ଆଜି ଏସ୍‌ଆଇଆର୍‌ ତାରିଖ ଘୋଷଣା କରିବେ ମୁଖ୍ୟ ନିର୍ବାଚନ କମିସନ, ଭୋଟର ତାଲିକାକୁ ତ୍ରୁଟିଶୂନ୍ୟ ଓ ଅଧିକ ପ୍ରଭାବୀ କରିବାକୁ ଲକ୍ଷ୍ୟ

Madhusudan Das Picture
Published On

ନୂଆଦିଲ୍ଲୀ: ସାରା ଦେଶରେ ସ୍ପେସିଆଲ ଇଣ୍ଟେନସିଭ ରିଭିଜନ (ଏସଆଇଆର) କରିବାକୁ ନିର୍ବାଚନ କମିଶନ (ଇସି) ପ୍ରସ୍ତୁତି କରିଛନ୍ତି। ଏ ନେଇ ଇସିଙ୍କ ପକ୍ଷରୁ ଆଜି ସନ୍ଧ୍ୟାରେ ବଡ଼ ଘୋଷଣା କରାଯିବ। ସାମ୍ବାଦିକ ସମ୍ମିଳନୀ କରି ଏ ବିଷୟରେ ଇସିଙ୍କ ପକ୍ଷରୁ ବିସ୍ତୃତ ସୂଚନା ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ୧୦ରୁ ୧୫ ରାଜ୍ୟରେ ଏସଆଇଆର ହୋଇପାରେ। ଏଥିରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକ ସାମିଲ ଅଛନ୍ତି। ଆସାମ, ତାମିଲନାଡୁ, ପୁଡୁଚେରି, କେରଳ ଏବଂ ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ଏହି ସବୁ ରାଜ୍ୟରେ ପ୍ରଥମେ ଏସଆଇଆର କରାଯାଇପାରେ। ସ୍ଥାନୀୟ ପୌର ନିର୍ବାଚନ ହେଉଥିବା ରାଜ୍ୟରେ ପ୍ରଥମେ ଏସଆଇଆର ହେବ ନାହିଁ ବୋଲି ପୂର୍ବରୁ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଥିଲା। କାରଣ ନିମ୍ନସ୍ତରର କର୍ମଚାରୀ ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ରହିବେ। ସେମାନେ ଏସଆଇଆର ପାଇଁ ସମୟ ଦେଇପାରିବେ ନାହିଁ। ନିର୍ବାଚନ ପରେ ଏହି ସବୁ ରାଜ୍ୟରେ ଏସଆଇଆର ହେବ। 

ଆହୁରି ପଢ଼ନ୍ତୁ: ରାଜସ୍ଥାନରେ ଭାଇଙ୍କ ଅନନ୍ୟ ପ୍ରେମ: ଭଉଣୀ ପାଇଁ ଆଣିଲେ ୧ କୋଟି ୫୧ ଲକ୍ଷ ଟଙ୍କାର ଐତିହାସିକ 'ମାୟରା'

କିଛି ଦିନ ତଳେ ଏସଆଇଆର ଲାଗୁ କରିବାର ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ସହ ଦୁଇ ଥର ବୈଠକ କରିଥିଲେ। ଅନେକ ସିଇଓ ଗତ ଏସଆଇଆରରେ ଜାରି କରାଯାଇଥିବା ଭୋଟର ତାଲିକାକୁ ସମ୍ବନ୍ଧିତ ରାଜ୍ୟର ୱେବସାଇଟରେ ଜାରି କରିସାରିଛନ୍ତି। ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ନିଜ ୱେବସାଇଟରେ ୨୦୦୮ର ଭୋଟର ତାଲିକା ଜାରି କରିଛନ୍ତି। ସେଠାରେ ୨୦୦୮ରେ ଏସଆଇଆର ହୋଇଥିଲା। ସେହିପରି ଉତ୍ତରାଖଣ୍ଡରେ ମଧ୍ୟ ତାଲିକା ଜାରି କରାଯାଇଛି। ରାଜ୍ୟରେ ଶେଷ ଥର ପାଇଁ ହୋଇଥିବା ଏସଆଇଆରକୁ କଟ୍‌-ଅଫ ଭାବେ ଧରାଯିବ। ଅର୍ଥାତ୍‌ ସେହି ତାଲିକାରେ ସାମିଲ ଥିବା ଲୋକଙ୍କୁ କୌଣସି ପ୍ରମାଣପତ୍ର ଦେବାକୁ ପଡ଼ିବ ନାହିଁ। ଅଧିକାଂଶ ରାଜ୍ୟରେ ୨୦୦୨ ଏବଂ ୨୦୦୪ ମଧ୍ୟରେ ଏସଆଇଆର ହୋଇଥିଲା। ଅଧିକାଂଶ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୂର୍ବର ଏସଆଇଆର ସହ ଏବେର ଭୋଟର ତାଲିକା ସହ ମେଳ କରି ସାରିଲେଣି। ବେଆଇନ ଭାବେ ଦେଶରେ ରହୁଥିବା ଲୋକଙ୍କୁ ବାହାର କରିବା ଏହି ଏସଆଇଆରର ପ୍ରମୁଖ ଉଦ୍ଦେଶ୍ୟ।

ଆହୁରି ପଢ଼ନ୍ତୁ: ପାକିସ୍ତାନରେ ଲସ୍କର-ଇ-ତୋଏବା ସହ-ପ୍ରତିଷ୍ଠାତା ଆମୀର ହମଜା ଉପରେ ଗୁଳିମାଡ଼, ଅବସ୍ଥା ଗୁରୁତର

27 Oct 2025 By Madhusudan Das

ଆଜି ଏସ୍‌ଆଇଆର୍‌ ତାରିଖ ଘୋଷଣା କରିବେ ମୁଖ୍ୟ ନିର୍ବାଚନ କମିସନ, ଭୋଟର ତାଲିକାକୁ ତ୍ରୁଟିଶୂନ୍ୟ ଓ ଅଧିକ ପ୍ରଭାବୀ କରିବାକୁ ଲକ୍ଷ୍ୟ

ନୂଆଦିଲ୍ଲୀ: ସାରା ଦେଶରେ ସ୍ପେସିଆଲ ଇଣ୍ଟେନସିଭ ରିଭିଜନ (ଏସଆଇଆର) କରିବାକୁ ନିର୍ବାଚନ କମିଶନ (ଇସି) ପ୍ରସ୍ତୁତି କରିଛନ୍ତି। ଏ ନେଇ ଇସିଙ୍କ ପକ୍ଷରୁ ଆଜି ସନ୍ଧ୍ୟାରେ ବଡ଼ ଘୋଷଣା କରାଯିବ। ସାମ୍ବାଦିକ ସମ୍ମିଳନୀ କରି ଏ ବିଷୟରେ ଇସିଙ୍କ ପକ୍ଷରୁ ବିସ୍ତୃତ ସୂଚନା ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ୧୦ରୁ ୧୫ ରାଜ୍ୟରେ ଏସଆଇଆର ହୋଇପାରେ। ଏଥିରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକ ସାମିଲ ଅଛନ୍ତି। ଆସାମ, ତାମିଲନାଡୁ, ପୁଡୁଚେରି, କେରଳ ଏବଂ ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ଏହି ସବୁ ରାଜ୍ୟରେ ପ୍ରଥମେ ଏସଆଇଆର କରାଯାଇପାରେ। ସ୍ଥାନୀୟ ପୌର ନିର୍ବାଚନ ହେଉଥିବା ରାଜ୍ୟରେ ପ୍ରଥମେ ଏସଆଇଆର ହେବ ନାହିଁ ବୋଲି ପୂର୍ବରୁ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଥିଲା। କାରଣ ନିମ୍ନସ୍ତରର କର୍ମଚାରୀ ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ରହିବେ। ସେମାନେ ଏସଆଇଆର ପାଇଁ ସମୟ ଦେଇପାରିବେ ନାହିଁ। ନିର୍ବାଚନ ପରେ ଏହି ସବୁ ରାଜ୍ୟରେ ଏସଆଇଆର ହେବ। 

କିଛି ଦିନ ତଳେ ଏସଆଇଆର ଲାଗୁ କରିବାର ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ସହ ଦୁଇ ଥର ବୈଠକ କରିଥିଲେ। ଅନେକ ସିଇଓ ଗତ ଏସଆଇଆରରେ ଜାରି କରାଯାଇଥିବା ଭୋଟର ତାଲିକାକୁ ସମ୍ବନ୍ଧିତ ରାଜ୍ୟର ୱେବସାଇଟରେ ଜାରି କରିସାରିଛନ୍ତି। ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ନିଜ ୱେବସାଇଟରେ ୨୦୦୮ର ଭୋଟର ତାଲିକା ଜାରି କରିଛନ୍ତି। ସେଠାରେ ୨୦୦୮ରେ ଏସଆଇଆର ହୋଇଥିଲା। ସେହିପରି ଉତ୍ତରାଖଣ୍ଡରେ ମଧ୍ୟ ତାଲିକା ଜାରି କରାଯାଇଛି। ରାଜ୍ୟରେ ଶେଷ ଥର ପାଇଁ ହୋଇଥିବା ଏସଆଇଆରକୁ କଟ୍‌-ଅଫ ଭାବେ ଧରାଯିବ। ଅର୍ଥାତ୍‌ ସେହି ତାଲିକାରେ ସାମିଲ ଥିବା ଲୋକଙ୍କୁ କୌଣସି ପ୍ରମାଣପତ୍ର ଦେବାକୁ ପଡ଼ିବ ନାହିଁ। ଅଧିକାଂଶ ରାଜ୍ୟରେ ୨୦୦୨ ଏବଂ ୨୦୦୪ ମଧ୍ୟରେ ଏସଆଇଆର ହୋଇଥିଲା। ଅଧିକାଂଶ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୂର୍ବର ଏସଆଇଆର ସହ ଏବେର ଭୋଟର ତାଲିକା ସହ ମେଳ କରି ସାରିଲେଣି। ବେଆଇନ ଭାବେ ଦେଶରେ ରହୁଥିବା ଲୋକଙ୍କୁ ବାହାର କରିବା ଏହି ଏସଆଇଆରର ପ୍ରମୁଖ ଉଦ୍ଦେଶ୍ୟ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର