ଦିଲ୍ଲୀରେ ପୁଣି ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ ତିନି ମହଲା କୋଠା, ଅନେକ ଫସି ରହିଥିବା ଆଶଙ୍କା

Madhusudan Das Picture
Published On

ନୂଆଦିଲ୍ଲୀ: ପୁରୁଣା ଦିଲ୍ଲୀର ଚାଓ୍ୱାଡି ବଜାର ଅଞ୍ଚଳରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଗୁରୁବାର ସକାଳେ ଏଠାରେ ଏକ ତିନି ମହଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଭଙ୍ଗା କୋଠା ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। 

ଆହୁରି ପଢ଼ନ୍ତୁ: ସୁଦାନରେ ଭୟଙ୍କର ନରସଂହାର: ନିଆଲା ବଜାର ଉପରେ ଡ୍ରୋନ୍ ମାଡ଼, ୧୦୦ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ

ସୂଚନା ଅନୁଯାୟୀ, ଚାଓ୍ୱାଡି ବଜାର ମେଟ୍ରୋ ଷ୍ଟେସନ ନିକଟସ୍ଥ ଗଳି ସିତାରାରେ ସକାଳ ପ୍ରାୟ ୯:୫୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏହି କୋଠାଟିର ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ହଠାତ୍ ଏହା ଭୁଶୁଡ଼ି ପଡ଼ିଥିଲା। ଘଟଣାସ୍ଥଳରେ ଆତଙ୍କର ବାତାବରଣ ଖେଳିଯାଇଥିବା ବେଳେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସ ଓ ଦମକଳ ବାହିନୀକୁ ଖବର ଦେଇଥିଲେ। ଖବର ପାଇବା ମାତ୍ରେ ଅତିକମରେ ୬ଟି ଦମକଳ ଗାଡ଼ି ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜଳ ଟେଣ୍ଡର ଏବଂ ବିଭିନ୍ନ ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଭଗ୍ନାବଶେଷ ହଟାଇବା କାର୍ଯ୍ୟ ଚାଲିଛି। ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି।  

ଆହୁରି ପଢ଼ନ୍ତୁ: ଓମାନ ଉପକୂଳରେ ଭାରତୀୟ କାର୍ଗୋ ଜାହାଜ ଉପରେ ଆକ୍ରମଣ: ଜଣେ ନାବିକଙ୍କ ମୃତ୍ୟୁ

ଉଲ୍ଲେଖଯୋଗ୍ୟ ଯେ, ଗତ ଅକ୍ଟୋବର ୩୧ ତାରିଖରେ ଚାନ୍ଦିନୀ ଚୌକ ଅଞ୍ଚଳରେ ଥିବା ୧୬୦ ବର୍ଷର ପୁରୁଣା ଏମସିଡି (MCD) ଟାଉନ୍ ହଲ୍ର ଏକ ଅଂଶ ବିଶେଷ ଭୁଶୁଡ଼ି ପଡ଼ିଥିଲା। ବାରମ୍ବାର ପୁରୁଣା ଦିଲ୍ଲୀ ଅଞ୍ଚଳରେ ଏପରି କୋଠା ଭୁଶୁଡ଼ିବା ଘଟଣା ସ୍ଥାନୀୟ ବାସିନ୍ଦାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ଅଗ୍ନିବୀରଙ୍କ ପାଇଁ ବଡ଼ ଖବର: ପ୍ରଥମ ବ୍ୟାଚ୍‌ର ସେବା ଅବଧି ୨ ବର୍ଷ ବୃଦ୍ଧି କଲେ CDS ରାଜା ସୁବ୍ରମଣୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର