ବଢୁଛି ବାସ୍ତୁ ଉପରେ ବିଶ୍ୱାସ; ‘ନମ୍ବର’ ପାଇଁ ନମ୍ବର ଲଗାଉଛନ୍ତି ଗ୍ରାହକ..

ସଂଖ୍ୟା ଦେଖି ଗାଡ଼ି ଓ ଫୋନ ନମ୍ବର ବାଛୁଛନ୍ତି ଲୋକ

Deviprasad Mohanty Picture
Published On

ଭୁବନେଶ୍ୱର: ବାସ୍ତୁ ବିଚାର ମୁତାବକ ସଂଖ୍ୟା ଜୀବନର ଉଦ୍‌‌ଥାନ ପତ୍ତନକୁ ପ୍ରଭାବିତ କରିପାରେ। ଏଭଳି ବିଶ୍ୱାସ ପାଇଁ ଗତ ପାର୍ବଣ ଋତୁରେ ଗାଡ଼ି ଏବଂ ମୋବାଇଲ୍‌‌ ନମ୍ବର ପାଇଁ ଅନେକ ଗ୍ରାହକ ଢେର୍‌‌ଦିନ ଆଗରୁ ନମ୍ବର ଲଗାଇଥିଲେ। ଏମିତି କି ଭଲ ନମ୍ବର ନ ମିଳିବାରୁ ଅନେକ ଗ୍ରାହକ ଏଥର ଯାନବାହାନ କିଣିପାରି ନାହାନ୍ତି। ନିକଟରେ ବାସ୍ତୁ ବିଚାର ମୁତାବକ ଗାଡ଼ି ଏବଂ ମୋବାଇଲ୍‌‌ ନମ୍ବର ପାଇଁ ଅଧିକ ଟଙ୍କା ମଧ୍ୟ ଦେଇଥିବା କୁହାଯାଉଛି। 

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ଼ରେ ଲଜ୍ଜା: କର୍ମା ପୂଜା ଦେଖି ଫେରୁଥିବା ବେଳେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୪ ଅଟକ

 ରଙ୍ଗ ଆଉ ସଂଖ୍ୟାର ଉପସ୍ଥିତି ଲୋକଙ୍କ ଜୀବନର ଭାଗ୍ୟ ବଦଳାଇ ପାରେ। କାହାକୁୁ ସର୍ବସ୍ୱ ଦେଇପାରେ ତ ଆଉକାହାଠାରୁ ସବୁକିଛି ନେଇ ବି ପାରେ। ଏହାକୁ କିଏ ବିଶ୍ୱାସ, ଅବିଶ୍ୱାସ କିମ୍ବା ଅନ୍ଧବିଶ୍ୱାସ ବୋଲି ବି ଭାବିପାରେ। ଏନେଇ ଅନେକଙ୍କର ଭିନ୍ନ ଭିନ୍ନ ମତ ବି ରହିଛି। ହେଲେ ବର୍ତ୍ତମାନ ସମୟରେ ଏହା ଏକ ଧାରାରେ ପରିଣତ ହେଲାଣି। ସବୁକ୍ଷେତ୍ରରେ ତଥା ଯେକୌଣସି ଜିନିଷ କିଣିବା ଆଗରୁ ବାର, ରଙ୍ଗ ଆଉ ସଂଖ୍ୟା ଚୟନ କରିବାକୁ ଏବେ ସଭିଏଁ ପସନ୍ଦ କରୁଛନ୍ତି। ବିଶେଷକରି ଏହା କୌଣସି ଗାଡି କିଣିଲାବେଳେ ନିଜ ଗାଡ଼ିର ନମ୍ବର ବାଛିବା ହେଉ କିମ୍ବା ସିମ୍‌‌ କିଣିଲାବେଳେ ଫୋନ ନମ୍ବର ପାଇଁ ରାଶିକୁ ସୁହାଇଲା ଭଳି ସଂଖ୍ୟା ବାଛିବା କ୍ଷେତ୍ରରେ ଅଧିକ ଦେଖିବାକୁ ମିଳୁଛି। ବାସ୍ତୁବିତ୍‌‌ ବା ଜ୍ୟୋତିର୍ବିଦ୍‌‌ଙ୍କ ସହ ପରାମର୍ଶକ୍ରମେ ନିଜ ନିଜ ରାଶିକୁ କେଉଁ ସଂଖ୍ୟା ସୁହାଇବ ସେହିକ୍ରମରେ ଗାଡିର ନମ୍ବର ଏବଂ ସିମ୍‌‌ ବାଛୁଛନ୍ତି ଲୋକ। ନିକଟରେ ଭୁବନେଶ୍ୱର ଆର୍‌‌ଟିଓ କାର୍ଯ୍ୟାୟରେ ଶତାଧିକ ଯାନବାହାନ ନମ୍ବର ପାଇଁ ଲୋକେ ବାସ୍ତୁ ମୁତାବକ ନମ୍ବର ଖୋଜିଥିଲେ। ମନପସନ୍ଦ ନମ୍ବର (ଫ୍ୟାନ୍ସି) ପାଇଁ ସେମାନେ ନିୟମ ମୁତାବକ ଅର୍ଥ ମଧ୍ୟ ପଇଠ କରିଥିବା ଜଣାପଡ଼ିଥିଲା। ସେହିଭଳି ମୋବାଇଲ୍‌‌ ନମ୍ବର ପାଇଁ ବିଭିନ୍ନ ସେବା ପ୍ରଦାନକାରୀ ସଂସ୍ଥା ନିକଟରେ ଅନେକ ଲୋକେ କର୍ମଚାରୀଙ୍କ ସହଯୋଗରେ ତାଙ୍କ ନମ୍ବର ବାଛିଥିଲେ। ଗୋଟିଏ ବାସ୍ତୁ ବିଚାର ମୁତାବକ ନମ୍ବର ପାଇଁ ଢେର୍‌‌ ଦିନ ପର୍ଯ୍ୟନ୍ତ ଅପେକ୍ଷା ମଧ୍ୟ କରିଥିଲେ ଗ୍ରାହକ। ବିଶେଷକରି ବିଏସ୍‌‌ଏନ୍‌‌ଏଲ୍‌‌ ପକ୍ଷରୁ ଏବେ ସ୍ୱତନ୍ତ୍ର ଅଫର୍‌‌ ଯୋଜନା ଯୋଗୁଁଁ ଲୋକେ ନୂଆ ସିମ୍‌‌ କ୍ରୟ କରିଥିଲେ। 

ଆହୁରି ପଢ଼ନ୍ତୁ: ଚଳନ୍ତା ବାଇକ୍ ଉପରେ ପଡ଼ିଲା ଗଛ ଡାଳ, ଯୁବକଙ୍କ ପେଟରେ ପଶିଲା ଶୁଖିଲା କାଠ

ଏ ସମ୍ପର୍କରେ ଜ୍ୟୋତିର୍ବିଦ୍‌‌ ଡ. ଲକ୍ଷ୍ମୀଧର ସାହୁ କୁହନ୍ତି, ସଂଖ୍ୟାକୁ ଦେଖି ଗାଡି କିମ୍ବା ଫୋନ୍‌‌ ନମ୍ବର ବ୍ୟବହାରର ନିଶ୍ଚିତ ରୂପେ ମହତ୍ତ୍ୱ ରହିଛି। କାରଣ ରାଶି ଅନୁଯାୟୀ ପ୍ରତ୍ୟେକ ଲୋକଙ୍କ ଉପରେ ସଂଖ୍ୟାର ପ୍ରଭାବ ରହିଥାଏ। ଏହା ଲୋକଙ୍କ ମାନସିକ ସନ୍ତୁଳନ ରକ୍ଷା କରିଥାଏ। ସେଥିପାଇଁ ଗାଡିର ବ୍ୟବହାର ହେଉ କିମ୍ବା ଫୋନ ନମ୍ବର ସବୁ କାର୍ଯ୍ୟ ସହ କେଉଁଠି ନା କେଉଁଠି ସମ୍ବନ୍ଧ ରହିଥାଏ। ଯେଉଁ ରାଶି ସହ ଯେଉଁ ସଂଖ୍ୟା ଜୁଟିଲା ଲୋକ ତାକୁ ନେଇ ହିଁ ବ୍ୟବହାର କରନ୍ତି। ଯାହାର ପ୍ରଭାବ ତାଙ୍କ ଜୀବନ ଶୈଳୀ ଉପରେ ପଡ଼ିଥାଏ। ଯେପରି, ମେଷ ରାସି ପାଇଁ ଶୁଭ ସଂଖ୍ୟା ୯, ୮, ୨୭ ଓ ବୃଷ ରାଶିର ୬, ୧୫, ୨୪ ଏବଂ ମିଧୁନ ରାଶିର ୫, ୧୪, ୨୩ ରହିଛି। ଏହିଭଳି ପ୍ରତ୍ୟେକ ରାଶିର ପାଇଁ ଭିନ୍ନ ଭିନ୍ନ ସଂଖ୍ୟା ରହିଛି। ଯାହାର ସିଧାସଳଖ ପ୍ରଭାବ ସେମାନଙ୍କ ଜୀବନଶୈଳୀ ଉପରେ ପଡ଼ିଥାଏ। ତେଣୁ ଲୋକ କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଏହିସବୁ ସଂଖ୍ୟାକୁ ଗୁରୁତ୍ୱ ଦେଉଛନ୍ତି। ଯେଉଁଥିରେ ଗାଡିର ନମ୍ବର ଏବଂ ଫୋନ ନମ୍ବର ମଧ୍ୟ ସାମିଲ ରହିଛି।

ଆହୁରି ପଢ଼ନ୍ତୁ: ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ସୁଧାର ଦାବିରେ ବିଧାନସଭା ଘେରଉ କରିବ ବିଜେଡି, ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର