ଆମେରିକା ସଟ୍‌ଡାଉନ୍; ଫୁଡ୍ ଡେଲିଭରୀ କରୁଛନ୍ତି ସରକାରୀ କର୍ମଚାରୀ, ୨୨ଦିନ ହେଲା ସରକାରୀ କାର୍ଯ୍ୟ ଠପ୍...

Deviprasad Mohanty Picture
Published On

ୱାସିଂଟନ୍: ଆମେରିକାରେ ଜାରି ରହିଛି ସଟ୍‌ଡାଉନ୍‌। ଦୀର୍ଘ ୨୨ ଦିନ ହେବ ଦେଶବ୍ୟାପୀ ସରକାର କାର୍ଯ୍ୟ ଠପ୍। ସରକାରୀ କର୍ମଚାରୀଙ୍କୁ ଏଯାଏ ମିଳିନି ଦରମା। କର୍ମଚାରୀଙ୍କୁ ସେମାନଙ୍କର ଦୈନନ୍ଦିନ ଆବଶ୍ୟକତା ପୂରଣ ଏବଂ ଇଏମ୍ଆଇ ପଇଠ କରିବାରେ ବେଶ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି।  ଏଥିରେ ଅନେକ ସରକାରୀ କର୍ମଚାରୀ ଏବେ ଫୁଡ୍ ଡେଲିଭରୀ କରି ପରିବାର ଚଳାଉଛନ୍ତି। ଆଉ କେତେକ ଅସ୍ଥାୟୀ ଚାକିରି କରି ବଞ୍ଚିବାକୁ ବାଧ୍ୟ ହେଉଛନ୍ତି। ଏହି ସଟ୍‌ଡାଉନ୍‌‌ରେ ୭,୫୦,୦୦୦ ସରକାରୀ କର୍ମଚାରୀଙ୍କ ଦରମା ବନ୍ଦ କରାଯାଇଛି। ଅକ୍ଟୋବର ୧ରୁ ଆରମ୍ଭ ହୋଇଥିବା ଏହି ସଟ୍‌ଡାଉନ୍‌ ଏବେ  ୨୨ତମ ଦିନରେ ପହଞ୍ଚିଛି। ଏହାକୁ ଆମେରିକା ଇତିହାସରେ ଦ୍ୱିତୀୟ ସବୁଠାରୁ ଲମ୍ବା ସଟ୍‌ଡାଉନ୍‌ କୁହାଯାଉଛି। 

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ବର୍ତ୍ତମାନ ଦେଶର ପ୍ରାୟ ୭.୫ ଲକ୍ଷ ସରକାରୀ କର୍ମଚାରୀ ବିନା ଦରମାରେ ଛୁଟିରେ ଅଛନ୍ତି। ଏମିତିକି ସାମରିକ ବାହିନୀ, ପୋଲିସ, ସୀମା ସୁରକ୍ଷା ଏବଂ ବିମାନ ଟ୍ରାଫିକ୍ ନିୟନ୍ତ୍ରକ ଭଳି ଅତ୍ୟାବଶ୍ୟକ କର୍ମଚାରୀମାନଙ୍କୁ ବିନା ଦରମାରେ କାମ କରିବାକୁ ବାଧ୍ୟ କରାଯାଉଛି। ବିମାନଗୁଡ଼ିକର ଉଡ଼ାଣ  ବିଳମ୍ବ ହେଉଥିବା ବେଳେ ନିମ୍ନ ଆୟକାରୀ ପରିବାରଗୁଡ଼ିକ ପାଇଁ ଏଭଳି ସମୟରେ ଖାଦ୍ୟ କାର୍ଯ୍ୟକ୍ରମରେ ସହାୟତା ବନ୍ଦ ହେବା ନେଇ ଆଶଙ୍କା ବଢ଼ୁଛି। ଦେଶର ଜାତୀୟ ପରମାଣୁ ସୁରକ୍ଷା ସଂସ୍ଥା ଏହାର ୧୪୦୦ କର୍ମଚାରୀଙ୍କୁ ଛୁଟିରେ ପଠାଇଛି। ଶକ୍ତି ସଚିବ କ୍ରିସ୍ ରାଇଟ୍ କହିଛନ୍ତି ଯେ ଏହା ପୂର୍ବରୁ କେବେ ଘଟିନାହିଁ ଏବଂ ଏହଭଳି ପରିସ୍ଥ଄ତି ପରମାଣୁ ଅସ୍ତ୍ରଶସ୍ତ୍ରର ସୁରକ୍ଷାକୁ ପ୍ରଭାବିତ କରିପାରେ। ଏଠାରେ ସୂଚନାଯୋଗ୍ୟ ଯେ, ଅକ୍ଟୋବର ୨୦ରେ ଆମେରିକା ସଂସଦର ଉଚ୍ଚ ସଦନ ସିନେଟ୍ ପାଣ୍ଠି ବିଲ୍ ଉପରେ ୧୧ ଥର ପାଇଁ ଭୋଟ୍ ହୋଇଥିଲା, କିନ୍ତୁ ସେଥÒରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବକୁ ପୁଣି ଥରେ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଆମେରିକାର ଆର୍ଥିକବର୍ଷ ଅକ୍ଟୋବର ପହିଲାରୁ ଆରମ୍ଭ ହୋଇଥାଏ। ଏହି ସମୟ ମଧ୍ୟରେ,ସରକାର ନିର୍ଣ୍ଣୟ କରନ୍ତି ଯେ ସେନା, ସ୍ୱାସ୍ଥ୍ୟସେବା କିମ୍ବା ଶିକ୍ଷା ଭଳି କେଉଁଠାରେ ନିବେଶ କରିବେ। ଯଦି ଏହି ତାରିଖ ସୁଦ୍ଧା ନୂତନ ବଜେଟ୍ ପାସ୍ ନ ହୁଏ, ତେବେ ସରକାରୀ କାର୍ଯ୍ୟ ବନ୍ଦ ହୋଇଯାଏ। ଏହାକୁ ସଟ୍‌ଡାଉନ୍‌ କୁହାଯାଏ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଆମେରିକାର ଦୁଇ ପ୍ରମୁଖ ଦଳ ଡେମୋକ୍ରାଟ ଏବଂ ରିପବ୍ଲିକାନ ମଧ୍ୟରେ ଓବାମା ସ୍ୱାସ୍ଥ୍ୟସେବା ସବ୍‌ସିଡି କାର୍ଯ୍ୟକ୍ରମକୁ ନେଇ ମତଭେଦରେ ରହିଛି। ଡେମୋକ୍ରାଟ୍ ସଦସ୍ୟମାନେ ସ୍ୱାସ୍ଥ୍ୟସେବା ସବ୍‌ସିଡି ବୃଦ୍ଧି କରିବାକୁ ଚାହୁଁଥିଲେ। ରିପବ୍ଲିକାନମାନେ ଭୟ କରୁଛନ୍ତି ଯେ ସବ୍ସିଡି ବୃଦ୍ଧି କରିବା ଦ୍ୱାରା ଅଧିକ ସରକାରୀ ଖର୍ଚ୍ଚ ଆବଶ୍ୟକ ହେବ, ଯାହା ଅନ୍ୟାନ୍ୟ ସରକାରୀ କାର୍ଯ୍ୟକୁ ପ୍ରଭାବିତ କରିବ। ଆମେରିକା ସଟ୍‌ଡାଉନ୍‌ର ପ୍ରଭାବ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ଉପରେ ସବୁଠାରୁ ଅଧÒକ ପଡୁଛି। ଅକ୍ଟୋବର ପହିଲାରୁ ଆରମ୍ଭ ହୋଇଥିବା ସଟ୍ ଡାଉନ୍ ସତ୍ତ୍ୱେ ଟ୍ରାଫିକ୍ କଣ୍ଟ୍ରୋଲର କର୍ମଚାରୀମାନେ ସେମାନଙ୍କ କାମ ଜାରି ରଖିଛନ୍ତି। ଦରମା ବନ୍ଦ ହେବା ଯୋଗୁଁ ହଜାର ହଜାର କର୍ମଚାରୀ ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ କରିବାକୁ ସଂଘର୍ଷ କରୁଛନ୍ତି। ପରିସ୍ଥିତି ଏତେ ଭୟଙ୍କର ଯେ କଣ୍ଟ୍ରୋଲର କାର୍ଯ୍ୟାଳୟର ଅନେକ କର୍ମଚାରୀ  ସେମାନଙ୍କର ନିୟମିତ ସିଫ୍ଟ ପରେ ଦ୍ୱିତୀୟ ଚାକିରି କରିବାକୁ ବାଧ୍ୟ ହେଉଛନ୍ତି। ସେମାନେ ଉବେର ଚଳାଉଛନ୍ତି, ଫୁଡ୍ ଡେଲିଭରୀ କରୁଛନ୍ତି କିମ୍ବା ରେସ୍ତୋରାଁରେ କାମ କରି ଜୀବିକା ନିର୍ବାହ କରୁଛନ୍ତି। ଏପରିକି କେବଳ ରବିବାର ୭୮୦୦ରୁ ଅଧିକ ବିମାନ ବିଳମ୍ବ ହୋଇଥିଲା ଏବଂ ୧୧୭ଟିର ବାତିଲ ହୋଇଥିଲା। ଏଥିରେ ୨୩ ହଜାର ବିମାନର ଉଡ଼ାଣ ବିଳମ୍ବ କେବଳ କର୍ମଚାରୀ ଅଭାବ ଯୋଗୁଁ ହୋଇଥିଲା।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର