ଆନ୍ଧ୍ରପ୍ରଦେଶକୁ ଚୋରା ଚାଲାଣ ବେଳେ ୧୫ ଶହ ଲିଟର ଦେଶୀମଦ ଜବତ, ୩ ଗିରଫ

The Sakala Picture
Published On

ଗଞ୍ଜାମ/ରମ୍ଭା: ଖଲ୍ଲିକୋଟ ଅଞ୍ଚଳ ସାକିରି ଗ୍ରାମ ନିକଟରୁ ଆନ୍ଧ୍ରପ୍ରଦେଶକୁ ଚୋରା ଚାଲାଣ ହେଉଥିବା ବେଳେ ୧୫ଶହ ଲିଟର ଦେଶୀ ଆଇଡ଼ି ପ୍ୟାକେଟ ସହ ପିକଆପ ଭ୍ୟାନକୁ ରମ୍ଭା ପୁଲିସ ଜବତ କରିଛି। ଏଥିରେ ସମ୍ପୃକ୍ତି ଥିବା ୩ ଜଣ ମଦ ବେପାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗିରଫମାନେ ହେଲେ ଖଲ୍ଲିକୋଟ ବ୍ଲକ ଗୁହାରିଆ ପାଟ ର ଇନ୍ଦ୍ରଜିତ ଜାନୀ(୨୧), ଗଞ୍ଜାମ ବ୍ଲକ ଗଜପତି ନଗରର ସଂଗ୍ରାମ ବେହେରା(୨୬), ଗୋଳନ୍ଥରା ରାମଚନ୍ଦ୍ର ଦୋରା(୩୯)। ସୂଚନା ଅନୁଯାୟୀ, […]

ଗଞ୍ଜାମ/ରମ୍ଭା: ଖଲ୍ଲିକୋଟ ଅଞ୍ଚଳ ସାକିରି ଗ୍ରାମ ନିକଟରୁ ଆନ୍ଧ୍ରପ୍ରଦେଶକୁ ଚୋରା ଚାଲାଣ ହେଉଥିବା ବେଳେ ୧୫ଶହ ଲିଟର ଦେଶୀ ଆଇଡ଼ି ପ୍ୟାକେଟ ସହ ପିକଆପ ଭ୍ୟାନକୁ ରମ୍ଭା ପୁଲିସ ଜବତ କରିଛି। ଏଥିରେ ସମ୍ପୃକ୍ତି ଥିବା ୩ ଜଣ ମଦ ବେପାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗିରଫମାନେ ହେଲେ ଖଲ୍ଲିକୋଟ ବ୍ଲକ ଗୁହାରିଆ ପାଟ ର ଇନ୍ଦ୍ରଜିତ ଜାନୀ(୨୧), ଗଞ୍ଜାମ ବ୍ଲକ ଗଜପତି ନଗରର ସଂଗ୍ରାମ ବେହେରା(୨୬), ଗୋଳନ୍ଥରା ରାମଚନ୍ଦ୍ର ଦୋରା(୩୯)।

ସୂଚନା ଅନୁଯାୟୀ, ରମ୍ଭା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରାଙ୍କ ନେତୃତ୍ୱରେ ୧୬ ନମ୍ୱର ଜାତୀୟ ରାଜପଥରେ ପେଟ୍ରୋଲିଂ ଚାଲିଥିବା ବେଳେ ରମ୍ଭା ଜହମି ଛକ ନିକଟସ୍ଥ ବିରା ଢ଼ାବା ସମ୍ମୁଖରେ ଏପି ୩୦ଟିପି ୧୩୪୦ ନମ୍ୱର ବିଶିଷ୍ଟ ଏକ ବୋଲେରୋ ପିକଆପ ଭ୍ୟାନକୁ ଗୋଡ଼ାଇ ଧରିଥିଲେ। ଭ୍ୟାନ୍‍କୁ ଯାଞ୍ଚ ପରେ ସେଥିରେ ଦେଶୀ ମଦ ପ୍ୟାକେଟ ଥିବା ଜଣାପଡ଼ିଥିଲା। ଉକ୍ତ ମଦ ଆନ୍ଧ୍ରପ୍ରଦେଶକୁ ଚୋରା ଚାଲାଣ ହେଉଥିବା ପୁଲିସକୁ ସୂଚନା ମିଳିଥିଲା। ରମ୍ଭା ଥାନା ଅଧିକାରୀଙ୍କ ସହ ଏସଆଇ ସଂଗ୍ରାମ ଦେଉରୀ, ଏଏସଆଇ ସୋମନାଥ ମହାରଣା, କନେଷ୍ଟବଳ ଗଗନ ବିହାରୀ ପଣ୍ଡା, ତୁଳସୀରାମ ରେଡି, ଅରୁଣ କୁମାର ବେହେରା ଚଢ଼ାଉରେ ସାମିଲ ଥିଲେ।

20 Jul 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର