ଅମାନୁଷିକ ଘଟଣା, ମାସେ ଧରି ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

The Sakala Picture
Published On

କଟକ: କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ଜଣେ ନା ବାଳିକାଙ୍କୁ ଆମାନୁଷିକ ଭାବେ ଦିନେ  କି ଦୁଇ ଦିନ ନୁହେଁ, ମାସାଧିକ କାଳ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ବଡ଼ ଭଉଣୀଙ୍କ ଲିଖିତ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଜଣେ ଅଭିଯୁକ୍ତକୁ ଅଟକ ରଖିଛି। ଅନ୍ୟ ଅଭିଯୁକ୍ତମନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ସୂଚନା ଅନୁଯାୟୀ, ଉକ୍ତ ନାବାଳିକା ଜଣଙ୍କ […]

କଟକ: କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ଜଣେ ନା ବାଳିକାଙ୍କୁ ଆମାନୁଷିକ ଭାବେ ଦିନେ  କି ଦୁଇ ଦିନ ନୁହେଁ, ମାସାଧିକ କାଳ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ବଡ଼ ଭଉଣୀଙ୍କ ଲିଖିତ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଜଣେ ଅଭିଯୁକ୍ତକୁ ଅଟକ ରଖିଛି। ଅନ୍ୟ ଅଭିଯୁକ୍ତମନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ବଦଳିବ ମିଶନ ଶକ୍ତି ମହିଳାଙ୍କ ଡ୍ରେସ୍‌ କୋଡ୍‌, ମିଳିବ ଆଇଡି କାର୍ଡ ସହ ସ୍ମାର୍ଟ ଫୋନ୍‌

ସୂଚନା ଅନୁଯାୟୀ, ଉକ୍ତ ନାବାଳିକା ଜଣଙ୍କ ଷଷ୍ଠ ଶ୍ରେଣୀରେ ଛାତ୍ରୀ। ସେ ତାଙ୍କ ମା’ ସହ ଘରେ ରୁହନ୍ତି। ଦିନେ ମାଆଙ୍କ ଅନୁପସ୍ଥିତିରେ ୫ ଜଣ ଲୋକ ଘରେ ପଶି ଡରାଇ ଧମକାଇ ନାବାଳିକାକୁ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ। ଏ ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବୁ ବୋଲି ସେମାନେ ଧମକ ଦେଇଥିଲେ। ଦିନେ କି ଦୁଇ ଦିନ ନୁହେଁ, ମାସାଧିକ କାଳ ନାବାଳିକାକୁ ତା’ ଘର ଭିତରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଝିଅଟି ଏ ସମ୍ପର୍କରେ ନିଜ ମାଆକୁ କହିଥିଲା। ହେଲେ ମାଆ ଥାନାରେ ଅଭିଯୋଗ ନ କରି ନୀରବ ରହିଥିଲେ।

ଆହୁରି ପଢ଼ନ୍ତୁ: ଏଥର ରବିବାର ଘରେ ବନାନ୍ତୁ ହୋଟେଲ୍ ଷ୍ଟାଇଲ୍ 'ତନ୍ଦୁରୀ ଚିକେନ୍', ଜାଣନ୍ତୁ ସହଜ ରେସିପି

ନାବାଳିକା ଜଣକ ଏ ମମ୍ପର୍କରେ ନଜ ବିବାହିତା ବଡ଼ ଭଉଣୀଙ୍କୁ ଫୋନ୍‌ରେ କହିଥିଲେ। ସାନ ଭଉଣୀର ଫୋନ୍‌ କଲ ପାଇ ଘରକୁ ଆସିଥିଲେ ବଡ଼ ଭଉଣୀ। ସାନ ଭଉଣୀଠାରୁ ସବୁ କଥା ଶୁଣିବା ପରେ ଏନେଇ ମାହାଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି: ଦୁଇ ଜିଲ୍ଲାରେ ମୁତୟନ ହେବେ ୭୦ ପ୍ଲାଟୁନରୁ ଅଧିକ ଫୋର୍ସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp