଜେ ଗାଡ଼ି: ଜଣଙ୍କର ମୃତ୍ୟୁ, ୧୦ରୁ ଊର୍ଦ୍ଧ୍ୱ ଆହତ

କନ୍ଧମାଳ ଜିଲ୍ଲା ପ୍ରଶାସନ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛି। ଭଗ୍ନାବଶେଷ ଓ କାଦୁଅ ମାଟି ତଳେ ଆଉ କେହି ଫସି ରହିଛନ୍ତି କି ନାହିଁ ତାହା ଯାଞ୍ଚ କରିବା ଏବଂ ନିଖୋଜ ଥିବା ବ୍ୟକ୍ତିମାନଙ୍କୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପଞ୍ଚାୟତିରାଜ ମନ୍ତ୍ରୀ ତଥା କନ୍ଧମାଳ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ରବି ନାରାୟଣ ନାଏକ ଏହି ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରିଛନ୍ତି। ତେବେ ୩ ଜଣଙ୍କ ମୃତ୍ୟୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ପ୍ରତ୍ୟେକ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି । 

ଆହୁରି ପଢ଼ନ୍ତୁ: ରେଳଧାରଣାରୁ ପୋଲିସ ASIଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର