ରାଜଧାନୀରେ ୧୦ ଘରୋଇ ଓ ୧୨ ସରକାରୀ ମେଡିକାଲରେ ମିଳିବ କରୋନା ଟିକା

The Sakala Picture
Published On

ଭୁବନେଶ୍ବର : ମାର୍ଚ୍ଚ ୧ରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟୀକାକରଣ। ଏଥିରେ ବରିଷ୍ଠ ନାଗରିକଙ୍କ ସମେତ ବହୁବିଧ ରୋଗାକ୍ରାନ୍ତଙ୍କୁ ଦିଆଯିବ ଟିକା । ରାଜଧାନୀ ଭୁବନେଶ୍ବରରେ ଟିକାକରଣ ପାଇଁ ୨୨ଟି ହସ୍ପିଟାଲ ମନୋନୀତ ହୋଇଛି। ୧୨ଟି ସରକାରୀ ଏବଂ ୧୦ଟି ଘରୋଇ ହସ୍ପିଟାଲରେ ଦିଆଯିବ କରୋନା ଟିକା। ସେଥିରୁ ଘରୋଇ ହସପିଟାଲ ଗୁଡ଼ିକ ହେଲା ସମ୍, କିମ୍ସ, କଳିଙ୍ଗ, ବ୍ଲୁ ହ୍ୱିଲ୍‌, ଆଦିତ୍ୟ ଅଶ୍ୱିନୀ, ଆମ୍ରି, ଉତ୍କଳ, ନୀଳାଚଳ, କେୟାର ଓ ହାଇଟେକ୍ ହସପିଟାଲ। ସୋମବାରରୁ ଆରମ୍ଭ […]

ଭୁବନେଶ୍ବର : ମାର୍ଚ୍ଚ ୧ରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟୀକାକରଣ। ଏଥିରେ ବରିଷ୍ଠ ନାଗରିକଙ୍କ ସମେତ ବହୁବିଧ ରୋଗାକ୍ରାନ୍ତଙ୍କୁ ଦିଆଯିବ ଟିକା । ରାଜଧାନୀ ଭୁବନେଶ୍ବରରେ ଟିକାକରଣ ପାଇଁ ୨୨ଟି ହସ୍ପିଟାଲ ମନୋନୀତ ହୋଇଛି। ୧୨ଟି ସରକାରୀ ଏବଂ ୧୦ଟି ଘରୋଇ ହସ୍ପିଟାଲରେ ଦିଆଯିବ କରୋନା ଟିକା। ସେଥିରୁ ଘରୋଇ ହସପିଟାଲ ଗୁଡ଼ିକ ହେଲା ସମ୍, କିମ୍ସ, କଳିଙ୍ଗ, ବ୍ଲୁ ହ୍ୱିଲ୍‌, ଆଦିତ୍ୟ ଅଶ୍ୱିନୀ, ଆମ୍ରି, ଉତ୍କଳ, ନୀଳାଚଳ, କେୟାର ଓ ହାଇଟେକ୍ ହସପିଟାଲ।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

ସୋମବାରରୁ ଆରମ୍ଭ ହେବ ପଞ୍ଜିକରଣ। ଆରୋଗ୍ୟ ସେତୁ ଆପ ଓ cowin 2.0 ପୋର୍ଟାଲରେ ପଞ୍ଜିକରଣ କଲେ ମିଳିବ ଟିକା। ପ୍ରଥମ ଦିନ ପ୍ରତି କେନ୍ଦ୍ରରେ 60ଜଣଙ୍କୁ ଦିଆଯିବ ଟୀକା। ଘରୋଇ ଡାକ୍ତରଖାନାରେ ସୋମବାର ପଞ୍ଜିକରଣ ପରେ ମଙ୍ଗଳବାରରୁ ଦିଆଯିବ ଟୀକା।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ସରକାରୀ ହସ୍ପିଟାଲରେ ଟିକା ସଂପୂର୍ଣ୍ଣ ମାଗଣାରେ ମିଳିବ। ସୋମବାର ଠାରୁ ଘରୋଇ ହସ୍ପିଟାଲ ପାଇଁ ନାମ ପଂଜୀକରଣ କରିହେବ। ଘରୋଇ ହସ୍ପିଟାଲରେ ଟିକା ନେବାକୁ କୋୱିନ ୨.୦ରେ ପଂଜୀକରଣ କରାଯାଇପାରିବ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି। ଘରୋଇ ହସ୍ପିଟାଲରେ ଟିକା ପାଇଁ ସର୍ଭିସ ଚାର୍ଜ ୧୦୦ ଟଙ୍କା ପଡ଼ିବ। ଟିକା ମୂଲ୍ୟ କେତେ ପଡ଼ିବ, କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଜଣାଇବେ। ଏହା ସହ ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ ଟୀକାକରଣ ମଧ୍ୟ ସମାନ୍ତରାଳ ଭାବେ ଚାଲିବ। ଭୁବନେଶ୍ୱରରେ ପୂର୍ବଭଳି କୋଭକ୍ସିଂ ଟୀକା ଦିଆଯିବ। ଯଥେଷ୍ଟ ପରିମାଣର ଟୀକା ମହଜୁଦ ରହିଛି ବୋଲି କହିଛନ୍ତି ବିଏମସି କମିଶନର।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର