କେବଳ ଭାଷଣବାଜିରେ ସୀମିତ ସରକାରଙ୍କ କାର୍ଯ୍ୟକ୍ରମ : ବିଜେଡି

ରାଜ୍ୟ ଛାଡ଼ୁଛନ୍ତି ବୁଝାମଣାପତ୍ର ସ୍ୱାକ୍ଷର କରିଥିବା ଶିଳ୍ପ ଅନୁଷ୍ଠାନ

Madhusudan Das Picture
Published On

ଭୁବନେଶ୍ୱର: ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରୀ କାର୍ଯ୍ୟକ୍ରମରେ ମନ୍ଥରତାକୁ ନେଇ ବ୍ୟକ୍ତ କରିଥିବା ଚିନ୍ତାକୁ ନେଇ କଠୋର ସମାଲୋଚନା କରିଛି ବିଜେଡି। ରାଜ୍ୟରେ ସରକାର ଏକପ୍ରକାର ସ୍ଥାଣୁ ପାଲଟି ଯାଇଛି ଓ ବିକାଶମୂଳକ କାମ ବନ୍ଦ ହୋଇ ଯାଇଛି ଉପରେ ପ୍ରତିକ୍ରିୟା ରଖିଛି ବିଜେଡି। ସରକାରଙ୍କ କାର୍ଯ୍ୟକ୍ରମ କେବଳ ଭାଷଣବାଜିରେ ସୀମିତ ହୋଇ ରହିଛି, ଲୋକଙ୍କ ପାଖରେ ସରକାର ପହଞ୍ଚିବାରେ ସକ୍ଷମ ହୋଇପାରି ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି। 

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ଦଳର ମୁଖପାତ୍ର ଡ. ଲେନିନ ମହାନ୍ତି କହିଛନ୍ତି ଯେ ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବାର ୧୬ ମାସରୁ ଊର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ସରକାରଙ୍କ କାର୍ଯ୍ୟକ୍ରମ କେବଳ ଭାଷଣବାଜିରେ ସୀମିତ । ପୂର୍ବ ବିଜେଡି ସରକାରଙ୍କ ଯୋଜନା ଗୁଡିକର କେବଳ ନାମ ଓ ରଙ୍ଗ ପରିବର୍ତ୍ତନ କରୁଥିବା ବେଳେ, ଏହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ଜିଲ୍ଲାପାଳ ସମ୍ମିଳନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମହୋଦୟ ଉଠାଇଥିବା ପ୍ରସଙ୍ଗଗୁଡିକ ମଧ୍ୟ ଅନେକ ପ୍ରଶ୍ନ ଛିଡ଼ା କରିଛି। ବାଲି ଓ ଲଘୁ ଖଣିଜ ସମ୍ପଦ ଚୋରାଚାଲାଣ ବିରୋଧରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶରୁ ସ୍ପଷ୍ଟ ହୋଇଛି ଯେ ରାଜ୍ୟରେ ବାଲି ଓ ଲଘୁ ଖଣିଜ ସମ୍ପଦ ଚୋରାଚାଲାଣ ଅହେତୁକ ବୃଦ୍ଧି ପାଇଥିବା କଥାକୁ ବିଳମ୍ୱରେ ହେଲେ ବି ରାଜ୍ୟ ସରକାର ସ୍ୱୀକାର କରିଛନ୍ତି। ସେହିପରି ଚୋରା ମଦ କାରବାରକୁ ରୋକିବା ପାଇଁ ଦେଇଥିବା ନିର୍ଦ୍ଦେଶ ମଧ୍ୟ ରାଜ୍ୟରେ ଚାଲୁଥିବା ଚୋରା ମଦ କାରବାରକୁ ସ୍ୱୀକାର ସଦୃଶ ହୋଇଛି । ବିଜେପି କ୍ଷମତାକୁ ଆସିବାର କିଛି ମାସ ପରେ ଗଞ୍ଜାମ ଜିଲ୍ଲାରେ ଚୋରା ତଥା ବିଷାକ୍ତ ମଦ ପିଇ ୫ ଜଣଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ସରକାର ରାଜ୍ୟରେ ଚୋରା ମଦ କାରବାରକୁ ରୋକିବାରେ ସଫଳ ହୋଇ ନାହାନ୍ତି ବୋଲି ଡ. ମହାନ୍ତି କହିଛନ୍ତି। 

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ସେ ଆହୁରି ମଧ୍ୟ କହିଥିଲେ ଯେ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କଥା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରି ରାଜ୍ୟ ସରକାରଙ୍କ ପାଇଁ ଏହା ଏକ ଉପଲବ୍ôଧ ବୋଲି ଦାବି କରିଥିବା ବେଳେ ବାସ୍ତବରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଇଟାଟିଏ ପଡ଼ିପାରି ନାହିଁ । ଅପରପକ୍ଷରେ ପୂର୍ବ ବିଜେଡି ସରକାରଙ୍କ ଶିଳ୍ପସ୍ଥାପନ ପାଇଁ ବୁଝାମଣା କରିଥିବା ଜେଏସଡବ୍ଲୁ ଇଭି କାରଖାନା, ଆର୍ସେଲର ମିତ୍ତଲ ଇସ୍ପାତ କାରଖାନା, ଏସ ରାମ ଏନ ରାମ ସେମି କଣ୍ଡକ୍ଟର କମ୍ପାନୀ ଅନ୍ୟ ରାଜ୍ୟକୁ ଚାଲି ଯାଇଥିବା ସୂଚନା ମିଳିଛି। ମାତ୍ର ସରକାର ରାଜ୍ୟ ରାଜସ୍ୱରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି କେବଳ ପ୍ରଚାର ଓ ପ୍ରସାର ମାଧ୍ୟମରେ ନିଜ ପିଠି ନିଜେ ଥାପୁଡେ଼ଇବାରେ ବ୍ୟସ୍ତ ଅଛନ୍ତି ବୋଲି ଡ. ମହାନ୍ତି କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

18 Nov 2025 By Madhusudan Das

କେବଳ ଭାଷଣବାଜିରେ ସୀମିତ ସରକାରଙ୍କ କାର୍ଯ୍ୟକ୍ରମ : ବିଜେଡି

ରାଜ୍ୟ ଛାଡ଼ୁଛନ୍ତି ବୁଝାମଣାପତ୍ର ସ୍ୱାକ୍ଷର କରିଥିବା ଶିଳ୍ପ ଅନୁଷ୍ଠାନ

ଭୁବନେଶ୍ୱର: ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରୀ କାର୍ଯ୍ୟକ୍ରମରେ ମନ୍ଥରତାକୁ ନେଇ ବ୍ୟକ୍ତ କରିଥିବା ଚିନ୍ତାକୁ ନେଇ କଠୋର ସମାଲୋଚନା କରିଛି ବିଜେଡି। ରାଜ୍ୟରେ ସରକାର ଏକପ୍ରକାର ସ୍ଥାଣୁ ପାଲଟି ଯାଇଛି ଓ ବିକାଶମୂଳକ କାମ ବନ୍ଦ ହୋଇ ଯାଇଛି ଉପରେ ପ୍ରତିକ୍ରିୟା ରଖିଛି ବିଜେଡି। ସରକାରଙ୍କ କାର୍ଯ୍ୟକ୍ରମ କେବଳ ଭାଷଣବାଜିରେ ସୀମିତ ହୋଇ ରହିଛି, ଲୋକଙ୍କ ପାଖରେ ସରକାର ପହଞ୍ଚିବାରେ ସକ୍ଷମ ହୋଇପାରି ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି। 

ଦଳର ମୁଖପାତ୍ର ଡ. ଲେନିନ ମହାନ୍ତି କହିଛନ୍ତି ଯେ ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବାର ୧୬ ମାସରୁ ଊର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ସରକାରଙ୍କ କାର୍ଯ୍ୟକ୍ରମ କେବଳ ଭାଷଣବାଜିରେ ସୀମିତ । ପୂର୍ବ ବିଜେଡି ସରକାରଙ୍କ ଯୋଜନା ଗୁଡିକର କେବଳ ନାମ ଓ ରଙ୍ଗ ପରିବର୍ତ୍ତନ କରୁଥିବା ବେଳେ, ଏହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ଜିଲ୍ଲାପାଳ ସମ୍ମିଳନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମହୋଦୟ ଉଠାଇଥିବା ପ୍ରସଙ୍ଗଗୁଡିକ ମଧ୍ୟ ଅନେକ ପ୍ରଶ୍ନ ଛିଡ଼ା କରିଛି। ବାଲି ଓ ଲଘୁ ଖଣିଜ ସମ୍ପଦ ଚୋରାଚାଲାଣ ବିରୋଧରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶରୁ ସ୍ପଷ୍ଟ ହୋଇଛି ଯେ ରାଜ୍ୟରେ ବାଲି ଓ ଲଘୁ ଖଣିଜ ସମ୍ପଦ ଚୋରାଚାଲାଣ ଅହେତୁକ ବୃଦ୍ଧି ପାଇଥିବା କଥାକୁ ବିଳମ୍ୱରେ ହେଲେ ବି ରାଜ୍ୟ ସରକାର ସ୍ୱୀକାର କରିଛନ୍ତି। ସେହିପରି ଚୋରା ମଦ କାରବାରକୁ ରୋକିବା ପାଇଁ ଦେଇଥିବା ନିର୍ଦ୍ଦେଶ ମଧ୍ୟ ରାଜ୍ୟରେ ଚାଲୁଥିବା ଚୋରା ମଦ କାରବାରକୁ ସ୍ୱୀକାର ସଦୃଶ ହୋଇଛି । ବିଜେପି କ୍ଷମତାକୁ ଆସିବାର କିଛି ମାସ ପରେ ଗଞ୍ଜାମ ଜିଲ୍ଲାରେ ଚୋରା ତଥା ବିଷାକ୍ତ ମଦ ପିଇ ୫ ଜଣଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ସରକାର ରାଜ୍ୟରେ ଚୋରା ମଦ କାରବାରକୁ ରୋକିବାରେ ସଫଳ ହୋଇ ନାହାନ୍ତି ବୋଲି ଡ. ମହାନ୍ତି କହିଛନ୍ତି। 

ସେ ଆହୁରି ମଧ୍ୟ କହିଥିଲେ ଯେ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କଥା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରି ରାଜ୍ୟ ସରକାରଙ୍କ ପାଇଁ ଏହା ଏକ ଉପଲବ୍ôଧ ବୋଲି ଦାବି କରିଥିବା ବେଳେ ବାସ୍ତବରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଇଟାଟିଏ ପଡ଼ିପାରି ନାହିଁ । ଅପରପକ୍ଷରେ ପୂର୍ବ ବିଜେଡି ସରକାରଙ୍କ ଶିଳ୍ପସ୍ଥାପନ ପାଇଁ ବୁଝାମଣା କରିଥିବା ଜେଏସଡବ୍ଲୁ ଇଭି କାରଖାନା, ଆର୍ସେଲର ମିତ୍ତଲ ଇସ୍ପାତ କାରଖାନା, ଏସ ରାମ ଏନ ରାମ ସେମି କଣ୍ଡକ୍ଟର କମ୍ପାନୀ ଅନ୍ୟ ରାଜ୍ୟକୁ ଚାଲି ଯାଇଥିବା ସୂଚନା ମିଳିଛି। ମାତ୍ର ସରକାର ରାଜ୍ୟ ରାଜସ୍ୱରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି କେବଳ ପ୍ରଚାର ଓ ପ୍ରସାର ମାଧ୍ୟମରେ ନିଜ ପିଠି ନିଜେ ଥାପୁଡେ଼ଇବାରେ ବ୍ୟସ୍ତ ଅଛନ୍ତି ବୋଲି ଡ. ମହାନ୍ତି କହିଛନ୍ତି।

https://www.thesakala.in/latest-odisha-news/government-programs-limited--in-speech-only-says-bjd/article-43190
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର