ଡବଲ ଇଞ୍ଜିନ ସରକାରରେ ଚାଷୀଙ୍କୁ ଡବଲ ଧୋକ୍କା: ଦିବ୍ୟଶଙ୍କର ମିଶ୍ର

Madhusudan Das Picture
Published On

ଭୁବନେଶ୍ୱର: ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ଗୃହ ଭିତରେ ବିରୋଧୀ ସଦସ୍ୟମାନେ ନାରାବାଜି କରୁଥିବାରୁ ଆଜି ମଧ୍ୟ ବିଧାନସଭା ଠିକରେ ଚାଲିପାରି ନାହିଁ । ତେଣୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଗତ ଦୁଇଦିନ ଧରି ବିଜେଡି ବିଧାନସଭାରେ ଚାଷୀ ପ୍ରସଙ୍ଗ ଉଠାଇଥିବା ଦେଖିବାକୁ ମିଳୁଛି । ଡବଲ ଇଞ୍ଜିନ ସରକାର ଠିକ୍ ଦିଗରେ ଯାଇ ପାରୁନାହିଁ । ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ପଡ଼ି ରହିଛି । କଳାହାଣ୍ଡି, ବରଗଡ଼ ପରି ସବୁ ଜିଲ୍ଲାରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ମନ୍ତ୍ରୀମାନଙ୍କର ବକ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ଏହା ସରକାରଙ୍କ ଦାୟିତ୍ବହୀନତାକୁ ସୂଚାଉଛି । ଗରିବ ଚାଷୀଟିଏ ଯଦି ତା’ର ଉତ୍ପାଦିତ ଫସଲ ବିକ୍ରି କରିପାରିବ ନାହିଁ, ତେବେ ସେ ଚଳିବ କିପରି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ  କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ।

ଆହୁରି ପଢ଼ନ୍ତୁ: କୋର୍ଟ ପରିସରରେ ଅଭିଯୁକ୍ତ ଓ ଅବକାରୀ ଅଧିକାରୀ ଧସ୍ତାଧସ୍ତି, ଅବକାରୀ ବାବୁଙ୍କ ଅନ୍ତବସ୍ତ୍ରରୁ ବାହାରିଲା ଅଭିଯୁକ୍ତର ଚୋରି ଟଙ୍କା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp