ସୁସ୍ଥ ହେବା ପରେ ଗିରଫ ହେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

The Sakala Picture
Published On

ଭୁବନେଶ୍ୱର: ସୁସ୍ଥ ହେବା ପରେ ଗିରଫ ହେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଖୋର୍ଦ୍ଧା ବାଣପୁରରେ ଘଟାଇଥିବା ନରସଂହାର ଘଟଣାରେ ପୋଲିସ ନେବ କଡା କାର୍ଯ୍ୟାନୁଷ୍ଠାନ । ଏବେ ଗୁରୁତର ଆହତ ହୋଇ ଆଇସିୟୁରେ ଅଛନ୍ତି ବିଧାୟକ ପ୍ରଶାନ୍ତ । ସୁସ୍ଥ ହେବା ପରେ ପୋଲିସ ତାଙ୍କୁ ଗିରଫ କରିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ବାଣପୁର ବ୍ଲକ ସାମ୍ନାରେ ଉପସ୍ଥିତି ଲୋକଙ୍କ ଉପରେ ଗାଡ଼ି ଛଡାଇଦେଇଥିଲେ ବିଧାୟକ ପ୍ରଶାନ୍ତ […]

ଭୁବନେଶ୍ୱର: ସୁସ୍ଥ ହେବା ପରେ ଗିରଫ ହେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଖୋର୍ଦ୍ଧା ବାଣପୁରରେ ଘଟାଇଥିବା ନରସଂହାର ଘଟଣାରେ ପୋଲିସ ନେବ କଡା କାର୍ଯ୍ୟାନୁଷ୍ଠାନ । ଏବେ ଗୁରୁତର ଆହତ ହୋଇ ଆଇସିୟୁରେ ଅଛନ୍ତି ବିଧାୟକ ପ୍ରଶାନ୍ତ । ସୁସ୍ଥ ହେବା ପରେ ପୋଲିସ ତାଙ୍କୁ ଗିରଫ କରିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ବାଣପୁର ବ୍ଲକ ସାମ୍ନାରେ ଉପସ୍ଥିତି ଲୋକଙ୍କ ଉପରେ ଗାଡ଼ି ଛଡାଇଦେଇଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଫଳରେ ଘଟଣାସ୍ଥଳରେ ଉପସ୍ଥିତ ୨୩ ଜଣ ଲୋକ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି । ୯ ଜଣ ପୋଲିସ କର୍ମୀ ଆହତ ହୋଇଥିବାବେଳେ ୧୫ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

ତେବେ ବିଧାୟକଙ୍କ ଏଭଳି ଗୁଣ୍ଡାରାଜ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ବିଧାୟକଙ୍କ ଖୁବ ଶୀଘ୍ର ଗିରଫ କରାଯିବ । ଯଦ୍ୱାରା କେହି ମଧ୍ୟ ଏପରି କାର୍ଯ୍ୟ କରିବାକୁ ଯେପରି ସାହସ ନକରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଅହିଂସାକୁ ସ୍ୱୀକୃତି ଦେଇ ଆସିଛନ୍ତି । ଯେଉଁଠି ଅପରାଧ ଘଟିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର